Subhadra money : ୨୨ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ନୂଆ କରି ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଜାନୁଆରି ୧୮ରେ ସୁଭଦ୍ରା  ସହାୟତା ରାଶି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ ଘୋଷଣା କରିଥିଲେ। ଲକ୍ଷାଧିକ ହିତାଧିକାରୀ ଟଙ୍କା ଆସିବାକୁ ଅପେକ୍ଷା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ‘ଏକ୍ସ’ରେ ଟୁଇଟ୍ କରି ସୂଚନା ଦେଇଛନ୍ତି, ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରି ୧୮ ତାରିଖ ବଦଳରେ ୨୨ରେ ସହାୟତା ରାଶି ଦିଆଯିବ।

ସୂଚନାଯୋଗ୍ୟ, ଏବେ ୧,୭୮,୩୯୮ ଜଣ ମହିଳା ନୂଆ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି  ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨,୫୫,୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି।

ସୌଜନ୍ୟ ସମ୍ବାଦ