ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ଦରରେ ବଡ଼ଧରଣର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ଆଜି ୫୪୦୦ ଟଙ୍କା ବୃଦ୍ଧି ପାଇ ୧,୫୯, ୭୧୦ ଟଙ୍କା ହୋଇଛି। ସେହିପରି, ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯୫୦ ଟଙ୍କା ବୃଦ୍ଧି ପାଇ ୧,୪୬,୪୦୦ ଟଙ୍କା ହୋଇଛି। ଉଲ୍ଲେଖନୀୟ ହେଉଛି, ଗୋଟିଏ ଦିନରେ ରୁପା ୨୦ ହଜାର ଟଙ୍କା ବଢ଼ିଛି। ରୁପା କେଜି ୩,୬୦,୦୦୦ ଟଙ୍କା ହୋଇଯାଇଛି।

