ଅପରାଧଦେଶ ବିଦେଶ

Al-Falah University: କେବଳ କାଗଜପତ୍ରରେ ଡାକ୍ତର, ମାଳମାଳ ନକଲି ରୋଗୀ: ଅଲ୍-ଫଲାହ ମାମଲାରେ ଚାଞ୍ଚଲ୍ୟକର ଖୁଲାସା କଲା ଇଡି

ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି । ଆତଙ୍କବାଦୀ ଡାକ୍ତର କ୍ୟାମ୍ପସ୍‌କୁ ଏକ ଆଧାର ଭାବରେ ବ୍ୟବହାର କରିଥିଲେ

ଫରିଦାବାଦ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି । ଆତଙ୍କବାଦୀ ଡାକ୍ତର କ୍ୟାମ୍ପସ୍‌କୁ ଏକ ଆଧାର ଭାବରେ ବ୍ୟବହାର କରିଥିଲେ। ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟ ଉପରେ କଡ଼ା ନଜର ରଖାଯାଇଥିଲା। କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ବହୁ ନିୟାମକର ଉଲ୍ଲଂଘନ,ନିଯୁକ୍ତିରେ ଜାଲିଆତି ଓ ଆର୍ଥିକ ଅନିୟମିତତା ଚିହ୍ନଟ ହୋଇଛି। କୋର୍ଟ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଉପରେ ବିଚାର କରିନାହାନ୍ତି। ଇଡି ଦ୍ୱାରା ତଦନ୍ତରେ ୬ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।

ନକଲି ରୋଗୀ

ଇହି ଚାର୍ଜସିଟ୍ ସହ ସଂଲଗ୍ନ ଟେକ୍ସଟ୍ ମେସେଜ୍ ଓ ଭିଡିଓ ଚାଟ୍କୁ ମଧ୍ୟ ଯାଞ୍ଚ୍ କରିଛି। ଏହା ଦର୍ଶାଇଛି, ନିୟାମକ ଯାଞ୍ଚ୍ ପୂର୍ବରୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲ ପ୍ରାୟତଃ କାର୍ଯ୍ୟକ୍ଷମ ନଥିଲା। ଏକ କାର୍ଯ୍ୟକ୍ଷମ ସ୍ୱାସ୍ଥ୍ୟସେବା ଭାବନା ସୃଷ୍ଟି କରିବା ପାଇଁ ଯାଞ୍ଚ୍‌ର କିଛି ଦିନ ପୂର୍ବରୁ ନକଲି ରୋଗୀମାନଙ୍କୁ ଭର୍ତ୍ତି କରାଯାଇଥିଲା। ଯାଞ୍ଚ୍ ସମୟରେ ନିୟାମକ ଆବଶ୍ୟକତା ପୂରଣ କରିବା ପାଇଁ ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଥିଲା। ଏନ୍‌ଏମ୍‌ସି ଯାଞ୍ଚର ତିନି ସପ୍ତାହ ପୂର୍ବରୁ କୌଣସି ରୋଗୀ, କର୍ମଚାରୀ ଅବା ଡାକ୍ତର ହସ୍ପିଟାଲ ପରିସରରେ ଉପସ୍ଥିତ ନଥିଲେ।

ଆତଙ୍କବାଦୀ ଡାକ୍ତରଙ୍କୁ ନିଯୁକ୍ତି

ଅକ୍ଟୋବର ୨୦୨୧ରୁ ସାଧାରଣ ଔଷଧ ବିଭାଗର ଜୁନିଅର ରେସିଡେଣ୍ଟ ଭାବେ ଡାକ୍ତର ଗଣାଇ ଓ ଔଷଧ ବିଜ୍ଞାନରେ ସହଯୋଗୀ ପ୍ରଫେସର ଡାକ୍ତର ସଇଦ ତଥା ମେ’ ୨୦୨୪ରୁ ସାଧାରଣ ଔଷଧରେ ସହାୟକ ପ୍ରଫେସର ଡାକ୍ତର ଭାବେ ନବିଙ୍କୁ ନିଯୁକ୍ତ କରାଯାଇଥିଲା। ନିଯୁକ୍ତି ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ମୁଖ୍ୟଙ୍କ ସୁପାରିସ୍‌ରେ କରାଯାଇଥିଲା। ଏହାକୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକି ଅନୁମୋଦିତ କରିଥିଲେ।

ଠକେଇରୁ ଆୟ ୪୯୩.୨୪ କୋଟି

ଠକେଇରୁ ୪୯୩.୨୪ କୋଟି ଆୟ ହୋଇଥିବା ଆକଳନ କରାଯାଇଛି। ଏନ୍‌ଏଏସି ମାନ୍ୟତା ଓ ମିଥ୍ୟା ୟୁଜିସି ମାନ୍ୟତାର ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ପ୍ରତାରିତ କରି ବାର୍ଷିକ ଶିକ୍ଷା ଓ ପରୀକ୍ଷା ଫି ବାବଦରେ ପାଣ୍ଠି ସଂଗ୍ରହ କରାଯାଇଥିଲା।

ପିଲାମାନଙ୍କ ବିଦେଶ ଲିଙ୍କ୍

ଇଡି ସିଦ୍ଦିକିଙ୍କ ପିଲାମାନଙ୍କ ସହିତ ସମ୍ଭାବ୍ୟ ବିଦେଶୀ ଲିଙ୍କ୍ ମଧ୍ୟ ଚିହ୍ନଟ କରିଛି। ତାଙ୍କ ପୁଅ ଅଫହାମ ଅହମ୍ମଦ ଓ ଝିଅ ଅଫିଆ ସିଦ୍ଦିକା ଦ୍ୱୈତ ନାଗରିକତା ଥାଇପାରେ। କାରଣ କିଛି ବିଦେଶୀ ସଂସ୍ଥା ଫାଇଲିଂରେ ସେମାନଙ୍କୁ ବ୍ରିଟିଶ ନାଗରିକ ଭାବରେ ଦର୍ଶାଯାଇଛି। ଏହାର ଏବେ ଯାଞ୍ଚା୍ ଜାରି ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button