Breaking News

ସୁରକ୍ଷାକର୍ମୀଙ୍କୁ ହତ୍ୟାକରି ବ୍ୟାଙ୍କ ସମ୍ମୁଖରୁ ୯୩ ଲକ୍ଷ ଟଙ୍କା ଲୁଟ୍‌

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଶାଖା ସମ୍ମୁଖ‌ରେ ପାର୍କିଂ ହୋଇଥିବା ଏକ ଏଟିଏମ୍‌ ଟଙ୍କା ଗାଡ଼ିର ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ୯୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବିଦର (କର୍ଣ୍ଣାଟକ): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଶାଖା ସମ୍ମୁଖ‌ରେ ପାର୍କିଂ ହୋଇଥିବା ଏକ ଏଟିଏମ୍‌ ଟଙ୍କା ଗାଡ଼ିର ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ୯୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଘଟଣାଟି କର୍ଣ୍ଣାଟକର ବିଦର ସହରରେ ଘଟିଛି। ଏଥିରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ଆଜି ପୂର୍ବାହ୍‌ଣରେ ବିଦର ସହରର ଶିବାଜୀ ଛକ ନିକଟରେ ଥିବା ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ସିଏମ୍‌ଏସ୍‌ ସୁରକ୍ଷା କମ୍ପାନିର ଏକ ଏଟିଏମ୍‌ ଗାଡ଼ି ଠିଆ ହୋଇଥିଲା। ଗାଡ଼ିକୁ ଦୁଇଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଜଗି ରହିଥିଲେ। ଏହି ସମୟରେ ଦୁଇଜଣ ମୁଖାଧାରୀ ବ୍ୟକ୍ତି ମୋଟରସାଇକଲ୍‌ରେ ଆସି ସେମାନଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲେ ଓ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ଏହାପରେ ସେମାନେ ନଗଦ ୯୩ଲକ୍ଷ ଟଙ୍କା ଧରି ଫେରାର୍‌ ହୋଇଯାଇଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.