Breaking News

ଯୁଦ୍ଧବିରତି ଚୁକ୍ତିକୁ ଅନୁମୋଦନ ଦେଲା ଇସ୍ରାଏଲ୍‌

ଗାଜା ଯୁଦ୍ଧବିରତି ଚୁକ୍ତି ଇସ୍ରାଏଲ କ୍ୟାବିନେଟର ଅନୁମୋଦନ । ଆସନ୍ତାକାଲି ଅର୍ଥାତ ରବିବାର ମୁକୁଳିବେ ୩୩ ପଣବନ୍ଦୀ । ପ୍ରତିବଦଳରେ ପ୍ରତି ମହିଳା ସୈନିକଙ୍କ ମୁକ୍ତି ପାଇଁ ୫୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ହମାସ ।

ନୂଆଦିଲ୍ଲୀ: ଗାଜା ଯୁଦ୍ଧବିରତି ଚୁକ୍ତି ଇସ୍ରାଏଲ କ୍ୟାବିନେଟର ଅନୁମୋଦନ । ଆସନ୍ତାକାଲି ଅର୍ଥାତ ରବିବାର ମୁକୁଳିବେ ୩୩ ପଣବନ୍ଦୀ । ପ୍ରତିବଦଳରେ ପ୍ରତି ମହିଳା ସୈନିକଙ୍କ ମୁକ୍ତି ପାଇଁ ୫୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ହମାସ । ଯାହାଦ୍ବାର ଆଧୁନିକ ମାନବ ଇତିହାସର ଏକ ଲମ୍ବା ନରସଂହାର ଧାରା ଉପରେ ପଡିପାରେ ଶାନ୍ତିର ବିରାମ ।

ତେବେ ଏହି ଯୁଦ୍ଧ ଗତ ଦୁଇ ବର୍ଷ ଧରି ବିଶ୍ବରେ ଚର୍ଚ୍ଚା ଶିରୋନାମା ପାଲଟିଥିଲା । କେହି କାହାରିକୁ ଛାଡିବାକୁ ଥିଲେ ନାରାଜ । ଗୋଟିଏ ପଟେ ଇସ୍ରାଏଲ ଅନ୍ୟପଟେ ହମାସ ସଂଗଠନ । ଆମେରିକାର କୁଟନୀତି ବଳରେ ଯୁଦ୍ଧରେ ବିରତି ପଡିବ ବୋଲି କୁହାଯାଉଛି ।

ହମାସ କହିଛି, ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହି ଯୁଦ୍ଧବିରତି ଚୁକ୍ତି ସମ୍ଭବ ହୋଇପାରିଛି । ତେବେ ୩ଟି ପର୍ୟ୍ୟାୟରେ ଯୁଦ୍ଧ ବନ୍ଦର ଚୁକ୍ତି କରାଯିବ। ପ୍ରଥମ ଡିଲରେ ଇସ୍ରାଏଲର ବନ୍ଧକମାନଙ୍କୁ ହମାସ ମୁକ୍ତ କରିବ ବୋଲି ସର୍ତ୍ତ ରଖାଯାଇଛି ଉପରେ ରହିବ। ତେବେ ଆଗାମୀ ୬ ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହେବ। ଯାହା ଦ୍ବାରା ଯୁଦ୍ଧ ପୂରା ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.