ଦେଶ ବିଦେଶ

UGC New Rules 2026: ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଭିତ୍ତିକ ଭେଦଭାବ ରୋକିବା ସଂକ୍ରାନ୍ତ ନୂଆ ନିୟମକୁ ଦେଶ ସାରା ସବର୍ଣ୍ଣ ବର୍ଗ ପକ୍ଷରୁ ବିରୋଧ ଚାଲିଛି। ତେବେ ୟୁଜିସିର ନୂଆ ନିୟମକୁ ଚାଲେଞ୍ଜ କରି ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ...

ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଭିତ୍ତିକ ଭେଦଭାବ ରୋକିବା ସଂକ୍ରାନ୍ତ ନୂଆ ନିୟମକୁ ଦେଶ ସାରା ସବର୍ଣ୍ଣ ବର୍ଗ ପକ୍ଷରୁ ବିରୋଧ ଚାଲିଛି। ତେବେ ୟୁଜିସିର ନୂଆ ନିୟମକୁ ଚାଲେଞ୍ଜ କରି ହୋଇଥିବା ଜନସ୍ୱାର୍ଥ ମାମଲା (ପିଆଇଏଲ୍)କୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଏହି ଆବେଦନ ରଖାଯାଇଥିବାବେଳେ ନୂଆ ନିୟମ ସାଧାରଣବର୍ଗର ଛାତ୍ରଛାତ୍ରୀଙ୍କ ବିରୋଧରେ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ କ’ଣ ଘଟୁଛି, ସେ ବିଷୟରେ ଅବଗତ ଥିବା ଖଣ୍ଡପୀଠ କହିବା ସହିତ ଜନସ୍ବାର୍ଥ ମାମଲାରେ ରହିଥିବା ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛନ୍ତି। ଜାନୁଆରି ୧୩ରେ ୟୁଜିସି ଏହାର ନୂତନ ନିୟମ ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬’ କୁ ସୂଚିତ କରିଥିଲା। ଏହା ଅଧୀନରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜାତିଭିତ୍ତିକ ଭେଦଭାବକୁ ରୋକିବା ପାଇଁ ସ୍ୱତନ୍ତ୍ର କମିଟି, ହେଲ୍ପଲାଇନ ଓ ମନିଟରିଂ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟିରେ ଏସ୍‌ସି, ଏସ୍‌ଟି, ଓବିସି ଓ ପିଡବ୍ଲ୍ୟୁଡି ବର୍ଗର ସଦସ୍ୟଙ୍କ ସହିତ ମହିଳା ସଦସ୍ୟଙ୍କୁ ସାମିଲ କରିବାକୁ କୁହାଯାଇଛି। ଏହି ନୂଆ ନିୟମ ୟୁୂଜିସିର ପୂର୍ବ ନିୟମ ବଦଳରେ ଲାଗୁ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button