Breaking News

ୟୁଟ୍ୟୁବ୍‌ରେ ୨୯ ଭାଷାରେ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ

ୟୁଟ୍ୟୁବ୍‌ ଶିକ୍ଷା ଗ୍ରହଣର ଏକ ସହଜ ମାଧ୍ୟମ ହୋଇସାରିଛି। ତେଣୁ ସାରା ଭାରତରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସହିତ ଗୁଗୁଲ୍ ଏକ ମହତ୍ତ୍ବାକାଂକ୍ଷୀ ଭାଗୀଦାରି ଘୋଷଣା କରିଛି।

ୟୁଟ୍ୟୁବ୍‌ ଶିକ୍ଷା ଗ୍ରହଣର ଏକ ସହଜ ମାଧ୍ୟମ ହୋଇସାରିଛି। ତେଣୁ ସାରା ଭାରତରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସହିତ ଗୁଗୁଲ୍ ଏକ ମହତ୍ତ୍ବାକାଂକ୍ଷୀ ଭାଗୀଦାରି ଘୋଷଣା କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା। ୟୁଟ୍ୟୁବ୍‌ ପକ୍ଷରୁ କୁହାଯାଇଛି ଯେ ଏହା ଭାରତରେ ଏକାଧିକ ୟୁଟ୍ୟୁବ୍‌ ଚ୍ୟାନେଲ୍ ଆରମ୍ଭ କରିବା ପାଇଁ ଏନ୍‌ସିଇଆର୍‌ଟି ସହିତ କାର୍ଯ୍ୟ କରୁଛି, ଯାହା ଦେଶର ଦୂରଦୂରାନ୍ତରେ ଶିକ୍ଷା ଗ୍ରହଣର ସୁଗମତାକୁ ବିସ୍ତାରିତ କରିବ। କମ୍ପାନି ଅନୁସାରେ, ଏନ୍‌ସିଇଆର୍‌ଟି ଏପରି ଚ୍ୟାନେଲ୍‌ ପ୍ରଚଳନ କରିବ, ଯାହା ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ସହିତ ସଂଶ୍ଳିଷ୍ଟ। ଗୁଗଲ୍‌ କହିଛି ଯେ ଏନ୍‌ସିଇଆର୍‌ଟି ଦ୍ୱାରା ବିକଶିତ ହେଉଥିବା ଏହି ନୂଆ ଚ୍ୟାନେଲ୍‌ଗୁଡ଼ିକ ୨୯ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ, ଯଦିଓ କମ୍ପାନି ଏ ପର୍ଯ୍ୟନ୍ତ ଏହି ଭାଷାଗୁଡ଼ିକର ତାଲିକା ପ୍ରଦାନ କରିନାହିଁ। ଏହି ବିଷୟବସ୍ତୁ ସାଙ୍କେତିକ ଭାଷାରେ ମଧ୍ୟ ଉପଲବ୍ଧ ହେବ, ଯାହା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ସୁବିଧାଜନକ ହେବ। ଏହିସବୁ ଚ୍ୟାନେଲ୍‌ କିଛି ମାସ ମଧ୍ୟରେ ଭାରତରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସେହିପରି ଆଇଆଇଟିର ଜ୍ଞାନ ମଧ୍ୟ ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। ଏନ୍‌ପିଟିଇଏଲ୍‌ ସହ ମିଶି ୟୁଟ୍ୟୁବ୍‌ ଦେଶରେ ୫୦ଟି ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ଆରମ୍ଭ କରିବ। ଏଥିରେ ସାହିତ୍ୟ, ବିଜ୍ଞାନ, ମନସ୍ତତ୍ତ୍ବ, ରକେଟ୍‌ ପ୍ରପଲ୍‌ସନ୍‌ ପରି ବିଷୟ ଅନ୍ତର୍ଭୁକ୍ତ। ୟୁଟ୍ୟୁବ୍‌ରେ ବିଷୟଭିତ୍ତିକ ଭିଡିଓ ଦେଖିବା ପରେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଆଇଆଇଟିରୁ ସାର୍ଟିଫିକେଟ୍‌ ହାସଲ କରିପାରିବେ।

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.