Breaking News

ହମାସକୁ ଚେତାବନୀ ଦେଲେ ଟ୍ରମ୍ପଙ୍କ ଏନ୍‌ଏସ୍‌ଏ: ଖୋଜି ଖୋଜି ମୁଣ୍ଡକୁ ଗୁଳିମାରିବୁ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଆତଙ୍କବାଦୀ ସଂଗଠନ ହମାସକୁ ଆଜି କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକୀୟ ନାଗରିକମାନଙ୍କୁ ଶୀଘ୍ର ମୁକ୍ତ କରାଯାଏ...

ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଆତଙ୍କବାଦୀ ସଂଗଠନ ହମାସକୁ ଆଜି କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକୀୟ ନାଗରିକମାନଙ୍କୁ ଶୀଘ୍ର ମୁକ୍ତ କରାଯାଏ, ତେବେ ସେମାନଙ୍କୁ ଯେ କୌଣସି ଉପାୟରେ ଉଦ୍ଧାର କରାଯିବାକୁ ପଦକ୍ଷେପ ନିଆଯିବ। ହମାସ ଆତଙ୍କବାଦୀଙ୍କୁ ଆମେ ଖୋଜି ଖୋଜି ଠାବ କରିବୁ ‌ଏବଂ ସେମାନଙ୍କୁ ମୁଣ୍ଡକୁ ଗୁଳିମାଡ଼ କରିବୁ ବୋଲି ଟ୍ରମ୍ପଙ୍କ ଏନ୍‌ଏସ୍‌ଏ ମାଇକ୍‌ ୱାଟ୍‌ଜ କହିଛନ୍ତି।

ସୂଚନାଯୋଗ୍ୟ, ଇସ୍ରାଏଲ ଓ ହମାସ ମଧ୍ୟରେ ବର୍ଷେ ଧରି ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଗାଜାବାସୀ ଅନାହାର ସହ ସଂଘର୍ଷ କରୁଛନ୍ତି ଏବଂ ପ୍ରତିଦିନ ଅତି କମ୍‌ରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଆମେରିକା ନିର୍ବାଚନ ଜିତିବା ପରେ ଟ୍ରମ୍ପ ଦାବି କରିଥିଲେ ଯେ ସେ କ୍ଷମତାକୁ ଆସିବା ମାତ୍ରେ ସାରା ବିଶ୍ୱରେ ଯୁଦ୍ଧ ଶେଷ କରିଦେବେ। ଜାନୁଆରି ୨୦ରେ ସେ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ। ଏହା ପୂର୍ବରୁ ତାଙ୍କ ନବନିଯୁକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତା ହମାସ ଆତଙ୍କବାଦୀଙ୍କୁ ଧମକ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଗାଜା ଉପତ୍ୟକାରେ ସ୍ଥିତି ଅତି ଜଟିଳ ରହିଛି ଏବଂ ଏହାର ସମାଧାନ ହେଲେ ହିଁ ଇସ୍ରାଏଲ ଓ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସ୍ୱାଭାବିକତା ଆସିବ ବୋଲି ସେ କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.