22 carat gold 1 lakh 53 thousand: ରୁପା କେଜି ~୪ ଲକ୍ଷ: ୨୨ କ୍ୟାରେଟ୍ ସୁନା ଲକ୍ଷେ ୫୩ ହଜାର
ବୁଧବାର ରୁପା କେଜି ପିଛା ଦର ୧୩ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ପ୍ରଥମ ଥର ଭୁବନେଶ୍ବରରେ ରୁପା ଦର ଏଭଳି ରେକର୍ଡ ଛୁଇଁଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା।

ଭୁବନେଶ୍ବର: ବୁଧବାର ରୁପା କେଜି ପିଛା ଦର ୧୩ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ପ୍ରଥମ ଥର ଭୁବନେଶ୍ବରରେ ରୁପା ଦର ଏଭଳି ରେକର୍ଡ ଛୁଇଁଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା। ଚଳିତ ମାସ ୨୩ ପରଠାରୁ ଏହାର ଦରରେ ୬୦ ହଜାର ଟଙ୍କାର ବୃଦ୍ଧି ଘଟିଲାଣି। ଭୂରାଜନୈତିକ ସଙ୍କଟ, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ଆମେରିକା ସହ ବାଣିଜ୍ୟ ରାଜିନାମା ବିଳମ୍ବ କାରଣରୁ ରୁପା ଦାମ୍ ବଢ଼ୁଛି।
ଅନ୍ୟ ଏକ କାରଣ ହେଉଛି ଇଲେକ୍ଟ୍ରିକ୍ ଯାନ, ସୋଲାର ପ୍ରକଳ୍ପ ଭଳି ବିଭିନ୍ନ ଶିଳ୍ପ କାର୍ଯ୍ୟରେ ମଧ୍ୟ ବିପୁଳ ରୁପା ବ୍ୟବହାର ହେଉଛି। ଯୋଗାଣଠାରୁ ଚାହିଦା ଅଧିକ ରହୁଥିବାରୁ ରୁପା ମହଙ୍ଗା ହେଉଥିବା ବିଶେଷଜ୍ଞ କହିଛନ୍ତି। ସୁନା ଦର ମଧ୍ୟ ବଢ଼ିଛି। ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୪୭୦୦ ଟଙ୍କା ବୃଦ୍ଧି ପାଇ ୧,୫୩,୧୫୦ ଟଙ୍କା ଛୁଇଁଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୧୩୦ ଟଙ୍କା ବୃଦ୍ଧି ପାଇ ୧,୬୭,୦୮୦ ଟଙ୍କା ହୋଇଛି।
ସୌଜନ୍ୟ ସମ୍ବାଦ




