Breaking News

ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି: ଦାୟିତ୍ବରେ ୧୫୦ ଅଧିକାରୀ, ୪୦ ପ୍ଲାଟୁନ୍‌ ଫୋର୍ସ

ଶୁକ୍ରବାରଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ସହରରେ ଦିନତମାମ୍‌ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ସିଙ୍ଗାପୁର ରାଷ୍ଟ୍ରପତି।

ଭୁବନେଶ୍ବର: ଶୁକ୍ରବାରଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ସହରରେ ଦିନତମାମ୍‌ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ସିଙ୍ଗାପୁର ରାଷ୍ଟ୍ରପତି। ଏଥିପାଇଁ ୪୦ ପ୍ଲାଟୁନ୍‌ ପୁଲିସ୍‌, ୧୫୦ ଅଧିକାରୀ ଦାୟିତ୍ବରେ ରହିବେ। ଏଥିସହିତ ଡଗ୍‌ ସ୍କ୍ବାଡ, ବମ୍‌ ସ୍କ୍ବାଡ, ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ଆଜି ସନ୍ଧ୍ୟାରେ କାର୍କେଡ୍‌ ରିହରସାଲ୍‌ ମଧ୍ୟ ଶେଷ ହୋଇଛି। ୧୭ ତାରିଖ ସକାଳ ୧୦ଟା ୫୦ ମିନିଟ୍‌ରୁ ୧୧ଟା ୪୦ ମଧ୍ୟରେ ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏଜିଛକ-ରାଜଭବନ ଛକ-ଗୋପବନ୍ଧୁ ଛକ-ଓୟୁଏଟି ଛକ-ସିଟି ୱିମେନ୍ସ୍ କଲେଜ୍ ଛକ-ଡେଲ୍ଟା ଛକ-ଫାୟାର ଷ୍ଟେସନ୍ ଛକ-ବରମୁଣ୍ଡା ଓଭରବ୍ରିଜ୍‌-ଖଣ୍ଡଗିରି ଓଭରବ୍ରିଜ୍‌-କସ୍ମୋପଲିସ୍ ଛକ-ଡୁମୁଡୁମା ଅଣ୍ଡର ପାସ୍-ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ କୌଣସି ଯାନବାହାନ ଯାତାୟତ କରିପାରିବେ ନାହିଁ ବୋଲି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ୍‌ ପକ୍ଷରୁ ଅବଗତ କରାଯାଇଛି।

ଦାୟିତ୍ବରେ ୧୫୦ ଅଧିକାରୀ, ୪୦ ପ୍ଲାଟୁନ୍‌ ଫୋର୍ସ ଲାଗିଲା ୨ଦିନିଆ ଟ୍ରାଫିକ୍‌ କଟକଣା

କଡ଼ା ସୁରକ୍ଷା ବଳୟରେ ସହର

ସେହିପରି ଅପରାହ୍ଣ ୨.୪୦ ରୁ ୩.୨୦ ପର୍ଯ୍ୟନ୍ତ ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍-ଖଣ୍ଡଗିରି ଓଭରବ୍ରିଜ୍-ବରମୁଣ୍ଡା ଓଭରବ୍ରିଜ୍‌-ଫାୟାର ଷ୍ଟେସନ୍ ଓଭର ବ୍ରିଜ୍-ସିଆରପି ଓଭରବ୍ରିଜ୍‌-ଜୟଦେବ ବିହାର ଓଭର ବ୍ରିଜ୍-ଆଚାର୍ଯ୍ୟ ବିହାର ଓଭରବ୍ରିଜ୍-ବାଣୀ ବିହାର ଓଭରବ୍ରିଜ୍-ଭିଏସ୍ଏସ୍ ନଗର-ଭିଏସ୍ଏସ୍ ନଗର ଓଭରବ୍ରିଜ୍-କ୍ୟାପିଟାଲ୍ ଟୋୟୋଟା-ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମଧ୍ୟରେ ଯାତାୟତ ହେବନାହିଁ। ପରେ ସନ୍ଧ୍ୟା ୫.୨୦ରୁ ୬ଟା ମଧ୍ୟରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର-କ୍ୟାପିଟାଲ୍ ଟୋୟୋଟା-ଭିଏସ୍ଏସ୍ ନଗର ଓଭରବ୍ରିଜ୍-ଭିଏସ୍ଏସ୍ ନଗର-ରସୁଲଗଡ଼ ଛକ-ବାଣୀ ବିହାର ଓଭରବ୍ରିଜ୍-ଆଚାର୍ଯ୍ୟ ବିହାର ଓଭରବ୍ରିଜ୍-ଜୟଦେବ ବିହାର ଓଭରବ୍ରିଜ୍-ସିଆରପି ଓଭରବ୍ରିଜ୍-ଫାୟାର ଷ୍ଟେସନ୍ ଓଭରବ୍ରିଜ୍-ବରମୁଣ୍ଡା ଓଭରବ୍ରିଜ୍-ଖଣ୍ଡଗିରି ଓଭରବ୍ରିଜ୍-କସ୍ମୋପଲିସ୍ ଛକ-ଡୁମୁଡୁମା ଅଣ୍ଡର ପାସ୍‌-ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ ମଧ୍ୟ କୌଣସି ଯାନବାହାନ ଆସିବା ନେଇ ବାରଣ କରାଯାଇଛି।

ସନ୍ଧ୍ୟା ୭.୧୫ ରୁ ୭.୩୫ ମଧ୍ୟରେ ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍-ଡୁମୁଡୁମା ଅଣ୍ଡର ପାସ୍‌-କୋଳଥିଆ ଛକ ଖଣ୍ଡଗିରି ଛକ-ଜାଗମରା ଛକ-ଗଣ୍ଡମୁଣ୍ଡା ଛକ-ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବଂ ରାତି ୮.୫୦ରୁ ୯.୨୦ ମିନିଟ୍‌ ମଧ୍ୟରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-ଗଣ୍ଡମୁଣ୍ଡା ଛକ-ଜାଗମରା ଛକ-ଖଣ୍ଡଗିରି ଛକ-କସ୍ମୋପଲିସ୍ ଛକ-ଡୁମୁଡୁମା ଅଣ୍ଡର ପାସ୍-ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ କୌଣସି ଯାନବାହନ ଚଳାଚଳ କରିପାରିବେ ନାହିଁ ବୋଲି କମିସନରେଟ୍ ପୁଲିସ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାବ୍ୟତୀତ ୧୮ ତାରିଖ ସକାଳ ୭.୫୦ରୁ ସନ୍ଧ୍ୟା ୬ଟା ମଧ୍ୟରେ ଯାତାୟାତ ନେଇ କଟକଣା ଲଗାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରାଫିକ୍‌ ପୁଲିସ ପକ୍ଷରୁ କୁହାଯାଇଛି

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.