ଦେଶ ବିଦେଶ

Trump Announcement: ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ କିଣିବ ତେଲ: ଟ୍ରମ୍ପଙ୍କ ବଡ଼ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଏବେ ଇରାନ ବଦଳରେ ଭେନେଜୁଏଲାରୁ ଅଶୋଧିତ ତେଲ କିଣିବ। ଟ୍ରମ୍ପ କହିଛନ୍ତି, ଆମେରିକା ଏସମ୍ପର୍କରେ ଏକ ଚୁକ୍ତି ପ୍ରସ୍ତୁତ କରିସାରିଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଏବେ ଇରାନ ବଦଳରେ ଭେନେଜୁଏଲାରୁ ଅଶୋଧିତ ତେଲ କିଣିବ। ଟ୍ରମ୍ପ କହିଛନ୍ତି, ଆମେରିକା ଏସମ୍ପର୍କରେ ଏକ ଚୁକ୍ତି ପ୍ରସ୍ତୁତ କରିସାରିଛି। ଇରାନ ଉପରେ ଆମେରିକା ଅନେକ କଟକଣା ଲଗାଇସାରିଛି। ଏହି କାରଣରୁ, ଭାରତ ଦୀର୍ଘ ସମୟ ଧରି ବହୁ ପରିମାଣର ଇରାନୀ ତେଲ କିଣି ପାରୁନାହିଁ। ଏହା ବ୍ୟତୀତ, ବାସ୍ତବତା ହେଉଛି ଯେ, କଟକଣା ଲାଗୁ ହେବା ପୂର୍ବରୁ, ଭାରତର ସବୁଠାରୁ ବଡ଼ ଅଶୋଧିତ ତୈଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଇରାନ ପ୍ରମୁଖ ଥିଲା।ଏପର୍ଯ୍ୟନ୍ତ ଭାରତ ଦେଶର ଆବଶ୍ୟକତା ପୂରଣ ପାଇଁ ଅଧିକାଂଶ ତେଲ ଇରାନରୁ କିଣୁଥିଲା। ଏହାର ଅନେକ କାରଣ ମଧ୍ୟ ରହିଛି। ଇରାନର ତେଲ ଶସ୍ତା ଥିଲା ଓ ଭାରତର ରିଫାଇନାରୀ ସିଷ୍ଟମ ଉପଯୋଗୀ ଥିଲା।

ତେଲ କିଣିବା ନେଇ ଟ୍ରମ୍ପଙ୍କ ମନ୍ତବ୍ୟ
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରୁ ଫ୍ଲୋରିଡା ଯାତ୍ରା ସମୟରେ ଏୟାର ଫୋର୍ସ ୱାନ୍‌ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଏହି ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଚୀନ୍ ମଧ୍ୟ ତେଲ ପାଇଁ ଆମେରିକା ସହିତ ଏକ ଚୁକ୍ତି କରିପାରିବ। ଭାରତ ମଧ୍ୟ ଏବେ ଇରାନ ପରିବର୍ତ୍ତେ ଭେନେଜୁଏଲାରୁ ତେଲ କିଣିବ। ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଏବେ ଭେନେଜୁଏଲାରେ କ୍ଷମତା ହାସଲ କରିଛି। ସେ କହିଛନ୍ତି, ଗିରଫ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ସହଯୋଗୀ ଡେଲସି ରୋଡ୍ରିଗେଜଙ୍କୁ ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ଶସନରେ କରିବାକୁ ଅନୁମତି ଦିଆଯାଇଛି କାରଣ ସେ ଆମେରିକାର ସମସ୍ତ ସର୍ତ୍ତ ପାଳନ କରୁଛନ୍ତି।

ଡେଲସି ରୋଡ୍ରିଗେଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ
ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ଆଲୋଚନାରେ ଶକ୍ତି, ବାଣିଜ୍ୟ ଓ ନିବେଶ ଭଳି ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଓ ମାଦୁରୋଙ୍କ ଗିରଫଦାରୀ ପରେ ଏହା ଭାରତ ସହିତ ଭେନେଜୁଏଲାର ପ୍ରଥମ ଉଚ୍ଚସ୍ତରୀୟ ଯୋଗାଯୋଗ ଥିଲା। ଫୋନ୍ କଲ୍ ପରେ, ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ କହିଥିଲେ ଯେ, ଭବିଷ୍ୟତରେ ଭାରତ-ଭେନେଜୁଏଲା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ କହିଥିଲା, ବାଣିଜ୍ୟ, ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, କୃଷି ଓ ଲୋକ ସମ୍ପର୍କ ସମେତ ଅନେକ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button