ଦେଶ ବିଦେଶ

Vande Bharat Slipper : ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବଶୀଘ୍ର ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ ଚଳାଚଳ ଆରମ୍ଭ କରିବ। ଆଜି ନୂଆଦିଲ୍ଲୀର ରେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀ : ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବଶୀଘ୍ର ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ ଚଳାଚଳ ଆରମ୍ଭ କରିବ। ଆଜି ନୂଆଦିଲ୍ଲୀର ରେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ  ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି ।

ସେ ସୂଚନା ଦେଇଛନ୍ତି ଯେ ବନ୍ଦେ ଭାରତ ସ୍ଲିପର ଟ୍ରେନର ସମସ୍ତ ପରୀକ୍ଷଣ, ଯାଞ୍ଚ ଏବଂ ପ୍ରମାଣୀକରଣ ସଫଳତାର ସହ ସମାପ୍ତ ହୋଇଛି।  ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରୁଟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ସଫଳତା ଦେଶ, ଭାରତୀୟ ରେଳ ଏବଂ ଏହାର ରେଳ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୬ ମସିହାରେ ଭାରତୀୟ ରେଳ ପାଇଁ ପ୍ରମୁଖ ସଂସ୍କାରର ଏକ ବର୍ଷ ଭାବରେ ଅନେକ ଯାତ୍ରୀ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରାଯିବ।

‘ବନ୍ଦେ ଭାରତ ସ୍ଲିପର ଟ୍ରେନ୍’ ଦ୍ୱାରା ଆସାମର କାମରୂପ ନଗର ନିଗମ ଓ ବୋଙ୍ଗାଇ ଗ୍ରାମ ସମେତ ପଶ୍ଚିମବଙ୍ଗର କୁଚ୍ ବିହାର, ଜଳପାଇଗୁଡ଼ି, ମାଲଦା, ମୁର୍ଶିଦାବାଦ, ପୂର୍ବ ବର୍ଦ୍ଧମାନ, ହୁଗଲି ଏବଂ ହାଓଡ଼ା ଜିଲ୍ଲା ଉପକୃତ ହେବ। ଟ୍ରେନ୍ରେ 16ଟି କୋଚ୍ ରହିବ, ଯେଉଁଥିରେ ୧୧ଟି ତ୍ରିସ୍ତରୀୟ ଏସି କୋଚ୍, ୪ଟି ଦୁଇ ସ୍ତରୀୟ ଏସି କୋଚ୍ ଏବଂ ଗୋଟିଏ ପ୍ରଥମ ଶ୍ରେଣୀ ଏସି କୋଚ୍ ସାମିଲ ରହିଛି । ଟ୍ରେନରେ ମୋଟ୍ ୮୨୩ ଜଣ ଯାତ୍ରୀ ଯାତାୟାତ କରିପାରିବେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button