Breaking News

ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରତିଶ୍ରୁତି: ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ମାଗଣା ବିଜୁଳି

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳ ଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବାପାଇଁ ପ୍ରାଣପଣେ ଲାଗି ପଡ଼ିଛନ୍ତି। କଂଗ୍ରେସ ଗୁରୁବାର ଦିନ ଦିଲ୍ଲୀ ବାସିନ୍ଦାଙ୍କୁ...

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳ ଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବାପାଇଁ ପ୍ରାଣପଣେ ଲାଗି ପଡ଼ିଛନ୍ତି। କଂଗ୍ରେସ ଗୁରୁବାର ଦିନ ଦିଲ୍ଲୀ ବାସିନ୍ଦାଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଦେଇ କହିଛି ଯେ ଯଦି ଦଳ ଦିଲ୍ଲୀରେ କ୍ଷମତାକୁ ଆସିଲେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ମାଗଣା ରାସନ୍‌ କିଟ୍‌ ଏବଂ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଆଜି ଏଆଇସିସି ଦିଲ୍ଲୀ ପ୍ରଭାରୀ କାଜି ନିଜାମୁଦ୍ଦିନ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।  ଜାନୁଆରି ୬ ତାରିଖରେ କଂଗ୍ରେସ ‘ପ୍ୟାରୀ ଦିଦି ଯୋଜନା’ ଘୋଷଣା କରିଥିଲା।   ଏହି ଯୋଜନାରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା।  ଜାନୁଆରି ୮ ତାରିଖରେ ଦଳ ‘ଜୀବନ ରକ୍ଷା ଯୋଜନା’ ଘୋଷଣା କରିଥିଲା। ଏହି   ଯୋଜନା ଅଧୀନରେ  ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବିମା‌ ମିଳିବ ବୋଲି ଘୋଷଣା କରାଯାଇଥିଲା।   ଶିକ୍ଷିତ ବେକାରଙ୍କୁ ବର୍ଷେ ପର୍ଯ୍ୟନ୍ତ ମାସିକ ୮,୫୦୦ ଟଙ୍କା ମିଳିବ ବୋଲି ମଧ୍ୟ ଦଳ ପ୍ରତିଶ୍ରୁତି ଦେଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.