Breaking News

ଓସ୍କାର ପାଇଁ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ ମନୋନୀତ

ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି।

ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ ମନୋନୟନ କରାଯାଇଛି।   ୧୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ। ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ ଲାଷ୍ଟ୍‌ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍‌ ନଟ୍‌ ରିମେନ୍ ସାଇଲେଣ୍ଟ୍‌।

ଓସ୍କାର ପାଇଁ ଗୁନୀତଙ୍କ ଏହା ତୃତୀୟ ମନୋନୟନ। ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସ‌୍‌ପର୍‌ର୍ସ ଏବଂ ପିରିୟଡ୍‌, ଦ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି। ୯୭ତମ ଓସ୍କାର ପୁରସ୍କାର ପ୍ରଦାନ ଉତ୍ସବ ଲସ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆସନ୍ତା ମାର୍ଚ୍ଚ ୨ ତାରିଖରେ ହେବ। ୯ ବର୍ଷର ଛୋଟ ଝିଅର ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ପ୍ରସ୍ତୁତ ହୋଇଛି। ଝିଅଟି ଏକ ପୋଷାକ କାରଖାନାରେ ତା ବଡ଼ ଭଉଣୀ ପାଲକ ସହିତ କାମ କରୁଛି। ନେଟ୍‌ଫ୍ଲିକ୍ସରେ ଏହି ସିନେମା ଷ୍ଟ୍ରିମିଂ ହେବ। ଆଦାମ ଜେ ଗ୍ରେଭ୍‌ସ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

 

ସୌଜନ୍ୟ – ସମ୍ବାଦ

 

 

Comments are closed.