Breaking News

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ: କ୍ଷମତାରେ ଥାଇ ଗିରଫ ହେବାରେ ଦେଶର ପ୍ରଥମ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ‌ୟୋଲ୍‌ ଆଜି ଗିରଫ ହୋଇଛନ୍ତି। ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି। ୬୪ ବର୍ଷୀୟ ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ଆସିଥିଲା।

ସିଓଲ୍‌: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ‌ୟୋଲ୍‌ ଆଜି ଗିରଫ ହୋଇଛନ୍ତି। ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି। ୬୪ ବର୍ଷୀୟ ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ଆସିଥିଲା। ତେବେ ତଦନ୍ତକାରୀ ଦଳ ତାଙ୍କୁ ଗିରଫ କରିବାପାଇଁ କଣ୍ଟା ତାର କାଟି ଏବଂ ବ୍ୟାରିକେଡ୍‌ ଡେଇଁ ତାଙ୍କ ନିକଟରେ ପହଞ୍ଚିଥିଲେ। ୟୁନ୍‌ ଡିସେମ୍ବର ୩ ତାରିଖରେ ଦେଶରେ ସାମରିକ ଆଇନ ଲାଗୁ ପାଇଁ ନିର୍ଦ୍ଦେଶ ଦେବାପରେ ଦେଶରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ତାଙ୍କ ବିରୋଧରେ ମଧ୍ୟ ସଂସଦ ମହାଭିଯୋଗ ଆଣିଥିଲା। ତେବେ କେବଳ ସାମ୍ବିଧାନିକ କୋର୍ଟ ହିଁ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗକୁ କାଏମ ରଖିଲେ ସେ ରାଷ୍ଟ୍ରପତି ପଦରୁ ହଟିପାରିବେ। ଆଜି ୟୁନ୍‌ଙ୍କ ଗିରଫ ସହ ସପ୍ତା‌ହେ ବ୍ୟାପୀ ତଦନ୍ତକାରୀ ଦଳ ଏବଂ ୟୁନ୍‌ଙ୍କ ରାଷ୍ଟ୍ରପତି ସୁରକ୍ଷା ଟିମ୍‌ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି।

ଉଲ୍ଲେଖଯୋଗ୍ୟ, ଜାନୁଆରି ୩ ତାରିଖରେ ସିଆଇଓ (ଦୁର୍ନୀତି ତଦନ୍ତ ଅଫିସ୍‌)ର ଉଚ୍ଚ ପଦସ୍ଥ ଅଧିକାରୀମାନେ ୟୁନ୍‌ଙ୍କୁ ଗିରଫ କରିବାରେ ବିଫଳ ହୋଇଥି‌ଲେ। ସେମାନେ ୟୁନ୍‌ଙ୍କ ସୁରକ୍ଷା ଟିମ୍‌ ସହ ୬ ଘଣ୍ଟାର ବିବାଦରେ ଫସିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲେ। କିନ୍ତୁ ବୁଧବାର ଏକ ବଡ଼ ଧରଣର ତଦନ୍ତକାରୀ ଦଳ ଏବଂ ପୁଲିସ କେନ୍ଦ୍ରୀୟ ସିଓଲ୍‌ ସ୍ଥିତ ୟୁନ୍‌ଙ୍କ ବାସଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ବାସଭବନର ପ୍ରବେଶ ପଥକୁ ବନ୍ଦ କରି ରଖିଥିବା ବସ୍‌ ଉପରକୁ ଚଢ଼ିବାପାଇଁ ସେମାନେ ଶିଡ଼ି ବ୍ୟବହାର କରିଥିଲେ ଏବଂ ଏହାପରେ ସେମାନେ ତାର କାଟି ଭିତରକୁ ଯିବାପାଇଁ କଟର ବ୍ୟବହାର କରିଥିଲେ। ଗିରଫ ଟିମ୍‌ରେ ପାଖାପାଖି ୧୦୦୦ ସଦସ୍ୟ ଥିଲେ। ସେମାନେ କାନ୍ଥ ଚଢ଼ି ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରାୟ ୪ ଘଣ୍ଟା ପରେ ଅଧିକାରୀମାନେ ଘୋଷଣା କରିଥିଲେ ଯେ ୟୁନ୍‌ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଗିରଫ ହେବା ପୂର୍ବରୁ ଏକ ୩ ମିନିଟ୍‌ର ଭିଡିଓ ଜାରି କରି ୬୪ ବର୍ଷୀୟ ୟୁନ୍‌ କହିଛନ୍ତି ଯେ ସେ ତଦନ୍ତ ପ୍ରକ୍ରିୟାରେ ସହ‌ଯୋଗ କରିବେ। ଅନ୍ୟପକ୍ଷେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ସେ ଦାବି କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.