Breaking News

ମହାକୁମ୍ଭରେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଅସୁସ୍ଥ: ଏତେ ଜନଗହଳିପୂର୍ଣ୍ଣ ସ୍ଥାନକୁ କେବେ ଯାଇ ନ ଥିଲେ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଆପଲର ପୂର୍ବତନ ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ଆଲର୍ଜିରେ ପୀଡ଼ିତ ହୋଇଥିଲେ ମଧ୍ୟ ଗଙ୍ଗା ନଦୀରେ ସ୍ନାନ ରୀତିନୀତିରେ ଭାଗ ନେବେ।

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଆପଲର ପୂର୍ବତନ ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ଆଲର୍ଜିରେ ପୀଡ଼ିତ ହୋଇଥିଲେ ମଧ୍ୟ ଗଙ୍ଗା ନଦୀରେ ସ୍ନାନ ରୀତିନୀତିରେ ଭାଗ ନେବେ। ଆଧ୍ୟାତ୍ମିକ ଗୁରୁ ସ୍ୱାମୀ କୈଳାସାନନ୍ଦ ଗିରି ମଙ୍ଗଳବାର କହିଛନ୍ତି, ସେ ସଙ୍ଗମ ରୀତିନୀତିରେ ଅଂଶଗ୍ରହଣ କରିବେ। ସେ ମୋ ‘ଶିବିର’ରେ ବିଶ୍ରାମ ନେଉଛନ୍ତି। ତାଙ୍କର କିଛି ଆଲର୍ଜି ରହିଛି। ଏତେ ଜନଗହଳିପୂର୍ଣ୍ଣ ସ୍ଥାନକୁ ସେ କେବେ ଯାଇ ନ ଥିଲେ। ସେ ବହୁତ ସରଳ। ପୂଜା ସମୟରେ ସେ ଆମ ସହିତ ରହିଥିଲେ ବୋଲି କୈଳାସାନନ୍ଦ କହିଛନ୍ତି। ୧୪୪ ବର୍ଷ ମଧ୍ୟରେ ପଡ଼ୁଥିବା ବିରଳ ମହାକୁମ୍ଭରେ ଯୋଗଦେବା ପାଇଁ ଶ୍ରୀମତୀ ଜବ୍ସ ସୋମବାର ପ୍ରୟାଗରାଜରେ ପହଞ୍ଚିଛନ୍ତି। ଜାନୁଆରି ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଆମେରିକା ଫେରିବା ପୂର୍ବରୁ ସେ ଜାନୁଆରି ୧୫ ପର୍ଯ୍ୟନ୍ତ ନିରଞ୍ଜିନୀ ଆଖଡ଼ା  ଟେଣ୍ଟ୍‌ରେ ରହିବେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.