Breaking News

ଟ୍ରେନ୍‌ରେ ଗତବର୍ଷ ସାଢେ ଛଅ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଛାଡ଼ି ଯାଇଛନ୍ତି ଯାତ୍ରୀ

ଟ୍ରେନ୍‌ରେ ଯାତ୍ରୀମାନେ ଯିବା ବେଳେ ଅନେକ ସାମଗ୍ରୀ ନିଜର ଛାଡି ଦେଇ ପଳାନ୍ତି । ଆରପିଏଫ୍‌ ବା ରେଳ ସୁରକ୍ଷା ବଳ ଟ୍ରେନ୍‌ରେ ଯିବା ବେଳେ ଆମେ ସମସ୍ତେ ଆରପିଏଫ କର୍ମଚାରୀଙ୍କୁ ଦେଖନ୍ତି । ହେଲେ ଏବେ ସେମାନଙ୍କର ବଡ଼ ଟେନସନ ହେଉଛି ଟ୍ରେନ୍‌ରେ ଯାତ୍ରୀମାନେ ସାମଗ୍ରୀ ଛାଡ଼ି ପଳାଇବା ।

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଅଢେଇ କୋଟିରୁ ଅଧିକ ଲୋକ ଟ୍ରେନ୍‌ରେ ଯାତ୍ରା କରନ୍ତି । ସେଥିପାଇଁ କୁହାଯାଏ ପୃଥିବୀର ସବୁଠୁ ଅଧିକ ଯାତ୍ରୀ ପରିବହନ ଟ୍ରେନ୍‌ରେ ହିଁ ହୁଏ । ଅନେକ କୁହନ୍ତି, ଭାରତରେ ଯେତିକି ଟ୍ରେନ୍‌ ଲାଇନ୍‌ ପଡ଼ିଛି ଯଦି ସେତିକି ପୃଥିବୀରେ ଗୁଡ଼ାଯାଏ ତାହାଲେ ଦେଢ ଥର ଗୁଡେଇ ହେବ । ଭାରତର ରେଳ ନେଟୱାର୍କ ବିଶ୍ବର ସବୁଠାରୁ ବଡ଼ ବୋଲି ବି କୁହାଯାଏ । କିନ୍ତୁ ଟ୍ରେନ୍‌ରେ ଯାତ୍ରୀମାନେ ଯିବା ବେଳେ ଅନେକ ସାମଗ୍ରୀ ନିଜର ଛାଡି ଦେଇ ପଳାନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ରେଲୱେ ।

ଆରପିଏଫ୍‌ ବା ରେଳ ସୁରକ୍ଷା ବଳ । ଟ୍ରେନ୍‌ରେ ଯିବା ବେଳେ ଆମେ ସମସ୍ତେ ଆରପିଏଫ କର୍ମଚାରୀଙ୍କୁ ଦେଖନ୍ତି । ହେଲେ ଏବେ ସେମାନଙ୍କର ବଡ଼ ଟେନସନ ହେଉଛି ଟ୍ରେନ୍‌ରେ ଯାତ୍ରୀମାନେ ସାମଗ୍ରୀ ଛାଡ଼ି ପଳାଇବା । ଅନେକଙ୍କ ଧାରଣା ଥାଏ କି, ଟ୍ରେନ୍‌ରେ ଥରେ ସାମଗ୍ରୀ ଛାଡ଼ିଲେ ତାହା ମିଳିବା କଷ୍ଟ । କାରଣ ଷ୍ଟେସନରେ ମାତ୍ର କେହି ମୁହୂର୍ତ୍ତ ପାଇଁ ଟ୍ରେନ୍‌ ରହେ । ତେଣୁ ହଜିଲା ଜିନିଷ ଖୋଜିବ କିଏ । ଏହା କିନ୍ତୁ ସପୂର୍ଣ୍ଣ ଭୁଲ । କାରଣ ଟ୍ରେନ୍‌ରେ ଆପଣ ଯେଉଁ ସାମଗ୍ରୀ ଛାଡ଼ି ପଳାଇଛନ୍ତି ସେସବୁକୁ ଖୋଜି ଲୋକଙ୍କ ଘରେ ପହଞ୍ଚାଉଛନ୍ତି ଆରପିଏଫ ଯବାନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଟ୍ରେନ୍‌ରେ ଗତବର୍ଷ ପ୍ରାୟ ସାଢେ ଛଅ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଯାତ୍ରୀମାନେ ଛାଡ଼ି ଯାଇଥିଲେ । ଯାହା ରେଲୱେର ଚିନ୍ତା ବଢାଇଥିଲା । କେମିତି ଠିକ୍‌ ଲୋକ ପାଖରେ ସବୁ ଜିନିଷ ପହଞ୍ଚିବ ସେନେଇ ଉଦ୍ୟମ କରାଯାଇଥିଲା ଏବଂ ସଫଳତା ବି ମିଳିଥିଲା । ଟ୍ରେନ୍‌ରେ ଯାତ୍ରୀମାନେ ସାମଗ୍ରୀ ଛାଡିବାର ମୁଖ୍ୟ କାରଣ ହେଉଛି ତରତର ବୋଲି ରେଲୱେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ଟ୍ରେନ୍‌ ଯେହେତୁ ଅତି କମ୍‌ ସମୟରେ ଷ୍ଟେସନ ଛାଡେ ତେଣୁ ତରତର ହୋଇ ଯାତ୍ରୀମାନେ ନିଜର ସାମଗ୍ରୀ ଭୁଲିଯାଆନ୍ତି । ଆଉ ଓହ୍ଲାଇବା ବେଳେ ଯେବେ ଜିନିଷ ନଥାଏ ସେବେ ସେମାନେ ବ୍ୟସ୍ତ ହୁଅନ୍ତି । ହେଲେ ସେମାନଙ୍କ ସାମଗ୍ରୀ ଫେରାଇବାକୁ ଆରପିଏଫ ଅମାନତ୍‌ ଯୋଜନା ଆରମ୍ଭ କରିଛି । ଯେଉଁ ଯୋଜନାରେ ସେମାନେ ଲୋକଙ୍କୁ ନିଜର ହଜିଲା ସାମଗ୍ରୀ ଫେରାଇ ଦେବେ ।

ଅମାନତ୍‌ । ନାଁ ଶୁଣିବା ମାତ୍ରେ ବୁଝାପଡୁଥିବ କି ସମ୍ପତ୍ତି । ହଁ…ସମ୍ପତ୍ତି । ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଯେଉଁମାନେ ନିଜର ବହୁମୂଲ୍ୟ ସାମଗ୍ରୀ ଭୁଲିଯାଇଥାଆନ୍ତି ସେମାନଙ୍କୁ ସାମଗ୍ରୀ ଫେରାଇବାକୁ ଅମାନତ୍‌ ଯୋଜନା କରାଯାଇଛି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.