ଦେଶ ବିଦେଶରାଜନୀତି

Amit Shah Target Mamata Banarjee: ‘ରାବଣ ବି ଭାବିଥିଲା ତାକୁ କେହି ହରାଇପାରିବେ ନାହିଁ’ ମମତାଙ୍କୁ ଶାହଙ୍କ ଟାର୍ଗେଟ୍

ମମତାଙ୍କ ଗଡ଼ରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ: ମମତାଙ୍କ ଗଡ଼ରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବଙ୍ଗଳାରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଦାବି କରିଛନ୍ତି ଶାହ। ସେ କହିଛନ୍ତି, ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି। ତେଣୁ ୨୦୨୬ ଟିଏମସିକୁ ବିଦାୟ ଦେବାର ବର୍ଷ।

ଅନୁପ୍ରବେଶ ପ୍ରସଙ୍ଗରେ ଗୃହମନ୍ତ୍ରୀ କହିଛନ୍ତି, ବଙ୍ଗଳାରେ ଅବୈଧ ପ୍ରବେଶ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀ (ବିଏସଏଫ୍)କୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି। ହାଇକୋର୍ଟ ଏହି ମାମଲାରେ ବିଏସଏଫ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ ବ୍ୟାଙ୍କ। ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ।

ରାବଣ ସହ ତୁଳନା

ଅମିତ ଶାହ ମମତାଙ୍କୁ ରାବଣ ସହ ତୁଳନା କରି କହିଛନ୍ତି, ଯେତେବେଳେ ପ୍ରଭୁ ଶ୍ରୀ ରାମ ରାମ ସେତୁ ନିର୍ମାଣ କରିଥିଲେ, ସେତେବେଳେ ରାବଣ ମଧ୍ୟ ଭାବିଥିଲା ଯେ ସେ ଅଜୟ, କିନ୍ତୁ ଶେଷରେ ସତ୍ୟର ବିଜୟ ହୋଇଥିଲା। ସେହିପରି, ବଙ୍ଗଳାରେ ପରିବର୍ତ୍ତନ ଅନିବାର୍ଯ୍ୟ। ୨୦୨୬ରେ ଟିଏମସିକୁ ବିଦାୟ ଦିଆଯିବ ଏବଂ ବିଜେପି ରାଜ୍ୟରେ ସରକାର ଗଠନ କରିବ। ଶାହ କହିଛନ୍ତି, ଏଥର ବଙ୍ଗଳାରେ ସରକାର ଗଠନ କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ସୁରକ୍ଷା ଓ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶେଷରେ, ସେ କର୍ମୀମାନଙ୍କୁ ଏକଜୁଟ ହୋଇ ବଙ୍ଗଳାରେ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନୀ ମଇଦାନରେ ପ୍ରବେଶ କରିବାକୁ ଆହ୍ୱାନ ଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button