Breaking News

ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧରେ ଗଲା କେରଳୀ ଯୁବକଙ୍କ ଜୀବନ

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷରେ କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷରେ କେରଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବିନିଲ ଟିବି ବୋଲି ଜଣାପଡ଼ିଛି । ବିନିଲ ଟିବି କେରଳର ତ୍ରିସୁର ଜିଲ୍ଲାର ବଡ଼କ୍କାନଚେରୀର ବାସିନ୍ଦା ଥିଲେ । ଆହତଙ୍କ ନାମ ଜୈନ ଟିକେ ଜଣାପଡିଛି ଏବଂ ସେ ମଧ୍ୟ କେରଳ ଅଞ୍ଚଳର । କିଛି ଦିନ ତଳେ ଡ୍ରୋନ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ନେଇ ବିନିଲଙ୍କ ପରିବାର ଲୋକଙ୍କୁ ଖବର ମିଳିଥିଲେ ମଧ୍ୟ ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି ପାରିନଥିଲେ । ଗତ ମାସରେ ବିନିଲ ଭାରତୀୟ ଗଣମାଧ୍ୟମ ସହ କଥା ହୋଇଥିଲେ, ବିନିଲ କହିଛନ୍ତି ଯେ ସେ ସ୍ୱଦେଶ ଫେରିବା ପାଇଁ ସେପ୍ଟେମ୍ବର ମାସରୁ ମସ୍କୋରେ ଥିବା ଭାରତୀୟ ଦୂତାବାସର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସଫଳ ହୋଇନଥିଲେ।

କେରଳରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ବିନିଲ କହିଥିଲେ “ମାନସିକ ଓ ଶାରୀରିକ ଭାବେ ଆମେ ଥକି ଯାଇଛୁ । ଆମେ ୟୁକ୍ରେନର ଋଷ ଅଧିକୃତ ଅଞ୍ଚଳରେ ଅଛୁ । ଆମ କମାଣ୍ଡର କହିଛନ୍ତି ଯେ ଏହି ଚୁକ୍ତି ଏକ ବର୍ଷ ପାଇଁ ଥିଲା । ଆମେ ଆମର ମୁକ୍ତି ପାଇଁ ସ୍ଥାନୀୟ କମାଣ୍ଡରମାନଙ୍କୁ ଅନୁରୋଧ କରୁଛୁ । ବିଲିନ୍ ହେଉଛନ୍ତି କେରଳର ଦ୍ୱିତୀୟ ବ୍ୟକ୍ତି ଯିଏ ଋଷସେନା ପାଇଁ ଲଢୁଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ସାମରିକ ସପୋର୍ଟ ଷ୍ଟାଫ୍ ଚାକିରି ନାଁରେ ତାଙ୍କୁ ରୁଷିଆ ସେନାରେ ନିଯୁକ୍ତି ଦିଆଯାଇଥିଲା ।

ଗତ ବର୍ଷ ଅଗଷ୍ଟମାସରେ ଡ୍ରୋନ୍ ଆକ୍ରମଣରେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସନ୍ଦୀପ ମଧ୍ୟ ତ୍ରିଶୂରର ବାସିନ୍ଦା ଥିଲେ । ବିନିଲ ଏବଂ ଜୈନ ସେହି ଯୁବ ଭାରତୀୟମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ଗତ ବର୍ଷ ଏପ୍ରିଲମାସରେ ରୁଷିଆ ଗସ୍ତ କରିଥିଲେ ଏବଂ ଇଲେକ୍ଟ୍ରିସିଆନ୍, ରୋଷେୟା, ପ୍ଲମ୍ବର ଏବଂ ଡ୍ରାଇଭର ଭାବରେ ସାମରିକ ସହାୟତା କର୍ମଚାରୀଙ୍କ ସହ ଯୋଗ ଦେବାକୁ ଆଶା ରଖିଥିଲେ । ୟୁକ୍ରେନ ସଂଘର୍ଷରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ରୁଷ୍ ସୈନ୍ୟବାହିନୀରେ ସାମିଲ ହୋଇଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବାକୁ ଭାରତ ଦାବି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏ ନେଇ ରୁଷ୍‌ ପାଖରେ ଆନୁଷ୍ଠାନିକ ଭାବେ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଦାବି ରଖାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.