Breaking News

ବିଜେପି ସବୁ ବସ୍ତି ଉଚ୍ଛେଦ କରିଦେବ: କେଜ୍ରିୱାଲ

ଦିଲ୍ଲୀର ବସ୍ତି ପ୍ରସଙ୍ଗରେ ଆଜି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଵାଲ ବିଜେପିକୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଯେଉଁମାନଙ୍କ ବସ୍ତି ଉଚ୍ଛେଦ ହୋଇଛି, ସେମାନଙ୍କୁ ଯଦି ସେହି ସ୍ଥାନରେ ଘର ଦିଆଯିବ ଏବଂ ସେମାନଙ୍କ...

ନୂଆଦିଲ୍ଲୀ: ଦିଲ୍ଲୀର ବସ୍ତି ପ୍ରସଙ୍ଗରେ ଆଜି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)  ସୁପ୍ରିମୋ ଅରବିନ୍ଦ କେଜ୍ରିଵାଲ ବିଜେପିକୁ   ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି।  କେଜ୍ରିୱାଲ କହିଛନ୍ତି ଯେ ଯେଉଁମାନଙ୍କ ବସ୍ତି ଉଚ୍ଛେଦ ହୋଇଛି, ସେମାନଙ୍କୁ ଯଦି ସେହି ସ୍ଥାନରେ ଘର ଦିଆଯିବ ଏବଂ ସେମାନଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯିବ ତା’ହେଲେ  ମୁଁ ନିର୍ବାଚନ ଲଢ଼ିବି ନାହିଁ ।    କେଜ୍ରିୱାଲ ଦାବି କରିଛନ୍ତି ଯେ   ୧୦ ବର୍ଷ ମଧ୍ୟରେ ବିଜେପି ବସ୍ତି  ବାସିନ୍ଦାଙ୍କ ପାଇଁ ମାତ୍ର ୪୭୦୦ ଘର ଦେଇଥିବା ବେଳେ ଦିଲ୍ଲୀରେ ୪ ଲକ୍ଷ ବସ୍ତି ରହିଛି। ଆଗାମୀ ଏକ ବର୍ଷ ମଧ୍ୟରେ ବିଜେପି ସବୁ ବସ୍ତି ଭାଙ୍ଗିବାକୁ ଯାଉଛି। ନିର୍ବାଚନ ସରିବା ମାତ୍ରେ ବିଜେପି ସବୁ ବସ୍ତି ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିବ ବୋଲି ସେ ଦାବି କରିଛନ୍ତି।

 ନିର୍ବାଚନ ଲଢ଼ିବି ନାହିଁ କହି ଚ୍ୟାଲେଞ୍ଜ କଲେ

କେଜ୍ରିୱାଲ କହିଛନ୍ତି, ବିଜେପି ବସ୍ତିବାସିନ୍ଦାଙ୍କୁ ଧୋକା ଦେଉଛି। ବସ୍ତି ବଦଳରେ ଘର ଦିଆଯିବ ବୋଲି ବିଜେପି କହୁଥିବା ବେଳେ ଏହି ପ୍ରତିଶ୍ରୁତି ପୂରଣ କରୁନାହିଁ। ବସ୍ତିବାସିନ୍ଦା ଜାଣନ୍ତି ନାହିଁ ଯେ ଯେଉଁମାନେ ନିଜ ଘରେ ପିଲାଙ୍କ ସହ କ୍ୟାରମ୍ ଖେଳୁଛନ୍ତି ସେମାନେ ଫେବ୍ରୁଆରି ୮ ତାରିଖରେ ନିର୍ବାଚନ ସରିବା ମାତ୍ରେ ନିଜ ବସ୍ତିରୁ ଉଚ୍ଛେଦ ହେବେ। ବସ୍ତି ବାସିନ୍ଦାଙ୍କୁ ଥଇଥାନ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  ବିଭ୍ରାନ୍ତ କରୁଥିବା ଅଭିଯୋଗ ଆଣି କେଜ୍ରିୱାଲ କହିଛନ୍ତି,  ଶାହ ବସ୍ତିବାସିନ୍ଦାଙ୍କ ଭୋଟ୍‌ ହାସଲ ପାଇଁ ନୂଆ ଚାଲ୍‌ ଖେଳୁଛନ୍ତି। ବିସ୍ତି ବାସିନ୍ଦାଙ୍କ ଜମି ଉପରେ ବିଜେପି ଖରାପ ନଜର ରଖିଥିବାରୁ ଲୋକେ ବିଜେପି ସରକାରରେ ନ୍ୟାୟ ପାଇବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ବସ୍ତି ବାସିନ୍ଦାଙ୍କ ଜୀବନ  ପ୍ରତି ବିଜେପିର କୌଣସି ଦରଦ ନାହିଁ ଏବଂ  ବିଜେପିକୁ ଭୋଟ୍ ଦେବା ଅର୍ଥ ଆତ୍ମହତ୍ୟା ସହ ସମାନ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.