ଫରିଦାବାଦ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି । ଆତଙ୍କବାଦୀ ଡାକ୍ତର କ୍ୟାମ୍ପସ୍କୁ ଏକ ଆଧାର ଭାବରେ ବ୍ୟବହାର କରିଥିଲେ। ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟ ଉପରେ କଡ଼ା ନଜର ରଖାଯାଇଥିଲା। କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ବହୁ ନିୟାମକର ଉଲ୍ଲଂଘନ,ନିଯୁକ୍ତିରେ ଜାଲିଆତି ଓ ଆର୍ଥିକ ଅନିୟମିତତା ଚିହ୍ନଟ ହୋଇଛି। କୋର୍ଟ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଉପରେ ବିଚାର କରିନାହାନ୍ତି। ଇଡି ଦ୍ୱାରା ତଦନ୍ତରେ ୬ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।

