Breaking News

ଆସନ୍ତା ୬ ମାସ ମଧ୍ୟରେ ନକ୍ସଲଙ୍କୁ ମୂଳପୋଛ କରିପାରିବ ପୁଲିସ?

ଛତିଶଗଡ଼ର ବସ୍ତରର ବିଜାପୁର, ସୁକମା, ଦନ୍ତେୱାଡ଼ା, ନାରାୟଣପୁର, କାଂକେର ଏବଂ କୋଣ୍ଡାଗାଓଁରେ ନକ୍ସଲମାନେ ସକ୍ରିୟ ଅଛନ୍ତି। ଅଧିକାଂଶ ନକ୍ସଲମାନେ ବିଜାପୁର, ସୁକମା ଏବଂ ଦନ୍ତେୱାଡାରେ ରହିଛନ୍ତି।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷା ବାହିନୀର ପ୍ରାୟ ୫୦ ହଜାର ସୈନିକ ଏବଂ ଦୁଇ ହଜାର ନକ୍ସଲଙ୍କ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଲାଣି। ଏହି ଯୁଦ୍ଧରେ ଜିତିବା ପାଇଁ ସ୍ଥାନୀୟ ଲୋକଙ୍କ ସମର୍ଥନ ହାସଲ କରିବାକୁ ଦୁଇ ପକ୍ଷରୁ ବହୁ ପ୍ରୟାସ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ନକ୍ସଲ ପ୍ରବଣ ଅଂଚଳଗୁଡିକକୁ ବିକଶିତ କରାଯାଉଛି ଏବଂ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ପୁଲିସ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି ଯେ ଆସନ୍ତା ୬ ମାସ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ନକ୍ସଲମାନଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.