Breaking News

ଜଗତସିଂହପୁର ସହରରେ ଭୟଙ୍କର ବାଣ ବିସ୍ଫୋରଣ: ଘଟଣାର ତଦନ୍ତ ଆରମ୍ଭ

ଜଗତସିଂହପୁର ସହରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳେ ମାଜି‌ଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀମାନେ ବି ପହଞ୍ଚିଛନ୍ତି।

ଜଗତସିଂହପୁର: ଜଗତସିଂହପୁର ସହରରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳେ ମାଜି‌ଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି। ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀମାନେ ବି ପହଞ୍ଚିଛନ୍ତି।

ବଡ଼ବାଗର ସୁଶୀଲ କୁମାର ଦାସ ବାଣ ଭିଡ଼ନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧ କିମି ଦୂର ପର୍ଯ୍ୟନ୍ତ ସାରା ସହର ଥରି ଉଠିଥିଲା। ବିସ୍ଫୋରଣରେ ଘର ଛାତ ଭୁଶୁଡ଼ି ପଡ଼ିଥିଲା। ଘର ଭିତରେ ଥିବା ସୁଶୀଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେଶ ଦାସ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ଏସ୍‌ଡିପିଓ, ଆଇଆଇସି ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ବଡ଼ବାଗରେ ଗତ ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ଦମ୍ପତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଥିଲା। ଭୁଶୁଡ଼ି ପଡ଼ିଥିବା ଛାତ ତଳେ ପରିବାରର ୩ ଜଣ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ବଡ଼ବାଗର ସୁଶୀଲ କୁମାର ଦାସ ବାଣ ଭିଡ଼ନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧ କିମି ଦୂର ପର୍ଯ୍ୟନ୍ତ ସାରା ସହର ଥରି ଉଠିଥିଲା। ବିସ୍ଫୋରଣରେ ଘର ଛାତ ଭୁଶୁଡ଼ି ପଡ଼ିଥିଲା। ଘର ଭିତରେ ଥିବା ସୁଶୀଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେଶ ଦାସ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ଏସ୍‌ଡିପିଓ, ଆଇଆଇସି ପହଞ୍ଚିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.