Breaking News

ଟିଣ୍ଡରରେ ଭେଟିଥିବା କାନାଡା ମହିଳାଙ୍କୁ ଦୁଷ୍କର୍ମ

ର’ ଏଜେଣ୍ଟ ଆଳରେ ଜଣେ ଜଣେ ଜିମ୍ ଟ୍ରେନର କାନାଡାର ‌ଜନୈକା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ଶୋଷଣ କରିବା ଅଭିଯୋଗ ଆସିଛି। ଅଭିଯୁକ୍ତ ସାହିଲ ଶର୍ମା ନିଜକୁ ର’ ଏଜେଣ୍ଟ ପରିଚୟ ଦେଇ ଏକ ଡେଟିଂ ଆପ୍‌ରେ ସମ୍ପୃକ୍ତା କାନାଡ଼ା ମହିଳାଙ୍କ ସହ ବନ୍ଧୁତା କରିଥିଲେ।

ଆଗ୍ରା: ର’ ଏଜେଣ୍ଟ ଆଳରେ ଜଣେ ଜଣେ ଜିମ୍ ଟ୍ରେନର କାନାଡାର ‌ଜନୈକା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ଶୋଷଣ କରିବା ଅଭିଯୋଗ ଆସିଛି। ଅଭିଯୁକ୍ତ ସାହିଲ ଶର୍ମା ନିଜକୁ ର’ ଏଜେଣ୍ଟ ପରିଚୟ ଦେଇ ଏକ ଡେଟିଂ ଆପ୍‌ରେ ସମ୍ପୃକ୍ତା କାନାଡ଼ା ମହିଳାଙ୍କ ସହ ବନ୍ଧୁତା କରିଥିଲେ। ଦୁହେଁ ଖୁବ୍ ଶୀଘ୍ର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। କାନାଡା ଫେରିବା ପରେ ମହିଳା ଜଣକ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ସେ ତାଙ୍କ ଅବସ୍ଥା ବିଷୟରେ ଜଣାଇବା ପରେ ବ୍ୟକ୍ତି ଜଣକ ତାଙ୍କୁ ଧମକ ଚମକ ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୬୪, ୧୨୩, ୩୫୧(୨), ୭୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ନିଜକୁ ର’ ଏଜେଣ୍ଟ କହୁଥିବା ଆଗ୍ରା ଜିମ୍ ଟ୍ରେନରଙ୍କ ବିରୋଧରେ ଅଭିଯୋଗ

ଏତଲାରେ ମହିଳା ଜଣକ ସାହିଲଙ୍କ ଦୁଇ ଜଣ ସାଙ୍ଗଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁମାନେ ତାଙ୍କୁ ସାହିଲଙ୍କଠାରୁ ପାଇଥିବା ନଗ୍ନ ଫଟୋ ଜରିଆରେ ବ୍ଲାକ୍‌ମେଲ କରୁଥିଲେ। ମହିଳା ଜଣକ କହିଛନ୍ତି ଯେ ସେ ଭାରତରେ ଥିବା ବେଳେ ମାର୍ଚ୍ଚ ମାସରେ ଟିଣ୍ଡରରେ ସାହିଲଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ଥରେ ତାଙ୍କୁ ଭେଟିବା ପରେ ସାହିଲ ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ ଏକ ହୋଟେଲକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ହୋଟେଲ ରୁମ୍‌ରେ ସେ ମୃଦୁ ପାନୀୟ ଓ ପିଜା ଖାଇଥିଲେ, ଯାହା ପୂର୍ବରୁ ରଖାଯାଇଥିଲା। ଏହାପରେ ତାଙ୍କୁ ମୁଣ୍ଡ ବୁଲାଇଥିଲା ଓ ସେ ବେହୋସ ହୋଇଯାଇଥିଲେ। ସାହିଲ କିଛି ସମୟ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଚେତା ଫେରିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭାରତରେ ରହୁଥିବା ସମୟରେ ସାହିଲ ଦିଲ୍ଲୀ ଓ ଆଗ୍ରାରେ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣକ କହିଛନ୍ତି ଯେ ତାଙ୍କୁ ସାହିଲଙ୍କ ସହ ହ୍ୱାଟ୍ସଆପ୍ ଚାଟ୍ ଓ କଲ୍ ହିଷ୍ଟ୍ରି ଡିଲିଟ୍ କରିବାକୁ ବାଧ୍ୟ କରାଯାଇଥିଲା କାରଣ ସେ ତାଙ୍କ ପରିଚୟ ଗୋପନୀୟ ରଖିବା ଜରୁରୀ ବୋଲି କହିଥିଲେ। କାନାଡା ଫେରିବା ପରେ ମହିଳା ଜଣକ ଫେସ୍ ବୁକ୍ ମେସେଞ୍ଜର ମାଧ୍ୟମରେ ସାହିଲଙ୍କୁ ନିଜ ଗର୍ଭଧାରଣ ବିଷୟରେ ଜଣାଇଥିଲେ। ଏହାପରେ ସାହିଲ ତାଙ୍କୁ ଧମକ ଦେବା ସହ ତୁରନ୍ତ ବ୍ଲକ୍ କରି ଦେଇଥିଲେ ବୋଲି ମହିଳା ଜଣକ କହିଛନ୍ତି। ତଦନ୍ତ ସରିବା ପରେ ଖୁବ୍ ଶୀଘ୍ର ସାହିଲଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.