Breaking News

ରାଇରଙ୍ଗପୁରରେ ବିଜେଡି ଦୁଇଫାଳ! ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌

ବିଜେଡିର ୨୮ତମ ପ୍ରତିଷ୍ଠା ଦିବସରେ ଗୁରୁବାର ଅପ୍ରୀତିକର ପରସ୍ଥିତି ଦେଖିବାକୁ ମିଳିଛି। ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ଠାରେ ମଧ୍ୟ ପ୍ରତ୍ୟେକ ବର୍ଷ ପରି ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବିଜେଡି ପକ୍ଷରୁ ଦୁଇଥର ପ୍ରତିଷ୍ଠା ଦିବସ ପାଳନ ହୋଇଥିବାର ଦେଖିବାକୁ ମିଳିଛି।

ରାଇରଙ୍ଗପୁର: ବିଜୁ ଜନତା ଦଳ (ବିଜେଡି)ର ୨୮ତମ ପ୍ରତିଷ୍ଠା ଦିବସରେ ଗୁରୁବାର ଅପ୍ରୀତିକର ପରସ୍ଥିତି ଦେଖିବାକୁ ମିଳିଛି। ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ଠାରେ ମଧ୍ୟ ପ୍ରତ୍ୟେକ ବର୍ଷ ପରି ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବିଜେଡି ପକ୍ଷରୁ ଦୁଇଥର ପ୍ରତିଷ୍ଠା ଦିବସ ପାଳନ ହୋଇଥିବାର ଦେଖିବାକୁ ମିଳିଛି। ରାଇରଙ୍ଗପୁର ସହରର ଦୁର୍ଗା ମଣ୍ଡପ ଛକ (ବିଜୁ ପଟ୍ଟନାୟକ ଛକ)  ଠାରେ ପ୍ରଥମେ ସକାଳ ୧୧ ଘଟିକା ସମୟରେ ପ୍ରଥମେ ବିଜେଡିର ବରିଷ୍ଠ ନେତା ଇଶାନ ମିଶ୍ର, ସୁବାଷ ମଣ୍ଡଳ, ସ୍ୱରୂପ ବେହେରା, ସୁଶାନ୍ତ ଚୌଧରୀ, ମମିତା ଚୌଧରୀ, ରାଜେନ୍ଦ୍ର ମଲ୍ଲିକ, ହିରନ୍ ବସା, ଜିତେନ୍ଦ୍ର ସାହୁ, ନରେଶ ବେହେରାଙ୍କ ସମେତ ବହୁ ପୁରୁଖା ନେତା ଉପସ୍ଥିତ ରହି ପାଳନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଅପରାହ୍ନ ୪.୩୦ ମିନିଟ୍ ସମୟରେ ବିଜେଡିର ମୟୂରଭଂଜ-୨ ପକ୍ଷରୁ ମଧ୍ୟ ବିଜୁ ପଟ୍ଟନାୟକ ଛକଠାରେ ବିଜୁ ପଟ୍ଟନମାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି କାଶିନାଥ ହେମ୍ବ୍ରମ୍‌, ବିଜେଡିର ଜିଲ୍ଲା ଯୁବ ସଭାପତି ତଥା ରାଇରଙ୍ଗପୁର ପୌରପରିଷଦର ପୌରାଧକ୍ଷ୍ୟ ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ଜିଲ୍ଲା ପରିଷଦ ଶଚ୍ଚିଦାନନ୍ଦ ମହାନ୍ତ, ତିରିଂ ପୂର୍ବତନ ବ୍ଲକ୍ ଅଧକ୍ଷା ଜେମାମଣୀ ଶୁଣ୍ଡି, ପରମେଶ୍ୱର ସାମାଡ, ପରେଶ ମୁଣ୍ଡା, ଗୌରୀଶଙ୍କର ଦତ୍ତ, ପାଂଚୁ ଲୋହାର ସମସ୍ତ କାଉନସିଲରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.