Breaking News

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା

ରାଇକିଆ,୨୭/୧୨: କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଘୁରି ବୁଲୁଛି ଏକ ଗୋଠଛଡା ହାତୀ । ଗତ ତିନି ଦିନ ଧରି ଟିକାବାଲି ଅଞ୍ଚଳରେ ଲୋକେ ହାତୀର ପାଦଚିହ୍ନ ଦେଖିଥିବା ବେଳେ ଶୁକ୍ରବାର ରାଇକିଆ ଅଞ୍ଚଳରେ ଏକ ହାତୀପଲ ଠାବ କରାଯାଇଛି । ରାଇକିଆ ଥାନା ଅନ୍ତର୍ଗତ ବଡ଼ ବାରବା ପଞ୍ଚାୟତ ପୋକସୁଙ୍ଗା ଏବଂ ବାରନାଳିଆ ଗ୍ରାମରେ ହାତୀ ଉପଦ୍ରବ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଗାଁ ଲୋକଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ତିନି ପଲ ହାତୀ ଗାଁରେ ପଶି ଗୋପାଳ ପ୍ରଧାନଙ୍କ ଘରର ଟିଣ ଛପର ସହିତ ନଡ଼ିଆ ଗଛ ଭାଙ୍ଗି ଦେଇଛନ୍ତି । ସେହିପରି କୈଳାସ ପ୍ରଧାନଙ୍କ ଧାନ ନଷ୍ଟ କରିଛନ୍ତି, ସତ୍ୟ ସାହୁ ,ମୁରଲୀ ନାୟକ ,ବାୟା ପ୍ରଧାନଙ୍କ ତିନୋଟି ଧାନଗଦା ସହ କାନ୍ଦୁଲ ବଗିଚା ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏନେଇ ବନ ବିଭାଗକୁ ଖବର ଦେଇଥିଲେ ଗାଁଲୋକେ । ବନ ବିଭାଗର କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲର ଗତିବିଧି ଉପରେ ନଜର ରଖିଛନ୍ତି ।

 

 

 

ସୌଜନ୍ୟ-ପ୍ରମେୟ

Comments are closed.