Breaking News

ପାକସ୍ଥଳୀ କ୍ୟାନସର୍: ଲକ୍ଷଣ, କାରଣ ଓ ଚିକିତ୍ସା

ପାକସ୍ଥଳୀ କ୍ୟାନ୍‌ସର୍‌ର ମୁଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ। ସେହିପରି ନିୟମିତ ଲୁଣଯୁକ୍ତ ମାଛ, ଶୁଖୁଆ, ପୋଡ଼ା ମାଂସ (ରୋଷ୍ଟେଡ୍‌), ନାଇଟ୍ରେଟ ଓ ନାଇଟ୍ରାଇଟ ଯୁକ୍ତ ଖାଦ୍ୟ...

ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ହେଉଛି ପାକସ୍ଥଳୀ। ଅନ୍ୟାନ୍ୟ ଅଙ୍ଗ ଭଳି ପାକସ୍ଥଳୀ ଭିତରେ କ୍ୟାନ୍‌ସର୍‌ ହେବାର ଅାଶଙ୍କା ରହିଛି।

କାରଣ: ପାକସ୍ଥଳୀ କ୍ୟାନ୍‌ସର୍‌ର ମୁଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଲୋରି (Helicobacter pylori) ଜୀବାଣୁ। ସେହିପରି ନିୟମିତ ଲୁଣଯୁକ୍ତ ମାଛ, ଶୁଖୁଆ, ପୋଡ଼ା ମାଂସ (ରୋଷ୍ଟେଡ୍‌), ନାଇଟ୍ରେଟ ଓ ନାଇଟ୍ରାଇଟ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ପାକସ୍ଥଳୀରେ କ୍ୟାନ୍‌ସର୍‌ ହୋଇପାରେ। ପୁଣି ପରିବାରରେ କୌଣସି ବ୍ୟକ୍ତିଙ୍କୁ ପାକସ୍ଥଳୀ କ୍ୟାନ୍‌ସର୍‌ ହୋଇଥିେଲ, ତାହା ଜେନେଟିକ୍‌ ରୂପରେ ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତର ହୋଇପାରେ। ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପେଟର କୋଷଗୁଡିକ ନଷ୍ଟ ହୋଇ ପାକସ୍ଥଳୀ କ୍ୟାନ୍‌ସର୍‌ ହୋଇପାରେ।

ଲକ୍ଷଣ: ଓଜନ କମିଯିବା, ଭୋକ ନହେବା, ଦୁର୍ବଳ ବା ଥକ୍କା ଲାଗିବା, ଖାଇ ସାରିବା ପରେ ପେଟ ଫୁଲିବା, ଉପର ପେଟରେ ଯନ୍ତ୍ରଣା ହେବା, ବାନ୍ତି ଲାଗିବା ବା ହେବା, କୋଷ୍ଠକାଠିନ୍ୟ ବା ତରଳ ଝାଡ଼ା ହେବା, ପାକସ୍ଥଳୀରେ ରକ୍ତସ୍ରାବ ଯୋଗୁଁ ବାନ୍ତିରେ ଓ ଝାଡ଼ାରେ ରକ୍ତ ପଡ଼ିବା ଏବଂ ରକ୍ତହୀନତା ଆଦି ଲକ୍ଷଣ ଯଦି ଦେଖାଦିଏ ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ପାକସ୍ଥଳୀ କ୍ୟାନ୍‌ସର୍‌କୁ ଚିହ୍ନଟ କରିବା ପାଇଁ ସାଧାରଣତଃ ଏଣ୍ଡୋସ୍କୋପି, ସିଟି ସ୍କାନ୍ ଇତ୍ୟାଦି ପରୀକ୍ଷା କରିବାକୁ ପଡ଼ିଥାଏ। ବାୟୋସ୍କୋପି ମାଧ୍ୟମରେ ଛୋଟିଆ ମାଂସ ନେଇ ପରୀକ୍ଷା ମଧ୍ୟ କରାଯାଏ।

ଚିକିତ୍ସା: ପାକସ୍ଥଳୀ କ୍ୟାନ୍‌ସର୍‌କୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରି ଚିକିତ୍ସା ଆରମ୍ଭ କଲେ ଶୀଘ୍ର ଉପଶମ ମିଳିଥାଏ। ପ୍ରତ୍ୟେକ ରୋଗୀ ଦେହରେ ରୋଗର ଆକାର, ସ୍ଥାନ ଓ ଷ୍ଟେଜ୍‌ ନିର୍ଣ୍ଣୟ କରି ଡାକ୍ତର ଚିକିତ୍ସା ଆରମ୍ଭ କରିଥାନ୍ତି। ଅଧିକାଂଶ ପାକସ୍ଥଳୀ କ୍ୟାନ୍‌ସର୍‌ର ଚିକିତ୍ସା ଅସ୍ତ୍ରୋପଚାର ମାଧ୍ୟମରେ କରାଯାଏ। ରୋଗ ଅନୁସାରେ ଆଂଶିକ ବା ସମ୍ପୂର୍ଣ୍ଣ ପାକସ୍ଥଳୀ କାଟି ବାହାର କରି ଦିଆଯାଏ। ଆବଶ୍ୟକ ପଡ଼ିଲେ ପାକସ୍ଥଳୀର ପାର୍ଶ୍ବବର୍ତ୍ତୀ ଲସିକା ଗ୍ରନ୍ଥି, ଅନ୍ତନଳୀ ଓ ଅଗ୍ନ୍ୟାଶୟ ମଧ୍ୟ କାଢ଼ି ଦିଆଯାଏ। ପାକସ୍ଥଳୀ କ୍ୟାନ୍‌ସର୍‌ରେ ଅପରେସନ୍ ପରେ କେତେକ ରୋଗୀଙ୍କୁ କେମୋଥେରାପି ଦିଆଯାଇଥାଏ। ଏହାଛଡ଼ା କ୍ୟାନ୍‌ସର୍‌ ପ୍ରାଥମିକ ସ୍ତରରେ ଥିଲେ କିମ୍ବା ଅଧିକ ବଢ଼ିଥିଲେ ମଧ୍ୟ କେମୋଥେରାପି ଚିକିତ୍ସା କରାଯାଇଥାଏ। ଆବଶ୍ୟକ ପଡ଼ିଲେ ଚିକିତ୍ସା ସହ ରେଡିଓଥେରାପି ଚିକିତ୍ସା କରାଯାଏ। ଏହା ଦ୍ବାରା ଯନ୍ତ୍ରଣା କମ୍‌ ହୁଏ ଏବଂ କ୍ୟାନ୍‌ସର୍‌ ଆକାର କମିଯାଏ।  ଅଧିକାଂଶ ସମୟରେ ରୋଗୀମାନେ ପାକସ୍ଥଳୀ କ୍ୟାନ୍‌ସର୍‌ର ଲକ୍ଷଣକୁ ଅବହେଳା କରିଥାନ୍ତି, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ବିନା କାରଣରେ ଯଦି ଆପଣଙ୍କ ଓଜନ କମୁଛି, ଖାଇବାକୁ ଇଚ୍ଛା ହେଉନାହିଁ, ଅଳ୍ପ ପରିଶ୍ରମ‌େର ଥକ୍କା ଲାଗୁଛି, ରକ୍ତହୀନତା ଦେଖାଦେଉଛି, ବାନ୍ତି ହେଉଛି, କଳାଝାଡ଼ା ହେଉଛି ତେବେ ଏହାକୁ ସତର୍କ ଘଣ୍ଟି ଭାବି ନିଅନ୍ତୁ ଏବଂ ତୁୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.