Breaking News

ଅର୍ଥ ସୂତ୍ର: ସୀମାରୁ ଅଧିକ ଜମା ରଖିଲେ ପଡ଼ିବ ଆୟକର ଛାଟ

ଆମେ ମୁଖ୍ୟତଃ ଜମାରାଶିକୁ ସଞ୍ଚୟ ଜମାଖାତା (ସେଭିଂସ୍‌ ଆକାଉଣ୍ଟ‌)ରେ ରଖିଥାଉ। ହେଲେ ଏହା ଅସୀମିତ ନୁହେଁ। ଯଦି ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମା କରାଯାଏ, ତେବେ ଆପଣ ଆୟକର ବିଭାଗ ନଜରକୁ ଆସିପାରନ୍ତି।

ଆମେ ମୁଖ୍ୟତଃ ଜମାରାଶିକୁ ସଞ୍ଚୟ ଜମାଖାତା (ସେଭିଂସ୍‌ ଆକାଉଣ୍ଟ‌)ରେ ରଖିଥାଉ। ହେଲେ ଏହା ଅସୀମିତ ନୁହେଁ। ଯଦି ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା ଆକାଉଣ୍ଟରେ ଜମା କରାଯାଏ, ତେବେ ଆପଣ ଆୟକର ବିଭାଗ ନଜରକୁ ଆସିପାରନ୍ତି। ଆସନ୍ତୁ ଜାଣିବା ସେଭିଂସ୍‌ ଆକାଉଣ୍ଟକୁ ନେଇ ରହିଥିବା ଆୟକର ବିଭାଗର ନିୟମ ସଂପର୍କରେ।

 ଏହାଠୁ ଅଧିକ ଜମା ରଖନ୍ତୁ ନାହିଁ:
ବିତ୍ତୀୟ ବିଶେଷଜ୍ଞଙ୍କ ଅନୁସାରେ, ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ଜମାଖାତାରେ ମୋଟ୍‌ ୧୦ଲକ୍ଷ ଟଙ୍କାରୁ ଅଧିକ ଜମା ହେବା ଉଚିତ ନୁହେଁ। ଯଦି ଏହାଠାରୁ ଅଧିକ ଟଙ୍କା ରଖନ୍ତି, ତେବେ ଆୟକର ବିଭାଗକୁ ଆପଣ କାରଣ ଜଣାଇବାକୁ ପଡ଼ିବ। ଆୟକର ଅଧିନିୟମର ଧାରା ୨୬୯ ଏସ୍‌ଟି ଅନୁସାରେ, ଜଣେ ଖାତାଧାରକ ଗୋଟିଏ ଦିନ ଭିତରେ ୨ଲକ୍ଷ ଟଙ୍କାର କାରବାର କରିପାରିବେ। ନଚେତ ବ୍ୟାଙ୍କ୍‌କୁ କାରଣ ଜଣାଇବାକୁ ପଡ଼ିବ।
 ବ୍ୟାଙ୍କ୍‌ ମଧ୍ୟ କାରଣ ଦର୍ଶାଏ:
ନିୟମ ଅନୁସ‌ାରେ ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର କରିଥାନ୍ତି, ତେବେ ବ୍ୟାଙ୍କ୍‌କୁ ମଧ୍ୟ ଏହା ସଂପର୍କରେ କାରଣ ଦର୍ଶାଇବାକୁ ପ‌ଡ଼ିଥାଏ। ଏହାବାଦ୍‌ ପ୍ୟାନ୍‌କାର୍ଡର ବିବରଣୀ ଦେବାକୁ ହୋଇଥାଏ। ଯଦି ଜମାକାରୀଙ୍କ ପାଖରେ ପ୍ୟାନ୍‌ ବିବରଣୀ ନଥାଏ, ତା’ହେଲେ ତାଙ୍କୁ ଫର୍ମ ୬୦ ବା ୬୧ ଜମା କରିବାକୁ ପଡ଼ିଥାଏ। ସେହିପରି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାରବାରକୁ ଉଚ୍ଚ ମୂଲ୍ୟର କାରବାର ଭାବେ ଗଣାଯାଏ। ଏପରି କାରବାର ବିଷୟରେ ଆୟକର ବିଭାଗକୁ ବ୍ୟାଙ୍କ୍ କାରଣ ଜଣାଇବାକୁ ପଡ଼ିଥାଏ।
 ନୋଟିସ୍‌ ଆସିଲେ କ’ଣ କରିବେ?
ଅନେକ ଥର ଆପଣ କୌଣସି କାରଣବଶତଃ ଏକ ବଡ଼ ରକମର କାରବାର କରିଦିଅନ୍ତି ଏବଂ ଏହି ବିଷୟରେ ଆୟକର ବିଭାଗକୁ ଜଣାନ୍ତିନାହିଁ। ଏହାଦ୍ବାରା ଆପଣଙ୍କ ପାଖକୁ ଆୟକର ବିଭାଗର ନୋଟିସ୍‌ ଆସି ପହଞ୍ଚିଯାଇଥାଏ। ଏପରି ହେଲେ ଆପଣ କ’ଣ କରିବେ? ଯଦି ଆପଣଙ୍କ ପାଖକୁ ସେମିତି କିଛି ନୋଟିସ୍‌ ଆସୁଛି, ତେବେ ତାହାର ଜବାବ ରଖନ୍ତୁ। ନୋଟିସ୍‌ର ଜବାବ ଦେବାସହ ଏହାସହିତ ଜଡ଼ିତ ଡକ୍ୟୁମେଣ୍ଟର ମଧ୍ୟ ସୂଚନା ଦେବା ଜରୁରି। ଏଥିରେ ଷ୍ଟେଟ୍‌ମେଣ୍ଟ, ଜମାରାଶିର ରେକର୍ଡ କିମ୍ବା ଆସେଟ୍‌ ଆଦିର ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଯଦି ଏହାକୁ ନେଇ ଆପଣ କୌଣସି କଥା ଜାଣିପାରୁନାହାନ୍ତି, ତେବେ ଆପଣ ଏସବୁ ସଂକ୍ରାନ୍ତରେ ଅର୍ଥନୈତିକ ପରାମର୍ଶଦାତାଙ୍କ ସହଯୋଗ ନେଇପାରିବେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.