Breaking News

ଆସୁଛି ମାଟ୍ରିକ୍ ପରୀକ୍ଷା, ନୂଆ ପ୍ରମେୟ ‘ମାଟ୍ରିକ୍‌ ଗାଇଡ୍‌’ ପଢ଼ି ସଫଳତାର ବାଟ ପରିଷ୍କାର କରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର ୧୯/୧୨ (ଗୋପାଳକୃଷ୍ଣ ମହାପାତ୍ର,ସମ୍ପାଦକ): ପ୍ରିୟ ପରୀକ୍ଷାର୍ଥୀ ! ମାଟ୍ରିକ୍‌ ପରୀକ୍ଷା ସମୟ ଆସିଗଲା ।  ତାରିଖ ସ୍ଥିର ହୋଇଛି ଫେବ୍ରୁଆରୀ ୨୧ ।

ମାଟ୍ରିକ୍‌ ପରୀକ୍ଷା ଆସୁଛି ମାନେ ‘ପ୍ରମେୟ’  ବି ତା’ର ନୂଆ ‘ମାଟ୍ରିକ୍‌ ଗାଇଡ୍‌’ ସାଥିରେ ନେଇ ଆସିବା ସ୍ୱାଭାବିକ ନା ? ଠିକ୍‌ ସେଇୟା । ପୂରା ୮ ସପ୍ତାହର ‘କ୍ରାସ୍‌କୋର୍ସ’ । ତୁମ ବାପା-ମା’, ଅଭିଭାବକଙ୍କ ସମେତ ଯେଉଁ ବଡ଼ ଭାଇଭଉଣୀମାନେ ଗତ ୮ ବର୍ଷ ଭିତରେ  ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି ଏବଂ ସର୍ବୋପରି  ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତେ  ଏକଥା ଜାଣନ୍ତି । ସବା ଆଗେ ‘ପ୍ରମେୟ’  ଖବରକାଗଜ ହିଁ ୨୦୧୬-୧୭ ଶିକ୍ଷାବର୍ଷରୁ  ମାଟ୍ରିକ୍‌ ଗାଇଡ୍‌ ନିୟମିତ ପୃଷ୍ଠାଏ ଲେଖାଏଁ ପ୍ରକାଶ  କରିବା ଆରମ୍ଭ କରିଥିଲା । ପରୀକ୍ଷାର୍ଥୀମାନେ ଏହି  ଗାଇଡ୍‌ରୁ ସେ ବର୍ଷର ସମ୍ଭାବ୍ୟ ପ୍ରଶ୍ନ ଓ ତା’ର  ଉତ୍ତର ପଢ଼ି ପରୀକ୍ଷାରେ ଖୁବ୍‌ ଭଲ କରିଥିଲେ ।

ସପ୍ତାହର ସାତ ଦିନରୁ ୬ ଦିନରେ ୬ଟି ବିଷୟ  (୬୦୦ ମାର୍କ)ର ପୃଷ୍ଠାଏ ଲେଖାଏଁ ପ୍ରଶ୍ନ ଓ ତା’ର  ସମାଧାନ । ପ୍ରଶ୍ନ ଓ ଉତ୍ତରଗୁଡ଼ିକ ପ୍ରସ୍ତୁତ କରୁଥିଲେ  ବିଭିନ୍ନ ବିଷୟର ସବୁଠୁ ଦକ୍ଷ ଓ ପରୀକ୍ଷା ପ୍ରଶ୍ନପତ୍ର  ପ୍ରସ୍ତୁତି ତଥା ପରୀକ୍ଷା ଖାତା ମୂଲ୍ୟାୟନରେ ଅଭିଜ୍ଞ  ଥିବା ଶିକ୍ଷକମାନଙ୍କର ଏକ ଟିମ୍‌ । ଏଥର ତାହା ହିଁ  ହେଉଛି- ମାଟ୍ରିକ୍‌ ଗାଇଡ୍‌ର ନବମ ସଂସ୍କରଣ ।

ମାଟ୍ରିକ୍‌ ପରୀକ୍ଷା ହେଉଛି ତୁମମାନଙ୍କ  କ୍ୟାରିଅର ଅଭିଯାନର ପ୍ରବେଶ ପଥ । ତେଣୁ  ସଫଳତାର ସହିତ ଏହି ପରୀକ୍ଷା ଅତିକ୍ରମ  କରିବା ନିହାତି ଜରୁରି । ତୁମେମାନେ ପ୍ରସ୍ତୁତ ।

‘ପ୍ରମେୟ’ ବି ମାଟ୍ରିକ୍‌-ଗାଇଡ୍‌ ସହିତ  ପ୍ରସ୍ତୁତ । ଶୁଭେଚ୍ଛା ସମସ୍ତଙ୍କୁ।

 

 

 

ସୌଜନ୍ୟ-ପ୍ରମେୟ

Comments are closed.