ଦେଶ ବିଦେଶ

Sindhu Water Treaty Issue: ସିନ୍ଧୁ ଜଳ ଚୁକ୍ତି ନେଇ ଭାରତର କଠୋର ଆଭିମୁଖ୍ୟ: ଅନ୍ତର୍ଜାତୀୟ ଅଦାଲତର ଆଦେଶ ପାଳନ କରିବ ନାହିଁ

ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍‌ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଦେଶକୁ ଭାରତ ସ୍ପଷ୍ଟ ଭାବରେ ଗ୍ରହଣ କରିବାକୁ ମନା କରିଦେଇଛି।

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍‌ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଦେଶକୁ ଭାରତ ସ୍ପଷ୍ଟ ଭାବରେ ଗ୍ରହଣ କରିବାକୁ ମନା କରିଦେଇଛି। ଭାରତ କହିଛି ଯେ ଏହି ମଧ୍ୟସ୍ଥତା ଅଦାଲତ ବେଆଇନ ପ୍ରକ୍ରିୟାରେ ଗଠନ ହୋଇଛି ଏବଂ ଭାରତ ଏହାର ଆଦେଶକୁ ସ୍ୱୀକୃତି ଦିଏ ନାହିଁ। ଅନ୍ତର୍ଜାତୀୟ ଅଦାଲତ ସିନ୍ଧୁ ଜଳ ବିବାଦ ପରିପ୍ରେକ୍ଷୀରେ ଭାରତକୁ ଏହାର ଜଳ ବିଦ୍ୟୁତ୍ କେନ୍ଦ୍ରର କାର୍ଯ୍ୟକ୍ଷମ ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ଦ୍ୱାରା ଏହାକୁ ପରବର୍ତ୍ତୀ ଶୁଣାଣିରେ ବ୍ୟବହାର କରାଯାଇପାରିବ। ଆସନ୍ତା ୯ ତାରିଖ ସୁଦ୍ଧା ଏହି ଦସ୍ତାବିଜ ହସ୍ତାନ୍ତର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି।

ହେଗ୍ ସ୍ଥିତ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତ ସିନ୍ଧୁ ଜଳ ଚୁକ୍ତିର ଢାଞ୍ଚା ଅନୁଯାୟୀ ନୂତନ ଶୁଣାଣି ଏବଂ ଦସ୍ତାବିଜ ଆଦେଶ ସହିତ ଆଗକୁ ବଢ଼ିବାକୁ ଚାହୁଛି। ଭାରତ ଏ ନେଇ ସ୍ପଷ୍ଟ କରିଛି ଯେ ଏହି ପ୍ରକ୍ରିୟାର ବୈଧତାକୁ ଆମେ ସ୍ବୀକୃତି ଦେଉନାହୁଁ କିମ୍ବା ଏଥିରେ ଅଂଶଗ୍ରହଣ କରିବୁ ନାହିଁ। ଅନ୍ୟପକ୍ଷରେ ଏବେ ଜାରି ରହିଥିବା ଶୁଣାଣି ପ୍ରକ୍ରିୟାରେ ଭାରତ କୌଣସି କାଉଣ୍ଟର ମେମୋରିଆଲ୍ ଦାଖଲ କରିନାହିଁ କିମ୍ବା ଏଥିରେ ଅଂଶଗ୍ରହଣ କରିବାର କୌଣସି ସୂଚନା ଦେଇନାହିଁ।

ସୂଚନାଯୋଗ୍ୟ, ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଭାରତ ଆନୁଷ୍ଠାନିକ ଭାବେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ସେବେଠାରୁ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଚାଲ୍‌ ଖେଳୁଛି। ଗତ ୯ ମାସ ମଧ୍ୟରେ ପାକିସ୍ତାନ ଅନେକ ଦେଶର ରାଜଧାନୀକୁ ପ୍ରତିନିଧି ଦଳ ପଠାଇଛି, ମିଳିତ ଜାତିସଂଘକୁ ଚିଠି ଲେଖିଛି, ଦଶରୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏବଂ ଅନେକ ଅନ୍ତର୍ଜାତୀୟ ସମ୍ମିଳନୀ କରିଛି । ତେବେ ଭାରତ ଜଳଚୁକ୍ତିକୁ ନେଇ ନିଜ ଆଭିମୁଖ୍ୟ କୌଣସି ପରିବର୍ତ୍ତନ ଆଣିନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button