Breaking News

ପଶୁପ୍ରିୟ ଦମ୍ପତି: ୫୦ରୁ ଅଧିକ ଗୋରୁଗାଈ-ଷଣ୍ଢ, ୨୦ରୁ ଅଧିକ ବୁଲା କୁକୁର… ସମସ୍ତଙ୍କୁ ନିଜ ପିଲା ପରି ପାଳିଛନ୍ତି ବୃଦ୍ଧ ଦମ୍ପତି ।

ସୋରରେ ରିପିଟ୍ ହେଲା ସାର ଜନଙ୍କ ପ୍ରିୟ ସାଥୀ ଡିକ୍ କାହାଣୀ... ରାମଚନ୍ଦ୍ରଙ୍କ ସହ ଗୋରୁ ଚରେଇବାକୁ ଯାଆନ୍ତି ବୁଲା କୁକୁର । ଗୋରୁଗାଈଙ୍କ ସେବା କରୁଥିବା ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନେଇଛନ୍ତି ୨୨ଟି ବୁଲା କୁକୁର । ଯେଉଁ କୁକୁରମାନେ ତାଙ୍କ ଘରେ କ୍ଷୀର ଭାତ ଖାଇ ରୁହନ୍ତି ଆଉ , ସବୁଠାରୁ ମଜାଦାର କଥା ହେଉଛି ରାମଚନ୍ଦ୍ର ଯେତେବେଳେ ଗୋରୁଗାଈଙ୍କୁ ପାଖ ପଡିଆକୁ ଚରେଇବାକୁ ନିଅନ୍ତି ସେତେବେଳେ ତାଙ୍କ ସହ ୨ କିଲୋମିଟର ଏ କୁକୁରମାନେ ଯାଆନ୍ତି । ଯାହା ୪ର୍ଥ ଶ୍ରେଣୀରେ ପଢାଯାଉଥିବା ସାର ଜନଙ୍କ ପ୍ରିୟ ସାଥୀ ଡିକର କାହାଣୀକୁ ମନେପକାଇ ଦେଇଛି ।

ପଶୁପ୍ରେମରେ ବୃଦ୍ଧ ଦମ୍ପତି । ୭୦ଟି ପଶୁଙ୍କୁ ପିଲା ପରି ପାଳିଛନ୍ତି । ଗୋପାଳନ ନିଶା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ଏମାନେ ମଣିଷ, ଆଉ ସେମାନେ ପଶୁ । କିନ୍ତୁ ଏମାନଙ୍କ ସମ୍ପର୍କ ରକ୍ତ ସମ୍ପର୍କ ପରି । ଏମାନେ ତାଙ୍କ ବାପାମାଆ ଆଉ ସେମାନେ ଏମାନଙ୍କ ପିଲା ପରି… ପଶୁ-ମଣିଷର ଏ ସମ୍ପର୍କର କାହାଣୀ ଆସିଛି ସୋରରୁ । ଇଏ ହେଉଛନ୍ତି ଈଶ୍ୱରପୁର ଗାଁର ରାମଚନ୍ଦ୍ର ଓଝା, ବୟସ-୭୫ । ଛୋଟ ବେଳୁ ଗୋରୁ ମାନଙ୍କ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଚାଷୀ ଘରର ହୋଇଥିବାରୁ ପୂର୍ବରୁ ସେ ୪ଟି ବଳଦ ଓ ୫ଟି ଗାଈ ରଖିଥିଲେ ।  ଦିନେ ତାଙ୍କର ଗୋଟେ ବଳଦ ହଜିଯାଇଥିବା ବେଳେ ବହୁ ଖୋଜାଖୋଜି ପରେ ଉକ୍ତ ବଳଦକୁ କଂସେଇ ଖାନାରୁ ପାଇଥିଲେ। ବାସ୍ ସେବେ ଠାରୁ ତାଙ୍କର ଗୋରୁଗାଈଙ୍କ ପ୍ରତି ଦୁର୍ବଳତା ବଢିଯାଇଥିଲା, ସ୍ନେହ ଆସିଥିଲା । ଆଉ ସେହିଦିନଠୁ ଆଜି ଯାଏଁ କେବେ ବି ଗୋରୁ ବିକିନାହାନ୍ତି ରାମଚନ୍ଦ୍ର ।

ପାଖାପାଖି ୭୦ରୁ ଅଧିକ ଗୋରୁ ଗାଈ ଷଣ୍ଢଙ୍କ ଲାଳନ ପାଳନ କରୁଥିବା ରାମଚନ୍ଦ୍ରଙ୍କୁ ପଶୁସେବାରେ ସାହାଯ୍ୟ କରନ୍ତି ତାଙ୍କ ପତ୍ନୀ ରମାରାଣୀ ଓଝା । ଗୋରୁଗାଈଙ୍କୁ ପାଣି-ତୋରାଣୀ ଦେବା ଠାରୁ ଗୁହାଳ କାମ ଯାଏଁ ସବୁକିଛି କରନ୍ତି ରମା । ତେବେ ଏମାନଙ୍କ ୪ ପୁଅ ଥିବାବେଳେ ସମସ୍ତେ ବାପାମାଆଙ୍କ ଏହି କାମରେ ଗର୍ବିତ । ତେବେ ସବୁଠୁ ବଡ କଥା ହେଲା ଗାଈଙ୍କ ଠାରୁ ମିଳୁଥିବା କ୍ଷୀର ନବିକି ବାଛୁରୀ ଏବଂ କୁକୁରଙ୍କୁ ଦିଅନ୍ତି ।

ସୋରରେ ରିପିଟ୍ ହେଲା ସାର ଜନଙ୍କ ପ୍ରିୟ ସାଥୀ ଡିକ୍ କାହାଣୀ… ରାମଚନ୍ଦ୍ରଙ୍କ ସହ ଗୋରୁ ଚରେଇବାକୁ ଯାଆନ୍ତି ବୁଲା କୁକୁର । ଗୋରୁଗାଈଙ୍କ ସେବା କରୁଥିବା ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନେଇଛନ୍ତି ୨୨ଟି ବୁଲା କୁକୁର । ଯେଉଁ କୁକୁରମାନେ ତାଙ୍କ ଘରେ କ୍ଷୀର ଭାତ ଖାଇ ରୁହନ୍ତି ଆଉ , ସବୁଠାରୁ ମଜାଦାର କଥା ହେଉଛି ରାମଚନ୍ଦ୍ର ଯେତେବେଳେ ଗୋରୁଗାଈଙ୍କୁ ପାଖ ପଡିଆକୁ ଚରେଇବାକୁ ନିଅନ୍ତି ସେତେବେଳେ ତାଙ୍କ ସହ ୨ କିଲୋମିଟର ଏ କୁକୁରମାନେ ଯାଆନ୍ତି । ଯାହା ୪ର୍ଥ ଶ୍ରେଣୀରେ ପଢାଯାଉଥିବା ସାର ଜନଙ୍କ ପ୍ରିୟ ସାଥୀ ଡିକର କାହାଣୀକୁ ମନେପକାଇ ଦେଇଛି ।

ତେବେ ରାମଚନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କ ପଶୁପ୍ରେମ ପାଇଁ ନିକଟରେ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏବଂ ସରକାରୀ ସ୍ତରରେ କୌଣସି ସାହାଯ୍ୟ ମିଳିଲେ ସେ ଏହି ପଶୁସେବାକୁ ଆହୁରି ବଢେଇ ପାରନ୍ତେ ବୋଲି କହିଛନ୍ତି…

 

 

 

 

ସୌଜନ୍ୟ- କନକ

Comments are closed.