Breaking News

ରୁଷ୍‌-ୟୁକ୍ରେନ ଯୁଦ୍ଧ ଲଢ଼ିବାକୁ ବାଧ୍ୟ ହୋଇଥିବା କେରଳ ଯୁବକ ନିହତ: ସମସ୍ତ ଭାରତୀୟଙ୍କୁ ଫେରାଇବା ପାଇଁ ଦାବି

କେରଳର ଜଣେ ୩୨ ବର୍ଷୀୟ ଯୁବକ ବିନିଲ ବାବୁ ରୁଷ୍‌ ପାଇଁ ୟୁକ୍ରେନ‌ରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ ହୋଇଥିଲେ। କେରଳର ଥ୍ରିସୁର ଜିଲ୍ଲା ଅଧୀନସ୍ଥ କୁଟ୍ଟାନେଲ୍ଲୁର ବାସିନ୍ଦା ବିନିଲଙ୍କୁ ରୁଷ୍‌ର ମର୍ସିନାରି ଫୋର୍ସ‌୍‌ରେ ବଳପୂର୍ବକ ଭର୍ତ୍ତି କରାଯାଇଥିଲା।

ଥିରୁଅନନ୍ତପୁରମ୍‌: କେରଳର ଜଣେ ୩୨ ବର୍ଷୀୟ ଯୁବକ ବିନିଲ ବାବୁ ରୁଷ୍‌ ପାଇଁ ୟୁକ୍ରେନ‌ରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ ହୋଇଥିଲେ। କେରଳର ଥ୍ରିସୁର ଜିଲ୍ଲା ଅଧୀନସ୍ଥ କୁଟ୍ଟାନେଲ୍ଲୁର ବାସିନ୍ଦା ବିନିଲଙ୍କୁ ରୁଷ୍‌ର ମର୍ସିନାରି ଫୋର୍ସ‌୍‌ରେ ବଳପୂର୍ବକ ଭର୍ତ୍ତି କରାଯାଇଥିଲା। ୟୁକ୍ରେନ ଯୁଦ୍ଧକ୍ଷେତ୍ର‌ରେ ସେ ଗୁଳିମାଡ଼ ଯୋଗୁଁ ନିହତ ହୋଇଥିବା ଜଣାପଡ଼ିଛି।  ଭାରତୀୟ ଦୂତାବାସ ପକ୍ଷରୁ ବିନିଲଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଅବଗତ କରାଯାଇଛି। ଅନ୍ୟପକ୍ଷେ ଥ୍ରିସୁରର ଅନ୍ୟ ଜଣେ ବାସିନ୍ଦା ମଧ୍ୟ ରୁଷ୍‌ ପାଇଁ ୟୁକ୍ରେନରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ ହୋଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ସେ ଏକ ଗୋଳା ମାଡ଼ର ଶିକାର ହେବାପରେ ଏବେ ହସ୍ପିଟାଲ୍‌ରେ ଚିକିତ୍ସା ହେଉଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାଁ ଜୈନ କୁରେନ। ଜୈନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ତାଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ। ଉଲ୍ଲେଖଯୋଗ୍ୟ, ବିନିଲ ଏବଂ ଜୈନଙ୍କ ସମେତ ଆହୁରି ଅନେକ ଯୁବକ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ରୁଷ୍‌ ଯାଇଥିଲେ। ସେମାନେ ରୁଷ୍‌ରେ ଏକ କ୍ୟାଣ୍ଟିନରେ କାମ କରିବାପାଇଁ ଯାଇଥିଲେ।   ପରେ ସେମାନଙ୍କୁ ରୁଷ୍‌ ପାଇଁ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଗଲା। ସେମାନେ ଘରକୁ ଫେରିବାପାଇଁ ଭିଡିଓ ବାର୍ତ୍ତା ଜାରି କରି ଅନେକ ଥର ସହାୟତା ମାଗିଥିଲେ।

ୟୁକ୍ରେନ ସଂଘର୍ଷରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ରୁଷ୍ ସୈନ୍ୟବାହିନୀରେ ସାମିଲ ହୋଇଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବାକୁ ଭାରତ ଆଜି ଦାବି କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏ ନେଇ ରୁଷ୍‌ ପାଖରେ ଆନୁଷ୍ଠାନିକ ଭାବେ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଦାବି ରଖାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.