Breaking News

ଚର୍ଚ୍ଚାରେ ମହାକୁମ୍ଭ‌କୁ ଆସିଥିବା ୧୦ବର୍ଷର ନାଗା ସାଧୁ

ଚଳିତଥର କୁମ୍ଭମେଳାରେ ବୟସରେ ସବୁଠାରୁ ଛୋଟ ନାଗା ସାଧୁଙ୍କୁ ଦେଖିବାକୁ ମିଳିଛି। ଉକ୍ତ ନାଗା ସାଧୁଙ୍କ ବୟସ ମାତ୍ର ୧୦ବର୍ଷ ଥିବା କୁହାଯାଉଛି। ୮୦ବର୍ଷର ବୃଦ୍ଧା ବି କୁମ୍ଭମେଳାରେ ଏହି ବାଳକ ନାଗା ସାଧୁଙ୍କ ଆର୍ଶୀବାଦ ନେବା ପାଇଁ ପହଞ୍ଚୁଛନ୍ତି।

ନୂଆଦିଲ୍ଲୀ: ୨୦୨୫ ଜାନୁୟାରି ୧୩ ତାରିଖ ପ୍ରତ୍ୟୁଷରୁ କୁମ୍ଭ ସ୍ନାନ ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ସମାଗମ ହୋଇଛି। କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥାଆନ୍ତି। କୁହାଯାଏ ସେମାନେ ହିମାଳୟରେ ରହନ୍ତି ଓ କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣକୁ ଆସିଥାଆନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.