Breaking News

ଜୀବନ-ମନ୍ତ୍ର: କୁମ୍ଭ କଥା

ଏବେ ପ୍ର‌ୟାଗରାଜରେ ଅନୁଷ୍ଠିତ ହେଉଛି ମହାକୁମ୍ଭ ମେଳା। ଏହାର ଅନେକ ମହତ୍ତ୍ବ ରହିଛି। କାରଣ, ମକର ରାଶିରେ ରବି ଓ ବୃହସ୍ପତି ଏକତ୍ର ହେଲେ ଏବଂ ରବିବାର ଦିନ ପୂର୍ଣ୍ଣିମା ତିଥି ପଡ଼ିଲେ, ପ୍ରୟାଗରାଜ ଓ ଗଙ୍ଗୋତ୍ତରୀରେ ଏହି କୁମ୍ଭସ୍ନାନ ଓ ମେଳା ହୋଇଥାଏ।

ଏବେ ପ୍ର‌ୟାଗରାଜରେ ଅନୁଷ୍ଠିତ ହେଉଛି ମହାକୁମ୍ଭ ମେଳା। ଏହାର ଅନେକ ମହତ୍ତ୍ବ ରହିଛି। କାରଣ, ମକର ରାଶିରେ ରବି ଓ ବୃହସ୍ପତି ଏକତ୍ର ହେଲେ ଏବଂ ରବିବାର ଦିନ ପୂର୍ଣ୍ଣିମା ତିଥି ପଡ଼ିଲେ, ପ୍ରୟାଗରାଜ ଓ ଗଙ୍ଗୋତ୍ତରୀରେ ଏହି କୁମ୍ଭସ୍ନାନ ଓ ମେଳା ହୋଇଥାଏ। ତେବେ କୁମ୍ଭସ୍ନାନ କେବଳ ପ୍ରୟାଗରାଜରେ ହୋଇ ନ ଥାଏ। ହରିଦ୍ବାର, ନାସିକ ଓ ଉଜ୍ଜୟିନୀରେ ମଧ୍ୟ ଯୋଗଜ କୁମ୍ଭସ୍ନାନ ‌େହାଇଥାଏ। ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ଏହି ମେଳା ବୃହତ୍ତମ ହୋଇଥିବାରୁ ଏହା ମହାକୁମ୍ଭମେଳା। ୧୨ବର୍ଷ ପରେ ଏହା ଅନୁଷ୍ଠିତ ହେଉଛି। ଜାନୁଆରୀ ୧୩ ତାରିଖରୁ ଏହା ଆରମ୍ଭ ହୋଇଛି ଏବଂ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୪ ତାରିଖ ମକର ସଂକ୍ରାନ୍ତି ଅବସରରେ ଏଥିରେ ପ୍ରାୟ ସାଢ଼େ ତିନିକୋଟି ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ପ୍ରୟାଗରାଜ ହେଉଛି ଗଙ୍ଗା ଓ ଯମୁନା ନଦୀର ସଂଗମ ସ୍ଥଳ ଏବଂ ସରସ୍ବତୀ ନଦୀ ଏହା ସହିତ ଅଦୃଶ୍ୟ ଭାବରେ ମିଳିତ ହୋଇଛି। ‌ଏଣୁ ଏହା ତ୍ରିବେଣୀ ସଂଗମ ଭାବରେ ପବିତ୍ର ଓ ପ୍ରସିଦ୍ଧ।

ପ୍ରୟାଗରାଜର ତ୍ରିବେଣୀ ତୀର୍ଥ ପରି, ହରିଦ୍ବାରଠାରେ ଗଙ୍ଗାନଦୀରେ, ନାସିକଠାରେ ଗୋଦାବରୀ ନଦୀରେ ଏବଂ ଉଜ୍ଜୟିନୀଠାରେ ଶିପ୍ରା ନଦୀରେ ମଧ୍ୟ କୁମ୍ଭସ୍ନାନ ଯୋଗ ପଡ଼ିଥାଏ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ପ୍ରୟାଗରାଜର ତ୍ରିବେଣୀ ତୀର୍ଥ ପରି, ହରିଦ୍ବାରଠାରେ ଗଙ୍ଗାନଦୀରେ, ନାସିକଠାରେ ଗୋଦାବରୀ ନଦୀରେ ଏବଂ ଉଜ୍ଜୟିନୀଠାରେ ଶିପ୍ରା ନଦୀରେ ମଧ୍ୟ କୁମ୍ଭସ୍ନାନ ଯୋଗ ପଡ଼ିଥାଏ। ପ୍ରୟାଗରାଜ, ହରିଦ୍ବାର, ନାସିକ ଓ ଉଜ୍ଜୟିନୀରେ ପ୍ରତି ୧୨ ବର୍ଷରେ ଥରେ ପୂର୍ଣ୍ଣକୁମ୍ଭ ଯୋଗ ପଡ଼ୁଥିବାବେଳେ, ସେହିସବୁ ସ୍ଥାନରେ ପ୍ରତି ଛଅ ମାସରେ ଥରେ ଅର୍ଦ୍ଧକୁମ୍ଭ ସ୍ନାନଯୋଗ ପଡ଼ିଥାଏ। ରବି ଓ ବୃହସ୍ପତି ସିଂହରାଶିରେ ମିଳିତ ହେଲେ ଏବଂ ଗୁରୁବାରରେ ପୂର୍ଣ୍ଣିମା ପଡ଼ିଲେ ଗୋଦାବରୀରେ କୁମ୍ଭସ୍ନାନ ହୋଇଥାଏ। ପ୍ରତି ୧୨ ବର୍ଷରେ ଥରେ ଫାଲଗୁନ ମାସରେ ପ୍ରୟାଗରାଜ ଓ ହରିଦ୍ବାରଠାରେ ଯେଉଁ ସ୍ନାନଯୋଗ ପଡ଼େ ତାହାକୁ ଗଙ୍ଗାସାଗର ସ୍ନାନ କୁହାଯାଏ। ଏହି ସମୟରେ ଚାନ୍ଦ୍ରମାନ ମାଘମାସ ଶେଷ ହୋଇ ନ ଥାଏ, ଅଥଚ ସୌରମାନ କୁମ୍ଭମାସ ପଡ଼ିଥାଏ। ମକର ସଂକ୍ରାନ୍ତିରେ ମଧ୍ୟ ବିଭିନ୍ନ ନଦୀରେ ମକର ସ୍ନାନ ଏବଂ ନଦୀତଟରେ ମକର ମେଳା ହେବାର ପରମ୍ପରା ରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.