ମହାନଗର

Police Medals: ୪୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ

କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା, ପ୍ରସଂଶନୀୟ ସେବା ଏବଂ ସାହସିକତା ପାଇଁ ୪୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ.....

ଭୁବନେଶ୍ବର: କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା, ପ୍ରସଂଶନୀୟ  ସେବା ଏବଂ ସାହସିକତା  ପାଇଁ ୪୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁଲିସ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପୁଲିସ କର୍ମଚାରୀଙ୍କୁ ଏହି  ପଦକ ପ୍ରଦାନ କରିଛନ୍ତି।

୨୦୨୫ ମସିହା  ଅଗ‌ଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ପଦକ ପାଇଁ ବିବେଚିତ ‌ହୋଇଥିବା ଏସ୍‌ପି(ଭିଜିଲାନ୍ସ) ରବୀନ୍ଦ୍ର ପଣ୍ଡା ଓ କମାଣ୍ଡାଣ୍ଟ୍‌ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେହିପରି ପ୍ରଶଂସନୀୟ ସେବା ପାଇଁ  ଓଏସ୍‌ଏପି କମାଣ୍ଡାଣ୍ଟ୍‌ ସୂର୍ଯ୍ୟନାରାୟଣ ମଲ୍ଲିକ, ସହକାରୀ ମହାନିରୀକ୍ଷକ ମହେଶ୍ୱର ସେଠୀ, ଅତିରିକ୍ତ ପୁଲିସ ଅଧୀକ୍ଷକ ପ୍ରଦୀପ କୁମାର ପ୍ରଧାନ, ଅତିରିକ୍ତ ପୁଲିସ ଅଧୀକ୍ଷକ ଦେବେନ୍ଦ୍ର ନାରାୟଣ ଦାଶ, ଡିଏସ୍‌ପି ଆଶିଷ କୁମାର ରାଉତ,  ଡିଏସ୍‌ପି ଏ ଶ୍ରୀନିବାସ ଦୋରା, ଡିଏସ୍‌ପି ହେମାମାଳନୀ ନାୟକ, ଇନ୍‌ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ସହକାରୀ ସବ୍‌ଇନ୍‌ସପେକ୍ଟର ଅରୁଣ କୁମାର ସାମନ୍ତ, ସହକାରୀ ସବ୍‌ଇନ୍‌ସପେକ୍ଟର ଅରବିନ୍ଦ ଦାସ ଏବଂ କନେଷ୍ଟବଳ ଚିନ୍ମୟୀ ରାଉତ। ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ସାହସିକତା ପାଇଁ ସବ୍ଇନ୍‌ସପେକ୍ଟର ଅମରେଶ ଚନ୍ଦ୍ର ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର କୁମାର ନାୟକ, ଓଏପିଏଫ୍‌ ଅର୍ଜୁନ ମଲ୍ଲିକ, ଓଏପିଏଫ୍‌ ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ବିନୀ କୁମାର ବାଗ୍, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ କୁମାର ସାହୁ, ପ୍ରଦୀପ ଶେଷ୍ଠ ଏବଂ ଅଭିମନ୍ୟୁ ମାଝୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨୦ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍‌ ନାୟକ ଏବଂ ପୁରୀ ଏସ୍‌ପି ପ୍ରତୀକ ସିଂହ। ସେହିପରି ଅତିରିକ୍ତ ଏସ୍‌ପି (ଭିଜିଲାନ୍ସ) ଅନୁପମା ମହାପାତ୍ର, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ସଚ୍ଚିଦାନନ୍ଦ ରଥ, ସିକ୍ୟୁରିଟି ୱିଙ୍ଗର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପ୍ରସନ୍ନ କୁମାର ରାଉତ, ଇନ୍‌ସ୍‌ପେକ୍ଟର କରୁଣାକର ରାଉତ, ଡିଏସ୍‌ପି ଅନୁସୂୟା ସେନାପତି, ଇନ୍‌ସ୍‌ପେକ୍ଟର ରାକେଶ ପ୍ରସାଦ ଜେନା, ଏସ୍‌ଆଇ ଡି ଗଜପତି ଦୋରା(ଗଜପତି), ପ୍ରତାପ କାଲୋ(ସୁନ୍ଦରଗଡ଼), ଶଙ୍କର ପ୍ରସାଦ ବେହେରା(ବୌଦ୍ଧ),ଏଏସ୍‌ଆଇ ଅରୁଣ କୁମାର ସାମନ୍ତ, ସାଧୁ ସିଂ ସମଦ, ହାବିଲ୍‌ଦାର ପୋର୍ତୁରାଜ କୁର୍ମି, କନେଷ୍ଟବଳ ଅକ୍ଷୟ କୁମାର ସାମନ୍ତ, ଫିରୋଜ କୁମାର ରାଉତ, ମନୋଜ କୁମାର ବିଶି, ଫୁଲ ପଟେଲ୍‌ ଏବଂ ସିପାହୀ ପବିତ୍ର କୁମାର ସାହୁଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯାଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button