Breaking News

ରୟାଲ୍‌ ଏନ୍‌ଫିଲ୍ଡର ନୂଆ ସ୍କ୍ରାମ୍ ୪୪୦: ଦାମ୍ ୨,୦୮,୦୦୦ ଟଙ୍କା

ରୟାଲ୍‌ ଏନ୍‌ଫିଲ୍ଡ ପକ୍ଷରୁ ରାଜ୍ୟରେ ନୂଆ ସ୍କ୍ରାମ୍‌ ୪୪୦କୁ ଉନ୍ମୋଚନ କରାଯାଇଛି। ଯେକୌଣସି ସ୍ଥାନ, ଯେକୌଣସି ସମୟରେ, ‌ଯେକୌଣସିଠାରେ କୌତୁକ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର: ରୟାଲ୍‌ ଏନ୍‌ଫିଲ୍ଡ ପକ୍ଷରୁ ରାଜ୍ୟରେ ନୂଆ ସ୍କ୍ରାମ୍‌ ୪୪୦କୁ ଉନ୍ମୋଚନ କରାଯାଇଛି। ଯେକୌଣସି ସ୍ଥାନ, ଯେକୌଣସି ସମୟରେ, ‌ଯେକୌଣସିଠାରେ କୌତୁକ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ନୂଆ ସ୍କ୍ରାମ୍ ୪୪୦ରେ ରହିଛି ୪୪୦ ସିସିର ଇଞ୍ଜିନ୍ ସହିତ ସ୍ଲିକ୍ ୬-ସ୍ପିଡ୍ ଗିୟର୍‌ବକ୍ସ, ଦୃଢ଼ ଆଲୟ ହ୍ବିଲ୍‌, ଟ୍ୟୁବ୍‌ଲେସ୍‌ ଟାୟାର, ଏଲ୍‌ଇଡି ହେଡ୍‌ଲାଇଟ୍‌ ଓ ଟପ୍ ବକ୍ସ ଭଳି ସୁବିଧା।

ସବୁ ପ୍ରକାର ରାସ୍ତାରେ ଆଗକୁ ବଢ଼ିବା ଏବଂ ଅଫ୍‌ ରୋଡ୍‌ ଦକ୍ଷତା ଲାଗି ସ୍କ୍ରାମ୍ ବେଶ୍‌ ପରିଚିତ। ଏହାର ବାଲାନ୍ସଡ୍‌ ଏର୍ଗୋନୋମିକ୍‌ସ ଓ ଡିଜାଇନ୍‌କୁ ସ୍କ୍ରାମ୍ ୪୪୦ ମଡେଲ୍‌ରେ ବଜାୟ ରଖାଯାଇଛି। ନୂଆ ସ୍କ୍ରାମ୍‌ ୪୪୦ରେ ରହିଛି ସ୍ବିଚେବଲ୍‌ ଏବିଏସ୍‌, ଉନ୍ନତ ବ୍ରେକିଂ ବ୍ୟବସ୍ଥା। ସମସ୍ତ ପ୍ରକାର ଆଧୁନିକ ସୁବିଧାସୁଯୋଗ ଏଥିରେ ରହିଛି ଯାହା ନୂଆ ହୁଅନ୍ତୁ କିମ୍ବା ପ୍ରଫେସନାଲ୍‌, ସବୁ ପ୍ରକାର ଗ୍ରାହକଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବ। ଏହାର ଫୋର୍ସ ମଡେଲ୍‌ ନୀଳ, ଧୂସର ଓ ଟେଲ୍‌ ଏବଂ ଟ୍ରେଲ୍‌ ମଡେଲ୍‌ ସବୁଜ ଓ ନୀଳ ରଙ୍ଗରେ ଆସିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୨,୦୮,୦୦୦ ଟଙ୍କା ରହିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.