Breaking News

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ। ଏନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାନୁସାରେ, ଏହା ସୁବିୟାଣ୍ଟୋଙ୍କ ପ୍ରଥମ ଭାରତ ଗସ୍ତ।

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ। ଏନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ  ଘୋଷଣା କରାଯାଇଛି। ସୂଚନାନୁସାରେ, ଏହା ସୁବିୟାଣ୍ଟୋଙ୍କ ପ୍ରଥମ ଭାରତ ଗସ୍ତ। ସେ ଜାନୁଆରି ୨୫ରେ ଭାରତ  ଆସିବେ ଓ ୨୬ରେ ପରେଡ୍‌ରେ ଯୋଗ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଆତିଥ୍ୟ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣକୁ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁବିୟାଣ୍ଟୋ ସ୍ବୀକାର କରିଛନ୍ତି।

ସେ ଜାନୁଆରି ୨୫-୨୬ ଦୁଇଦିନ ଭାରତ ଗସ୍ତ କରିବେ।  ଭାରତ ଓ ଇଣ୍ଡୋନେସିଆ ଦୀର୍ଘ ବର୍ଷ ଧରି  ପରସ୍ପର ମଧୁର ଓ ମୈତ୍ରୀପୂର୍ଣ୍ଣ ସମ୍ପର୍କ ରଖି ଆସିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଜଣେ ବିଦେଶ ରାଷ୍ଟ୍ରର ମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଉଛି। ଏହି କ୍ରମରେ ଏହା ପୂର୍ବରୁ ୨୦୧୧ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁସିଲୋ ବାମ୍‌ବାଙ୍ଗ୍‌  ୟୁଧୋୟୋନୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.