Breaking News

ରିଜର୍ଭ ବ୍ୟାଙ୍କରେ ମାଇକେଲ୍‌ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବ‌ା ଓଡ଼ିଆ ଅଧିକାରୀ ମାଇକେଲ୍‌ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରି ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବ‌ା ଓଡ଼ିଆ ଅଧିକାରୀ ମାଇକେଲ୍‌ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରି ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଶ୍ରୀ ପାତ୍ରଙ୍କ ଅବସର ପରେ ରିଜର୍ଭ ବ୍ୟାଙ୍କର ବଡ଼ ପଦରେ ଓଡ଼ିଆ ଅଧିକାରୀଙ୍କ ସଂଖ୍ୟା କମ୍ ହୋଇଛି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ଶ୍ରୀ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନ୍ୟ ତିନି ଡେପୁଟି ଗଭର୍ଣ୍ଣର ଏମ୍‌ ରାଜେଶ୍ବର ରାଓ, ଟି ରବି ଶଙ୍କର ଓ ସ୍ବାମୀନାଥନ ଜାନକୀରମଣଙ୍କ ମଧ୍ୟରେ ବିଭିନ୍ନ ବିଭାଗକୁ ପୁନର୍ବାର ବଣ୍ଟନ କରାଯାଇଛି। ଶ୍ରୀ ପାତ୍ରଙ୍କ ଦାୟିତ୍ବରେ ଥିବା ମୁଦ୍ରାନୀତି ବିଭାଗ ରାଓଙ୍କୁ ଦିଆଯାଇଛି। ରିଜର୍ଭ ବ୍ୟାଙ୍କରେ ଥିବା ୩୩ଟି ବିଭାଗକୁ ତିନି ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ଇତି ମଧ୍ୟରେ ନୂଆ ଡେପୁଟି ଗଭର୍ଣ୍ଣର ଚୟନ କରିବା ଉଦ୍ୟମ ଆରମ୍ଭ ହୋଇଯାଇଛି। ବିଶ୍ବବ୍ୟାଙ୍କର ପୂର୍ବତନ ଅର୍ଥନୀତିଜ୍ଞ ପୁନମ ଗୁପ୍ତା, ମୁଦ୍ରାନୀତି କମିଟିର ବାହ୍ୟ ସଦସ୍ୟ ଚେତନ ଘାଟେ, ଅଶୋକା ବିଶ୍ବବିଦ୍ୟାଳୟର ପ୍ରାଚୀ ମିଶ୍ର, ଅର୍ଥନୀତିଜ୍ଞ ଅଜିତ ନାନାଡେ, ମାଡ୍ରାସ୍ ସ୍କୁଲ୍ ଅଫ୍‌ ଇକୋନମିକ୍ସର ନିର୍ଦ୍ଦେଶକ ଏନ୍ ଆର୍ ଭାନୁମୂର୍ତ୍ତି ଓ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ସାକ୍ଷାତକାର ନିଆଯାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.