Breaking News

‘ବାଂଲାଦେଶ ପାଇଁ ୨ଟି ରାଫେଲ୍‌ ଯଥେଷ୍ଟ’

ବାଂଲାଦେଶର ଶେଖ୍‌ ହସିନାଙ୍କ ସରକାରର ପତନ ଓ ଅନ୍ତରୀଣ ସରକାରର ଦାୟିତ୍ବ ଗ୍ରହଣ ପରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହିଂସା ବୃଦ୍ଧି ପାଇଛି। ବାଂଲାଦେଶ ସରକାରଙ୍କ ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୮୮ଟି ଏଭଳି ଆକ୍ରମଣ...

କୋଲକାତା: ବାଂଲାଦେଶର ଶେଖ୍‌ ହସିନାଙ୍କ ସରକାରର ପତନ ଓ ଅନ୍ତରୀଣ ସରକାରର ଦାୟିତ୍ବ ଗ୍ରହଣ ପରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହିଂସା ବୃଦ୍ଧି ପାଇଛି। ବାଂଲାଦେଶ ସରକାରଙ୍କ ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୮୮ଟି ଏଭଳି ଆକ୍ରମଣ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅନେକ ଗୁଣ ଅଧିକ ବୋଲି କୁହଯାଉଛି। ଏହି ସମୟରେ ଇସ୍କନ୍‌ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କ ଗିରଫ ଏବଂ ତାଙ୍କ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ପରେ ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଉଭୟ ଦେଶର ରାଜନୈତିକ ଦଳ ପରସ୍ପର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିକଟରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପଶ୍ଚିମବଙ୍ଗ ଓ ତ୍ରିପୁରା ଉପରେ ଆକ୍ରମଣ ନିମନ୍ତେ ବାଂଲାଦେଶୀ କଠୋରପନ୍ଥୀମାନେ ଧମକ ଦେଇଥିଲେ।

ଆଜି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏହାର ଜବାବ ଦେଇଛନ୍ତି। ଭାରତର ମାତ୍ର ଦୁଇଟି ରାଫେଲ୍‌ ଯୁଦ୍ଧ ବିମାନ ବାଂଲାଦେଶକୁ ପରାଜିତ କରିବାକୁ ଯଥେଷ୍ଟ ବୋଲି ସେ କହିଛନ୍ତି। ମଙ୍ଗଳବାର, ବାଂଲାଦେଶ ସୀମା ବସିରହାଟ ସ୍ଥିତ ଘୋଜାଦଙ୍ଗା ଠାରେ ବିଜେପି ଓ ହିନ୍ଦୁ ସଂଗଠନର ପ୍ରତିବାଦ ସଭାରେ ଶୁଭେନ୍ଦୁ କହିଛନ୍ତି, ବାଂଲାଦେଶର ମହମ୍ମଦ ୟୁନୁସ ସରକାର ତାଲିବାନ ଭଳି ଉଗ୍ରବାଦୀ, ଆତଙ୍କବାଦୀ ଓ ମାନବିକତାର ବିରୋଧୀ ଅଟେ। ପଶ୍ଚିମବଙ୍ଗରେ ୪୦ଟି ରାଫେଲ୍‌ ଯୁଦ୍ଧ ବିମାନ ରହିଛି। ଏହା ମଧ୍ୟରୁ ଦୁଇଟି ଯୁଦ୍ଧ ବିମାନ ବାଂଲାଦେଶକୁ ବାଟକୁ ଆଣିବା ପାଇଁ ଯଥେଷ୍ଟ ବୋଲି କହିଛନ୍ତି। ସେ କହିଛନ୍ତି, ବାଂଲାଦେଶ ଉପରେ ଭାରତ ନିର୍ଭରଶୀଳ ନୁହେଁ, ବରଂ ବାଂଲାଦେଶ ଭାରତ ଉପର ନିର୍ଭର।

ସୌଜନ୍ୟ-ସମ୍ୱାଦ

Comments are closed.