Breaking News

ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ...

ମୟୂରଭଞ୍ଜ: ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।

ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ।ଯୋଜନା ଅନୁସାରେ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ ଗଠନ କରାଯିବ। ଏସମ୍ପର୍କରେ ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Comments are closed.