Breaking News

ଆଖି ଝଲସାଇଦେବ ‌ଟ୍ରମ୍ପ୍‌ଙ୍କ ସୁନାର ଘର

ସୁନାରେ ଛାଉଣି ଟେବୁଲ, ଫର୍ଣ୍ଣିଚର। ଘରର କାନ୍ଥରେ ସୁନାର ଆବରଣ । କୋଟିଏରୁ ଅଧିକ ଟଙ୍କାର ଝୁମର । ଏପରି କି ବାଥରୁମରେ ବି ବ୍ୟବହାର ହୋଇଛି ସୁନା । ସୁରକ୍ଷା ବ୍ୟବସ୍ଥା କଥା ନକହିଲେ ଭଲ ।

ନୂଆଦିଲ୍ଲୀ: ସୁନାରେ ଛାଉଣି ଟେବୁଲ, ଫର୍ଣ୍ଣିଚର। ଘରର କାନ୍ଥରେ ସୁନାର ଆବରଣ । କୋଟିଏରୁ ଅଧିକ ଟଙ୍କାର ଝୁମର । ଏପରି କି ବାଥରୁମରେ ବି ବ୍ୟବହାର ହୋଇଛି ସୁନା । ସୁରକ୍ଷା ବ୍ୟବସ୍ଥା କଥା ନକହିଲେ ଭଲ । ଏପରି କୌଣସି ସୁବିଧା ନାହିଁ ଯାହା ଏହି ଘରେ ନମିଳିବ। କାହିଁକି ବା ନହେବ! ଏହି ଘର ହେଉଛି ଆମେରିକାର ୪୭ତ୍ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘର ।

ଆପଣମାନେ ତ ଅନେକ ବହୁମୂଲ୍ୟ ଘର ବାବଦରେ ଜାଣିଥିବେ। ଶାହାରୁଖ ଖାନଙ୍କ ବାସଭବନ ମନ୍ନତ କଥା କୁହନ୍ତୁ ବା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ କଥା କୁହନ୍ତୁ ଅବା ସୈଫ ଅଲୀ ଖାନଙ୍କ ବାସ ଭବନ କଥା କୁହନ୍ତୁ । ଏହି ସବୁ ବଡ ବଡିଆଙ୍କ ଘର ବହୁମୂଲ୍ୟ ହୋଇଥିଲେ ବି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବାସ ଭବନର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୧୭ ଏକରରେ ପରିବ୍ୟାପ୍ତ ଡୋଲାଲ୍ଡ ଟ୍ରମ୍ପଙ୍କ ଏହି ବାସଭବନର ନାଁ ମାର-ଏ-ଲାଗୋ । ୧୯୮୫ରେ ଟ୍ରମ୍ପ ଏହି ରିସୋର୍ଟ କିଣିଥିଲେ । ସେହି ସମୟରେ ଏହି ଘରର ମୂଲ୍ୟ ୧୦ମିଲିୟନ୍ ଡଲାର୍ ଥିଲା । ଏବେ ଏହି ଘରର ମୂଲ୍ୟ ୩୪୨ ମିଲିୟନ୍ ଡଲାର୍, ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୩ହଜାର ଡଲାର୍ ହେବ । ଏହି ଘରେ ୧୨୮ଟି ରୁମ୍, ୫୮ ଟି ବେଡରୁମ୍, ୩୩ଟି ବାଥରୁମ୍ ରହିଛି । ଏହି ଘରେ ଥିଏଟର୍, ପ୍ରାଇବେଟ୍ କ୍ଲବ୍, ସ୍ପା ଭଳି ଅନେକ ସୁବିଧା ରହିଥିବା ବେଳେ ଚର୍ଚ୍ଚା ସୃଷ୍ଟି କରେ ଏହି ଘରର ବାଥରୁମରେ ଲାଗିଥିବା ସୁନା । ବାଥରୁମରେ ଏପରି ଅନେକ ଜିନିଷ ରହିଛି, ଯାହା ସୁନାରେ ତିଆରି ହୋଇଛି । ଟ୍ରମ୍ପ କିଣିଥିବା ଏହି ଘର ଏଥିପାଇଁ ଖାସ୍ ଅଟେ, କାରଣ ଏଠାରେ ୫୦ରୁ ଅଧିକ ଅରବପତିଙ୍କର ବି ବାସଭବନ ରହିଛି ।
ଟ୍ରମ୍ପଙ୍କ ଘର ବର୍ତ୍ତମାନ ଶକ୍ତିର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଟ୍ରମ୍ପ ନିର୍ବାଚନ ଯିତିବା ପରେ ଏଠାକୁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଅନେକ ଶକ୍ତିଶାଳି ବ୍ୟକ୍ତିତ୍ୱ ଏଠାକୁ ଆସୁଛନ୍ତି । ଟେସଲା ସିଇଓ ଏଲନ୍ ମସ୍କ କଥା କୁହନ୍ତୁ ବା ମେଟା ସିଇଓ ମାର୍କ ଯୁକରବର୍ଗ କଥା କୁହନ୍ତୁ । ସବୁ ଶକ୍ତିଶାଳୀ ବ୍ୟକ୍ତି ଏଠାକୁ ଆସିବାରେ ଲାଗିଛନ୍ତି । ତେଣୁ ଟ୍ରମ୍ପଙ୍କ ଏହି ଘରକୁ ବ୍ରହ୍ମାଣ୍ଡର କେନ୍ଦ୍ର ବୋଲି କୁହାଯାଉଛି ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.