Breaking News

ଚମତ୍କାର ୨୪: ନିଷ୍ଠାର ସହିତ ଭଲ କାମକଲେ, ଓଡ଼ିଆ ଫିଲ୍ମ ଚାଲିବ

‘‘ଆମେ ଭାଇ ଭାଇ ଭଳି ବଞ୍ଚିବା ଶିଖିବା, ନହେଲେ ଦଳେ ମୂର୍ଖଙ୍କ ଭଳି ମରିବା’’- ଏକତାର ଗୁରୁତ୍ବ ବୁଝାଇବାକୁ ଯାଇ ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତା ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଜୁନିଅର୍‌ ବହୁ ବର୍ଷ ତଳେ ନିଜ ଅନୁଗାମୀଙ୍କୁ ଏକଥା କହିଥିଲେ।

‘‘ଆମେ ଭାଇ ଭାଇ ଭଳି ବଞ୍ଚିବା ଶିଖିବା, ନହେଲେ ଦଳେ ମୂର୍ଖଙ୍କ ଭଳି  ମରିବା’’- ଏକତାର ଗୁରୁତ୍ବ ବୁଝାଇବାକୁ ଯାଇ ଆମେରିକୀୟ ନାଗରିକ ଅଧିକାର ଆନ୍ଦୋଳନର ନେତା ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ଜୁନିଅର୍‌ ବହୁ ବର୍ଷ ତଳେ ନିଜ ଅନୁଗାମୀଙ୍କୁ ଏକଥା କହିଥିଲେ। ୨୦୨୪ ବର୍ଷଟି ସାରା ମନେ ହୋଇଛି, ଓଡ଼ିଆ ସିନେଜଗତ ଏକଥା ଯେତେଶୀଘ୍ର ହୃଦୟଙ୍ଗମ କରିବ, ସେତେ ଭଲ। ଏବର୍ଷ କିଛି ନୂଆମୁହଁ ଓଡ଼ିଆ ସିନେମାର ମୁହଁରୁ ହଜି ଯାଇଥିବା ହସକୁ ଫେରାଇ ଆଣିବାର ଉପକ୍ରମ କରିଛନ୍ତି। ନକଲ ପରମ୍ପରାକୁ ଡେଇଁ ସେମାନେ ମୌଳିକ କାହାଣୀ ଓ ପୃଷ୍ଠଭୂମିକୁ ଉଦ୍‌ଘାଟନ କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଫିଲ୍ମଗୁଡ଼ିକ ଜାତୀୟସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଛି। ଏହାସହିତ ଓଡ଼ିଆ ଫିଲ୍ମଠାରୁ ଦୂରେଇ ଯାଇଥିବା ଶିକ୍ଷିତ ବର୍ଗ ପୁଣି ମୁହଁ ଫେରାଇ ଚାହିଁବା ଆରମ୍ଭ କରିଛି। କିନ୍ତୁ ସମାନ୍ତରାଳ ଭାବେ ଓଡ଼ିଆ ଫିଲ୍ମ ଜଗତ ଭିତରେ ବିଭିନ୍ନ ବିବାଦ, ଝଗଡ଼ା ତଥା ପ୍ରକାଶ୍ୟରେ କାଦୁଅ ଫୋପଡ଼ା ଓଡ଼ିଆ ଫିଲ୍ମକୁ ବଦନାମ ଓ ଉପହସିତ କରିଛି।

୨୦୨୪ ବର୍ଷରେ ଓଡ଼ିଆ ଫିଲ୍ମ ଜଗତ ଭିତରର କଳି ଝଗଡ଼ା ଅଧିକାଂଶ ସମୟରେ ଗଣମାଧ୍ୟମରେ ଆଲୋଚିତ ହୋଇଥିଲା। ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କଡ଼ା ମନ୍ତବ୍ୟ ଦେଇ ଅଭିନେତା ମନୋଜ ମିଶ୍ର ଯେଉଁକଳିର ଶୁଭ ପକାଇଥିଲେ ସମୟକ୍ରମେ ସେଥିରେ ଆହୁରି ଅନେକ ସାମିଲ ହୋଇଥିଲେ। ବିଭିନ୍ନ ସମୟରେ ମନୋଜ ଏକାଧିକ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକଙ୍କୁ ଟାର୍ଗେଟ୍‌ କରିବାଭଳି ଗାଳି ଦେଇଥିଲେ। ପ୍ରତିପକ୍ଷରୁ ବି ସମାନ ଭାଷାରେ ପ୍ରତ୍ୟୁତ୍ତର ଦିଆଯାଇଥିଲା। ଅନେକ ସମୟରେ ସେସବୁ ସୀମା ମଧ୍ୟ ଟପି ଯାଇଥିଲା। କଳିର ପ୍ରଭାବରେ ଓଡ଼ିଆ ସିନେ ଜଗତ ଦି’ଭାଗ ହୋଇ ଯାଇଥିଲା। ମନୋଜଙ୍କୁ ଫିଲ୍ମରେ ନେବେନି ବୋଲି କିଛି ପ୍ରଯୋଜକ ଓ ନିର୍ଦ୍ଦେଶକ ଘୋଷଣା କରିବାବେଳେ ମନୋଜଙ୍କୁ ବିରୋଧ କରୁଥିବା ପ୍ରଯୋଜକ, ନିର୍ଦ୍ଦେଶକ ବା ଅଭିନେତାଙ୍କ ଫିଲ୍ମକୁ ପଶ୍ଚିମ ଓଡ଼ିଶାରେ ପ୍ରଦର୍ଶନ କରିବାକୁ ଦିଆଯିବନାହିଁ ବୋଲି ବି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଥିଲେ। ଅବଶ୍ୟ ମାମଲା ସେତେବାଟ ଆଗେଇ ନଥିଲା। କିନ୍ତୁ ଏ ଝଗଡ଼ାର ଫଳସ୍ବରୂପ ହିଁ ମନୋଜ ବଲାଙ୍ଗୀର ଲୋକସଭାରୁ ଲଢ଼ିବାପାଇଁ କଂଗ୍ରେସ ଟିକେଟ ପାଇଥିଲେ କହିଲେ ଭୁଲ୍‌ ହେବନି। ଅବଶ୍ୟ ସେ ପରାସ୍ତ ହୋଇଥିଲେ। ତା’ପରେ ମଧ୍ୟ ଝଗଡ଼ା ଥମିନି। ଏପରିକି ଏକ ମାମଲାରେ ମନୋଜ ଓ ତାଙ୍କ ବିରୋଧୀ ଗୋଷ୍ଠୀ ଥାନାରେ ଠେଲାପେଲା କରିବା ଓ ଗାଳିଦେବାର ଦୃଶ୍ୟ ଓଡ଼ିଆ ଫିଲ୍ମକୁ ପରିହାସର ପାତ୍ର କରିଛି। କିନ୍ତୁ ସେହି କିଛିଦିନ ଏହି ଝଗଡ଼ାର କୁପ୍ରଭାବ ଓଡ଼ିଆ ଫିଲ୍ମ ଉପରେ ପଡ଼ିଥିଲା ନିଶ୍ଚୟ। କିଛି ଫିଲ୍ମର ବ୍ୟାବସାୟିକ କ୍ଷତି ମଧ୍ୟ ହୋଇଥିଲା, ଫିଲ୍ମ ଜଗତରେ ଆହୁରି ଫାଟ ପଡ଼ିଥିଲା। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଯଦିଓ କିଛି ପରିଚିତ ନାଁ ଅବଶ୍ୟ ଏଥିରେ ସଂପୃକ୍ତ ହୋଇଥିଲେ, ତେବେ ଖାତା ଖତିଆନ ନଥିବା ଭଳି କିଛିଲୋକ ମଧ୍ୟ ଚର୍ଚ୍ଚାକୁ ଆସିବାଲାଗି ଏଥିରେ ପଶିଥିଲେ।  ଅନ୍ୟପକ୍ଷରେ ଏହାଠାରୁ ଦୂରରେ ରହି ନିଜ କାମ ଜାରି ରଖିଥିଲେ କିଛି ଲୋକ। ସେମାନେ ହିଁ ସଫଳ ହୋଇଛନ୍ତି ଓ ଓଡ଼ିଆ ଫିଲ୍ମର ଧାରାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଲେ ଭୁଲ୍ ହେବନି।

ୟୁଟ୍ୟୁବ୍‌ ଯୁଗରେ ଗାଁଲୋକ ବି ଓଡ଼ିଆ ଫିଲ୍ମକୁ ପସନ୍ଦ କରୁନାହାନ୍ତି, ଭଲ ଫିଲ୍ମ ପାଇଁ ଆମର ବଜେଟ୍‌ ନାହିଁ, କଳାକାର ନାହାନ୍ତି, ହଲ୍‌ ନାହିଁ…। ତେଣୁ ଯେମିତି କଲେ ବି ଓଡ଼ିଆ ଫିଲ୍ମ ଆଉ ଚାଲିବନି। ଦିନେ ସଫଳତାର ଶୀର୍ଷରେ ଥିବା ଓଡ଼ିଆ ଆଲ୍‌ବମ୍‌ ଭଳି ଓଡ଼ିଆ ଫିଲ୍ମ ମଧ୍ୟ ମରିହଜି ଯିବ। ଏକ ସମୟରେ ଏମିତି ଗୋଟିଏ ଧାରଣା ତିଆରି ହୋଇଯାଇଥିଲା। ହେଲେ ସୁଖର କଥା ହେଉଛି, ୨୦୨୪ ବର୍ଷରେ ଏ ଧାରଣାଟି ଭାଙ୍ଗି ଯାଇଛି। ନାହିଁ ନାହିଁର ଏ ଇଣ୍ଡଷ୍ଟ୍ରିରେ ବି ବ୍ୟାବସାୟିକ ଭାବେ ସଫଳ ଓ ଉଚ୍ଚମାନର ଫିଲ୍ମ ତିଆରି କରାଯାଇପାରେ ବୋଲି ‘ଦମନ’ ଜରିଆରେ ଆରମ୍ଭ ହୋଇଥିବା ବିଶ୍ବାସଟି ୨୦୨୪ର ‘କର୍ମ’ ଜରିଆରେ ଦୃଢ଼ ହୋଇପାରିଛି। ଓଡ଼ିଆ ଫିଲ୍ମ ଜଗତରେ ନୂଆଆଶା କଅଁଳିଛି।

‘ଦମନ’କୁ ଜାତୀୟ ପୁରସ୍କାର
୨୦୨୪ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ଓଡ଼ିଆ ଫିଲ୍ମ ‘ଦମନ’ ୨୦୨୨ ବର୍ଷର ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଛି। ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପରେ ହିନ୍ଦୀରେ ଡବ୍‌ହୋଇ ସାରା ଦେଶରେ ରିଲିଜ୍ ହୋଇଥିଲା। ସବୁ ଦିଗରୁ ପ୍ରଶଂସା ପାଇଥିବା ଏହି ଫିଲ୍ମଟିକୁ ରାଜ୍ୟ ସରକାର କରମୁକ୍ତ ଘୋଷଣା କରିଥିଲେ। ସତ କହିବାକୁ ଗଲେ, ‘ଦମନ’ ଜାତୀୟସ୍ତରରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ଓ ସମାଲୋଚକଙ୍କର ଦୃଷ୍ଟିକୁ ଫେରାଇ ଆଣିଥିଲା। ଫିଲ୍ମଟି ସେଯାଏ ସବୁଠୁ ଅଧିକ ବ୍ୟବସାୟ କରିଥିବା ଓଡ଼ିଆ ଫିଲ୍ମର ମାନ୍ୟତା ପାଇବା ସହିତ ଅଭିନେତା ବାବୁସାନ୍‌ଙ୍କୁ ନୂଆ ପରିଚୟ ପ୍ରଦାନ କରିଥିଲା।

ରାଜ୍ୟ ପୁରସ୍କାର ଫେରିଲା

୨୦୨୪ର ଭଲକଥାଗୁଡ଼ିକ ଭିତରୁ ଗୋଟିଏ ହେଉଛି, ପ୍ରାୟ ୫ ବର୍ଷ ବ୍ୟବଧାନ ପରେ ଏ ବର୍ଷର ଶେଷ ଆଡ଼କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ୨୦୨୦, ୨୦୨୧ ଓ ୨୦୨୨ ବର୍ଷର ପୁରସ୍କାର ଦିଆଯାଇଛି। ୨୦୨୦ରେ କରୋନା କାରଣରୁ ଅତି ଅଳ୍ପ ସଂଖ୍ୟକ ଫିଲ୍ମ ତିଆରି ହୋଇଥିଲେ ହେଁ ଅନ୍ୟ ଦୁଇବର୍ଷ ପାଇଁ ଦାଖଲ ହୋଇଥିବା ଫିଲ୍ମର ସଂଖ୍ୟା ଠିକ୍‌ଠାକ୍‌ ଥିଲା ଏବଂ ଭଲ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ପୁରସ୍କାର ଜୁରି ସମେତ ମନୋନୟନ ପ୍ରକ୍ରିୟା ଗତ ସରକାରଙ୍କ ସମୟରୁ ଶେଷ ହୋଇଥିଲା, ବର୍ତ୍ତମାନର ସରକାର କେବଳ ପୁରସ୍କାର ପ୍ରଦାନ କରିଥିଲେ। ମୋଟ୍‌ ଉପରେ ଦେଖିଲେ ୩୩ଟି ବର୍ଗରେ ଏଥର ଶତାଧିକ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥିଲା। ଫିଲ୍ମ ସେନ୍‌ସର ‌ବୋର୍ଡ ସ୍ବୀକୃତିପ୍ରାପ୍ତ ମୋଟ୍‌ ୪୬ଟି ଫିଲ୍ମ ପୁରସ୍କାର ପାଇଁ ଆବେଦନ କରିଥିଲେ। ଏଥିମଧ୍ୟରୁ ୨୦୨୦ରେ ବିଶ୍ବନାଥ ପଟ୍ଟନାୟକଙ୍କ ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତୀଶ କୁମାର ରାଉତଙ୍କ ‘ଡାଲ୍‌ଚିନି’ ଏବଂ ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ଜୀବନବ୍ୟାପି ସାଧନା ପାଇଁ ଦିଆ ଯାଉଥିବା ସର୍ବୋଚ୍ଚ ପୁରସ୍କାରର ନାଁ ‘ଜୟଦେବ ପୁରସ୍କାର’ ବଦଳରେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ରଖା ଯାଇଥିଲା। ୨୦୨୦ ପାଇଁ ନାଟ୍ୟକାର ଅନନ୍ତ ମହ‌ାପାତ୍ର ଏହି ସମ୍ମାନ ପାଇଥିବାବେଳେ ୨୦୨୧ ପାଇଁ ଚିତ୍ରୋତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ତଥା ୨୦୨୨ ପାଇଁ ହାସ୍ୟଅଭିନେତା ଜୟରାମ ସାମଲ (ଜୟୀ) ଏହି ସମ୍ମାନ ପାଇଥିଲେ। ପ୍ରମୁଖ ପୁରସ୍କାରଗୁଡ଼ିକର ବିଜୟୀମାନେ ଥିଲେ ଏମିତି- ୨୦୨୦: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ସହିଦ ରଘୁ ସର୍ଦ୍ଦାର’, ଶ୍ରେଷ୍ଠ ନିର୍ଦ୍ଦେଶକ- ରାକେଶ ସାମଲ (ରୋମିଓ ରାଜା), ଶ୍ରେଷ୍ଠ ଅଭିନେତା- ଦେବାଶିଷ ପାତ୍ର (ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ (ରୋମିଓ ରାଜା), ଶ୍ରେଷ୍ଠ ଅଭିନେତ୍ରୀ- କାବ୍ୟା କିରଣ ଶୁକ୍ଳା (ସହିଦ ରଘୁ ସର୍ଦ୍ଦାର); ୨୦୨୧: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ପ୍ରତୀକ୍ଷା’  ଓ ‘ଡାଲଚିନି’, ଶ୍ରେଷ୍ଠ ନିର୍ଦ୍ଦେଶକ- ସୁରେଶ ପଟ୍ଟନାୟକ (ତୃଷ୍ଣା), ଶ୍ରେଷ୍ଠ ଅଭିନେତା- ଦୀପନ୍ବିତ ଦାଶମହାପାତ୍ର (ପ୍ରତୀକ୍ଷା) ଓ ଅଙ୍କିତ କୁମାର (ଭୋକ), ଶ୍ରେଷ୍ଠ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର  (ଡାଲଚିନି); ୨୦୨୨: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ଦମନ’, ଶ୍ରେଷ୍ଠ ନିର୍ଦ୍ଦେଶକ- ସୁଧାଂଶୁ ମୋହନ ସାହୁ (ମୟାବୀ), ଶ୍ରେଷ୍ଠ ଅଭିନେତା- ବାବୁସାନ ମହାନ୍ତି (ଦମନ), ଶ୍ରେଷ୍ଠ ଅଭିନେତ୍ରୀ- ଲୋପାମୁଦ୍ରା ମିଶ୍ର (ବୋଉର ହାତବାକ୍ସ)।

କର୍ମ

୨୦୨୪ର ୩୬ତମ ଫିଲ୍ମ ଭାବେ ଗତ ଅକ୍ଟୋବର ମାସରେ ରିଲିଜ୍ ହୋଇଥିବା ‘କର୍ମ’କୁ ଏ ବର୍ଷରେ ଓଡ଼ିଆ ଫିଲ୍ମର ସବୁଠୁ ବଡ଼ ଉପଲବ୍ଧି କହିଲେ ଭୁଲ୍‌ ହେବନି। ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନର୍‌ରେ ନିର୍ମିତ ଏ ଫିଲ୍ମର ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ମଧ୍ୟ ସବୁ ଦୃଷ୍ଟିରୁ ଏବର୍ଷର ସଫଳତମ ସିନେବ୍ୟକ୍ତିତ୍ବ। ମୌଳିକ କାହାଣୀକୁ ନେଇ ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାରରେ ତିଆରି ଏ ଫିଲ୍ମଟି କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ବେଶ୍‌ କିଛି ସ୍ଥାନରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ହଲ୍‌ରେ ଗୋଟିଏ ସପ୍ତାହ ତିଷ୍ଠିବା କାଠିକର ପାଠ ହେଉଥିବାବେଳେ ‘କର୍ମ’ ଅନେକ ସ୍ଥାନରେ ଏଯାଏଁ ପ୍ରଦର୍ଶିତ ହେଉଛି। ବହୁବର୍ଷ ପରେ ଓଡ଼ିଆ ଫିଲ୍ମରେ ଏଭଳି ଘଟଣା ଘଟିଛି। ତେଣୁ ବ୍ୟବସାୟରେ ମଧ୍ୟ ଫିଲ୍ମଟି ଏକ ବିଶାଳ ରେକର୍ଡ ସ୍ଥାପନ କରିଛି। ଏ ଖବର ପ୍ରକାଶିତ ହେବାବେଳକୁ ‘କର୍ମ’ର କର୍ମଫଳ ୧୦ କୋଟି ପାଖାପାଖି ହୋଇଯିବାର ସବୁ ଆଶା ରହିଛି।

ରାଜ୍ୟ ପୁରସ୍କାର ଫେରିଲା

୨୦୨୪ର ଭଲକଥାଗୁଡ଼ିକ ଭିତରୁ ଗୋଟିଏ ହେଉଛି, ପ୍ରାୟ ୫ ବର୍ଷ ବ୍ୟବଧାନ ପରେ ଏ ବର୍ଷର ଶେଷ ଆଡ଼କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ୨୦୨୦, ୨୦୨୧ ଓ ୨୦୨୨ ବର୍ଷର ପୁରସ୍କାର ଦିଆଯାଇଛି। ୨୦୨୦ରେ କରୋନା କାରଣରୁ ଅତି ଅଳ୍ପ ସଂଖ୍ୟକ ଫିଲ୍ମ ତିଆରି ହୋଇଥିଲେ ହେଁ ଅନ୍ୟ ଦୁଇବର୍ଷ ପାଇଁ ଦାଖଲ ହୋଇଥିବା ଫିଲ୍ମର ସଂଖ୍ୟା ଠିକ୍‌ଠାକ୍‌ ଥିଲା ଏବଂ ଭଲ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ପୁରସ୍କାର ଜୁରି ସମେତ ମନୋନୟନ ପ୍ରକ୍ରିୟା ଗତ ସରକାରଙ୍କ ସମୟରୁ ଶେଷ ହୋଇଥିଲା, ବର୍ତ୍ତମାନର ସରକାର କେବଳ ପୁରସ୍କାର ପ୍ରଦାନ କରିଥିଲେ। ମୋଟ୍‌ ଉପରେ ଦେଖିଲେ ୩୩ଟି ବର୍ଗରେ ଏଥର ଶତାଧିକ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥିଲା। ଫିଲ୍ମ ସେନ୍‌ସର ‌ବୋର୍ଡ ସ୍ବୀକୃତିପ୍ରାପ୍ତ ମୋଟ୍‌ ୪୬ଟି ଫିଲ୍ମ ପୁରସ୍କାର ପାଇଁ ଆବେଦନ କରିଥିଲେ। ଏଥିମଧ୍ୟରୁ ୨୦୨୦ରେ ବିଶ୍ବନାଥ ପଟ୍ଟନାୟକଙ୍କ ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତୀଶ କୁମାର ରାଉତଙ୍କ ‘ଡାଲ୍‌ଚିନି’ ଏବଂ ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥର ଜୀବନବ୍ୟାପି ସାଧନା ପାଇଁ ଦିଆ ଯାଉଥିବା ସର୍ବୋଚ୍ଚ ପୁରସ୍କାରର ନାଁ ‘ଜୟଦେବ ପୁରସ୍କାର’ ବଦଳରେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ରଖା ଯାଇଥିଲା। ୨୦୨୦ ପାଇଁ ନାଟ୍ୟକାର ଅନନ୍ତ ମହ‌ାପାତ୍ର ଏହି ସମ୍ମାନ ପାଇଥିବାବେଳେ ୨୦୨୧ ପାଇଁ ଚିତ୍ରୋତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ତଥା ୨୦୨୨ ପାଇଁ ହାସ୍ୟଅଭିନେତା ଜୟରାମ ସାମଲ (ଜୟୀ) ଏହି ସମ୍ମାନ ପାଇଥିଲେ। ପ୍ରମୁଖ ପୁରସ୍କାରଗୁଡ଼ିକର ବିଜୟୀମାନେ ଥିଲେ ଏମିତି- ୨୦୨୦: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ସହିଦ ରଘୁ ସର୍ଦ୍ଦାର’, ଶ୍ରେଷ୍ଠ ନିର୍ଦ୍ଦେଶକ- ରାକେଶ ସାମଲ (ରୋମିଓ ରାଜା), ଶ୍ରେଷ୍ଠ ଅଭିନେତା- ଦେବାଶିଷ ପାତ୍ର (ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ (ରୋମିଓ ରାଜା), ଶ୍ରେଷ୍ଠ ଅଭିନେତ୍ରୀ- କାବ୍ୟା କିରଣ ଶୁକ୍ଳା (ସହିଦ ରଘୁ ସର୍ଦ୍ଦାର); ୨୦୨୧: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ପ୍ରତୀକ୍ଷା’  ଓ ‘ଡାଲଚିନି’, ଶ୍ରେଷ୍ଠ ନିର୍ଦ୍ଦେଶକ- ସୁରେଶ ପଟ୍ଟନାୟକ (ତୃଷ୍ଣା), ଶ୍ରେଷ୍ଠ ଅଭିନେତା- ଦୀପନ୍ବିତ ଦାଶମହାପାତ୍ର (ପ୍ରତୀକ୍ଷା) ଓ ଅଙ୍କିତ କୁମାର (ଭୋକ), ଶ୍ରେଷ୍ଠ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର  (ଡାଲଚିନି); ୨୦୨୨: ଶ୍ରେଷ୍ଠ ଚଳଚ୍ଚିତ୍ର- ‘ଦମନ’, ଶ୍ରେଷ୍ଠ ନିର୍ଦ୍ଦେଶକ- ସୁଧାଂଶୁ ମୋହନ ସାହୁ (ମୟାବୀ), ଶ୍ରେଷ୍ଠ ଅଭିନେତା- ବାବୁସାନ ମହାନ୍ତି (ଦମନ), ଶ୍ରେଷ୍ଠ ଅଭିନେତ୍ରୀ- ଲୋପାମୁଦ୍ରା ମିଶ୍ର (ବୋଉର ହାତବାକ୍ସ)।

ଅନୁଭବଙ୍କ କ୍ୟାରିୟର୍‌ ସଳଖିଲା

ସେଇ ଗୋଟିଏ ଫିଲ୍ମ ‘କର୍ମ’ ଓଡ଼ିଆ ସିନେଜଗତର ଅନେକ ଅଡୁଆ ଗଣ୍ଠିକୁ ଖୋଲିଦେବାରେ ସଫଳ ହୋଇଛି। ତା’ଭିତରୁ ଗୋଟିଏ ହେଲା ଓଡ଼ିଆ ସୁପର୍‌ଷ୍ଟାର୍‌ ଭାବେ ବେଶ୍‌ କିଛିବର୍ଷ ହେଲା ସ୍ବୀକୃତି ପାଇ ଆସୁଥିବା ଅଭିନେତା ଅନୁଭବ ମହାନ୍ତିଙ୍କର ଟଳମଳ ଫିଲ୍ମ କ୍ୟାରିୟର୍‌କୁ ‘କର୍ମ’ ଯଥାସମ୍ଭବ ସଜାଡ଼ି ଦେଇଛି। ଏକଦା ଅନୁଭବଙ୍କର କ୍ରେଜ୍‌ ଓ ଚାହିଦା ଏତେ ଥିଲା ଯେ ସେ ଯାହାକୁ ଛୁଉଁଥିଲେ, ସୁନା ହୋଇ ଯାଉଥିଲା କହିଲେ ଭୁଲ୍ ହେବନି। କିନ୍ତୁ ରାଜନୀତିରେ ପ୍ରବେଶ, ସେ ସଂପର୍କିତ ବିବାଦ; ପୁଣି ପାରିବାରିକ ସମସ୍ୟାଜନିତ କାରଣରୁ ସେ ଫିଲ୍ମ ପାଇଁ ଅଧିକ ସମୟ ଦେଇ ପାରିନଥିଲେ। ଯେତିକି ବି ଫିଲ୍ମରେ ଅଭିନୟ କରିଥିଲେ, ଅଧିକାଂଶ ବକ୍ସ ଅଫିସ୍‌ରେ କେବଳ ବିଫଳ ହୋଇନଥିଲା, ଚର୍ଚ୍ଚାକୁ ବି ଆସିନଥିଲା। ସେ ଧାରା ଲଗାତାର ଜାରି ରହିଥିବାବେଳେ ‘କର୍ମ’ ଆସିଲା। ଏହାପରେ ଅନୁଭବ ଗୋଟିଏ ନୂଆଜନ୍ମ ପାଇଛନ୍ତି କହିଲେ ଭୁଲ୍‌ ହେବନି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.