Breaking News

ଚିତ୍ରାଙ୍ଗଦାଙ୍କ ଚମକ

ପ୍ରାୟ ପ୍ରତ୍ୟେକ ଅଭିନେତ୍ରୀ ପରଦାରେ ଅଭିନୟ ବେଳେ ଦର୍ଶକଙ୍କ ପ୍ରିୟ ରହନ୍ତି। ସମୟ ଚକ୍ରରେ ପଡ଼ି କିଛି ପରଦା ଆଗରୁ ଦୂରେଇ ଯାଆନ୍ତି ତ କିଛି ଦର୍ଶକଙ୍କ ପ୍ରିୟଭାଜନ ହୋଇନପା‌ରି ପରଦା ପଛରେ ରହିଯା’ନ୍ତି; ଆଉକିଛି ନିଜ ଇଚ୍ଛାରେ ବା ପରିବାର ଚାପରେ ନିଜକୁ ପରଦା ପଛରେ ରଖନ୍ତି।

ପ୍ରାୟ ପ୍ରତ୍ୟେକ ଅଭିନେତ୍ରୀ ପରଦାରେ ଅଭିନୟ ବେଳେ ଦର୍ଶକଙ୍କ ପ୍ରିୟ ରହନ୍ତି। ସମୟ ଚକ୍ରରେ ପଡ଼ି କିଛି ପରଦା ଆଗରୁ ଦୂରେଇ ଯାଆନ୍ତି ତ କିଛି ଦର୍ଶକଙ୍କ ପ୍ରିୟଭାଜନ ହୋଇନପା‌ରି ପରଦା ପଛରେ ରହିଯା’ନ୍ତି; ଆଉକିଛି ନିଜ ଇଚ୍ଛାରେ ବା ପରିବାର ଚାପରେ ନିଜକୁ ପରଦା ପଛରେ ରଖନ୍ତି। ସେମିତି ଜଣେ ଅଭିନେତ୍ରୀ ହେଲେ ଚିତ୍ରାଙ୍ଗଦା ସିଂହ। ମଡେଲିଂରୁ କ୍ୟାରିୟର୍‌ର ଆରମ୍ଭ କରିଥିବା ଚିତ୍ରା ଏବେ ପୁଣିଥରେ ମଡେଲିଂକୁ ଫେରିଛନ୍ତି।
ଚିତ୍ରାଙ୍ଗଦା ରାଜସ୍ଥାନର ଯୋଧପୁର ସହରରେ ଜନ୍ମ
ହୋଇଥିଲେ। ସେ ନୂଆଦିଲ୍ଲୀର ଲେଡି ଇରୱିନ୍‌ କଲେଜରୁ ଗୃହ ବିଜ୍ଞାନରେ ସ୍ନାତକ ସମାପ୍ତ କରିଥିଲେ। ସେ ଅପରାଧ ନାଟକ ‘ହାଜାରୋଁ ଖ୍ୱାହିସେ ଐସି’ (୨୦୦୫) ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ। ଚିତ୍ରାଙ୍ଗଦା ‘ୟେ ସାଲି ଜିନ୍ଦେଗୀ’, ‘ଦେଶୀ ବଏଜ୍‌’, ‘ବବ୍ ବିଶ୍ୱାସ’, ‘ଗ୍ୟାସ୍‌ଲାଇଟ୍‌’ରେ ଅଭିନୟ କରିଥିଲେ। ଚିତ୍ରାଙ୍ଗଦା ସ୍ପୋର୍ଟସ୍‌ ଡ୍ରାମା ‘ସୁରମା’ (୨୦୧୮)ର ପ୍ରଯୋଜନା ଏବଂ ରୋମାଣ୍ଟିକ୍‌ ଆଲ୍‌ବମ୍‌ ସିରିଜ୍‌ ‘ମଡର୍ଣ୍ଣ ଲଭ୍‌ ମୁମ୍ବାଇ’ (୨୦୨୨)ରେ ପ୍ରଯୋଜନା ସହିତ ଅଭିନୟ କରିଛନ୍ତି। ‘ୟେ ସାଲି ଜିନ୍ଦେଗୀ’ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ ତାଙ୍କୁ ଜଣେ ସଫଳ ଅଭିନେତ୍ରୀର ପରିଚୟ ଦେଇଥିଲା। ଜନ୍ ପାନ୍‌କେକ୍‌ (ୱାଶିଂଟନ୍ ପୋଷ୍ଟ୍‌) ଲେଖିଛନ୍ତି, “ଚିତ୍ରାଙ୍ଗଦା ଜଣେ ସଫଳ ଅଭି‌େନତ୍ରୀ ଏବଂ ସେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିବାକୁ ସବୁବେଳେ ଧ୍ୟାନ ଦେଇଥାନ୍ତି”। ଚିତ୍ରାଙ୍ଗଦା ଗୁଲ୍‌ଜାର୍‌ଙ୍କ ମ୍ୟୁଜିକ୍‌ ଭିଡିଓ ‘ସନ୍‌ସେଟ୍‌ ପଏଣ୍ଟ’ ରେ ଅଭିନୟ କରିବା ପରେ ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ।
ପାରମ୍ପରିକ ରାଜସ୍ଥାନୀ ଶୈଳୀର ଶାଢ଼ି ଓ ପୋଷାକକୁ ଆଧୁନିକତାର ସ୍ପର୍ଶରେ ବିଶ୍ୱରେ ପ୍ରଚାରପ୍ରସାର କରି ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ‘ଚିତ୍ରାଙ୍ଗଦାର ସୁନ୍ଦର ସ୍ୱରୂପ’ ସ୍ଲୋଗାନ୍‌ ମାଧ୍ୟମରେ ସେ ନିଜର ଶାଢ଼ି ଓ ପୋଷାକକୁ ନିଜେ ମଡେଲିଂ କରି ବିଭିନ୍ନ ଆଧୁନିକ ପୋଷାକ ପ୍ରଦର୍ଶନୀରେ ସୁଖ୍ୟାତି ପାଉଛନ୍ତି। ପାରମ୍ପରିକ ସୁଟ୍‌ ଓ ଶାଢ଼ି ସହ ମହିଳାମାନେ ନିଜ ଅଞ୍ଚଳରେ ପ୍ରଚଳିତ ପୋଷାକକୁ ଆଧୁନିକ ଲୁକ୍‌ ଦେଇପାରିବେ ବୋଲି ଦୃଢ଼ ଭାବେ କହନ୍ତି ଚିତ୍ରାଙ୍ଗଦା। ତାଙ୍କର ଏକ ଆକର୍ଷଣୀୟ ବାଇଗଣୀ ରଫଲ୍‌ ଶାଢ଼ି ଓ ଷ୍ଟାଇଲିସ୍‌ ରାଜସ୍ଥାନୀ ଲେହେଙ୍ଗା ବେଶ୍‌ ଆଦୃତ ହୋଇଛି। ଏହି ପୋଷାକ ଓ ଶାଢ଼ି ବ୍ୟବସାୟର ସଫଳତା  ଚିତ୍ରାଙ୍ଗଦାଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିଛି। ଏବେ ମଡେଲିଂ ସହ ବ୍ୟବସାୟ କରିବାକୁ ପ୍ରସ୍ତୁତ ବୋଲି ବିଭିନ୍ନ ପ୍ରଦର୍ଶନୀରେ ସୂଚନା ଦେଉଛନ୍ତି।
ଚିତ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟନ୍ତ ସୂକ୍ଷ୍ମ ସୂତାରେ ହାତରେ ଏମ୍ବ୍ରୋଡୋରି ହୋଇଥିବା ଏକ ଶୁଦ୍ଧ ସଫେଦ୍‌ ଶାଢ଼ି ତଥା ଚିତ୍ତାକର୍ଷକ ଦର୍ପଣ-କ୍ରମଯୁକ୍ତ ଲେହେଙ୍ଗା, ହଳଦିଆ ରଙ୍ଗ ବିଶିଷ୍ଟ ଏକ ହାଲୁକା ଦୁପଟ୍ଟା ସଙ୍ଗକୁ ନେଟ୍‌ ଲଙ୍ଗ୍‌ ଫୁଲ୍‌ ସ୍ଲିଭ୍‌ ଡ୍ରେସ୍୍‌ ସହିତ ରାଜସ୍ଥାନର ମୌଳିକ ଆଧୁନିକ ଅନାର୍‌କଲି ଶାଢ଼ି ସବୁଠୁ ବେଶି ପ୍ରସିଦ୍ଧି ପାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.