Breaking News

କିଏ ହେବେ ପାଳକମନ୍ତ୍ରୀ ?: ମହାୟୁତିରେ ମହାଯୁଦ୍ଧ ଜାରି

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇସାରିଛନ୍ତି। ବିଭାଗ ବଣ୍ଟନ କରାଯାଇଛି, କିନ୍ତୁ ପାଳକମନ୍ତ୍ରୀଙ୍କୁ ନେଇ ନିଷ୍ପତ୍ତି ଏପର୍ଯ୍ୟନ୍ତ କିଛି ଜିଲ୍ଲାରେ ନିଆଯାଇ ନାହିଁ। ଏହି ପଦ ପାଇଁ ମହାୟୁତି ମିଳିତ ମେଣ୍ଟରେ ମହାଯୁଦ୍ଧ ଜାରି ରହିଛି...

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ସରକାର କ୍ଷମତାକୁ ଆସିବା ଦିନଠାରୁ ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ଜାରି ରହିଛି। ମହୁୟୁତି ସରକାର ଆସିବା ପରଠାରୁ ବିରୋଧୀ ଦଳ ଶାସକ ଦଳ ବିରୋଧରେ, ବେଳେବେଳେ ଇଭିଏମ୍ ପ୍ରସଙ୍ଗରେ, ସିଏମ୍ ହେବାରେ ବିଳମ୍ବ ହେବା ପ୍ରସଙ୍ଗ, କ୍ୟାବିନେଟ ଏବଂ  ବିଭାଗ ଆବଣ୍ଟନ ଉପରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି।

ବିଭାଗ ବଣ୍ଟନ ପରେ ମଧ୍ୟ ବିବାଦ ଏବଂ ଟଣା ଓଟରା ଶେଷ ହୋଇନାହିଁ। ମହାରାଷ୍ଟ୍ରରେ ଏବେ ନୂଆ ସସପେନ୍ସ ଜାରି ରହିଛି। କିଏ ପାଳକମନ୍ତ୍ରୀ ବା ଅଭିଭାବକ ମନ୍ତ୍ରୀ ହେବେ ସେ ନେଇ ମହାୟୁତିର ତିନି ସହଯୋଗୀ ଦଳ ମଧ୍ୟରେ ବିବାଦ ଜାରି ରହିଛି। ଏହି ତିନି ଦଳକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଭାଗ ବଣ୍ଟନ କରାଯାଇଛି।

ବିଭାଗ ବଣ୍ଟନ ନେଇ ଶିବସେନାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ସହିତ ଛଗନ ଭୁଜବଳ ଏବଂ ଏନସିପିରେ କିଛି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣା ଶାନ୍ତ ହେବା ପରେ ପାଳକମନ୍ତ୍ରୀଙ୍କୁ ନେଇ ତିନି ଦଳ ମଧ୍ୟରେ ପୁଣି ଥରେ ଟଣାଓଟରା ଆରମ୍ଭ ହୋଇଛି।

ରାଜ୍ୟରେ ପାଳକମନ୍ତ୍ରୀ ପଦ ଏପର୍ଯ୍ୟନ୍ତ କାହାକୁ ଦିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ତିନି ଦଳ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ ବିବାଦ ଜାରି ରହିଛି। କ୍ଷମତାରେ ଥିବା ସମସ୍ତ ତିନୋଟି ଦଳ ସେମାନଙ୍କର ସର୍ବୋଚ୍ଚତା ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ସମସ୍ତ ତିନୋଟି ଦଳର ବଡ଼ ନେତାମାନଙ୍କୁ ପ୍ରତ୍ୟେକ ବିଭାଗ ଏବଂ ଜିଲ୍ଲାରେ ମନ୍ତ୍ରୀ କରାଯାଇଛି। ତେଣୁ ପାଳକମନ୍ତ୍ରୀ ପଦ ପାଇଁ ତିନି ଦଳ ମଧ୍ୟରେ ପ୍ରତିଯୋଗିତା ରହିଛି।

ପ‌ାଳକମନ୍ତ୍ରୀ ପଦବୀକୁ ନେଇ ବିବାଦରେ ଥିବା ଜିଲ୍ଲା:

ମୁମ୍ବାଇ ସହର ଏବଂ ମୁମ୍ବାଇ ଉପାନ୍ତ।
କୋଙ୍କଣ – ସିନ୍ଧୁଦୁର୍ଗ, ରତ୍ନଗିରି ଏବଂ ରାୟଗଡ।
ମରାଠୱାଡା – ସମ୍ଭାଜିନଗର, ବିଡ୍।
ଉତ୍ତର ମହାରାଷ୍ଟ୍ର- ନାସିକ୍ ।
ଥାନେ ସହର ଏବଂ ନଭି ମୁମ୍ବାଇ।
କୋହ୍ଲାପୁର

ମହାରାଷ୍ଟ୍ରର ରାୟଗଡରେ ପାଳକମନ୍ତ୍ରୀଙ୍କୁ ନେଇ ଏନସିପି ଏବଂ ଶିବସେନା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଅନ୍ୟପଟେ ଗାଡଚିରୋଲି ଜିଲ୍ଲାକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ସିଧାସଳଖ ବିବାଦ ହେଉଛି।

ଛତ୍ରପତି ସମ୍ଭାଜିନଗରରେ ବିଜେପି ଏବଂ ଶିବସେନା ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳୁଛି। ବିଡ୍ ଜିଲ୍ଲାରେ ଭାଇ-ଭଉଣୀ ପଙ୍କଜା ଏବଂ ଧନଞ୍ଜୟ ମୁଣ୍ଡେ ମନ୍ତ୍ରୀ ହୋଇଥିବାବେଳେ ପାଳିକମନ୍ତ୍ରୀ ପଦ ପାଇଁ ବିଜେପି ଏବଂ ଏନସିପି ମଧ୍ୟରେ ବିବାଦ ଜାରି ରହିଛି।

ଚଳିତଥର ମହାରାଷ୍ଟ୍ରର ଲୋକମାନେ ବହୁମତରେ ସରକାର ଚୟନ କରିଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ଠାରୁ ଜନସାଧାରଣଙ୍କ ଆଶା ବହୁତ ଅଧିକ, କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ସହଯୋଗୀ ଦଳ ନିଜ ନିଜ ମଧ୍ୟରେ ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି। ଏଭଳି ପରିସ୍ଥିତିରେ ମିଳିତ ମେଣ୍ଟର ଅସନ୍ତୁଷ୍ଟ ନେତାମାନେ ସରକାରଙ୍କ ପାଇଁ ପୃଥକ ସମସ୍ୟା ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ଯେଉଁଥିପାଇଁ ସରକାର ନିଷ୍ପତ୍ତି ନେବାରେ ସତର୍କ ପଦକ୍ଷେପ ଗ୍ରହଣ କରୁଥିବା ରାଜ୍ୟର ରାଜନୈତିମ ମହଲରେ ଚର୍ଚ୍ଚା ହେଉଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.