Breaking News

କଥାଟିଏ-ଯାଯାବର: ହୀରା ମୁଦି ଓ ରୁଟି

ସନ୍ଥ ଫରିଦ ଥିଲେ ଅତ୍ୟନ୍ତ ଦରିଦ୍ର। କିନ୍ତୁ ତାଙ୍କର କୌଣସି ପାର୍ଥିବ ପଦାର୍ଥ ପ୍ରତି ଆସକ୍ତି ନ ଥିଲା। ଥରେ ଜଣେ ଧନୀ ବଣିକ ଫରିଦଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ତେଣୁ ସେ ଜଣେ ଲୋକଙ୍କୁ ହୀରା ମୁଦିଟିଏ ଦେଇ ଫରିଦଙ୍କ କୁଡ଼ିଆର ବାରଣ୍ତା ତଳେ ପକାଇ ଦେଇ ଆସିବାକୁ କହିଲେ।

ସନ୍ଥ ଫରିଦ ଥିଲେ ଅତ୍ୟନ୍ତ ଦରିଦ୍ର। କିନ୍ତୁ ତାଙ୍କର କୌଣସି ପାର୍ଥିବ ପଦାର୍ଥ ପ୍ରତି ଆସକ୍ତି ନ ଥିଲା। ଥରେ ଜଣେ ଧନୀ ବଣିକ ଫରିଦଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ତେଣୁ ସେ ଜଣେ ଲୋକଙ୍କୁ ହୀରା ମୁଦିଟିଏ ଦେଇ ଫରିଦଙ୍କ କୁଡ଼ିଆର ବାରଣ୍ତା ତଳେ ପକାଇ ଦେଇ ଆସିବାକୁ କହିଲେ। ଲୋକ ଜଣକ ତାହା କଲେ।
ସକାଳେ ଫରିଦ କୁଡ଼ିଆ ବାହାରକୁ ଆସନ୍ତେ ତାଙ୍କୁ ମୁଦିଟି ଦିଶିଗଲା। ସେ ତାକୁ ଉଠାଇ ଆଣିଲେ ଓ ତାକୁ ଧରି ବଜାର ଆଡ଼େ ଚାଲିଲେ। ଏ କଥା ଲୁଚି ଦେଖୁଥିଲେ ବଣିକ। ଫରିଦ କ’ଣ କରୁଛନ୍ତି ତାହା ଦେଖିବାକୁ ତାଙ୍କ ମନରେ ଆଗ୍ରହ ଜାତ ହେଲା। ତେଣୁ ସେ ତାଙ୍କୁ ଅନୁସରଣ କଲେ।
ଫରିଦ ଗୋଟିଏ ଦୋକାନରେ ପହଞ୍ଚି ଗୋଟିଏ ବେଳା ଲାଗି ଦୁଇଟି ରୁଟିର ବରାଦ ଦେଲେ ଏବ˚ ଦୋକାନୀଙ୍କୁ କହିଲେ ଯେ ତାଙ୍କ ପାଖରେ ମୁଦ୍ରା ନ ଥିବାରୁ ମୂଲ୍ୟ ଭାବେ ସେ ଏହି ମୁଦିଟିକୁ ଦେବାକୁ ଚାହାନ୍ତି।
ମୁଦିଟି ଦେଖି ଦୋକାନୀ ମୁଣ୍ତରେ ହାତ ଦେଲା ଓ କହିଲା- ବାବା, ତୁମେ ବୋଧହୁଏ ମୁଦିର ମୂଲ୍ୟ ଜାଣି ପାରୁନା। ଏହାକୁ ଜଣେ ଜହୁରୀ ପାଖକୁ ନେଇ ଯାଅ। ଯାହା ମୂଲ୍ୟ ପାଇବ, ସେଥିରେ ସାରା ଜୀବନ ଚଳିଯିବ।
ଫରିଦ କହିଲେ- ମୁଁ ଜାଣେ ଯେ ତାହା ହେଉଛି ଏକ ହୀରା ମୁଦି। କିନ୍ତୁ ମୋର ଯାହା ଦରକାର ତାହା ହେଲା ଦିନରେ ଥରକ ଲାଗି ଖାଦ୍ୟ। ତାହା ହେଲା ଦୁଇଟି ରୁୁଟି। ଆଉ ମୋ ପାଖରେ ଦେବା ଲାଗି କେବଳ ଏହା ଛଡ଼ା ଆଉ କିଛି ନାହିଁ।
ଫରିଦଙ୍କୁ ପରୀକ୍ଷା କରିବାକୁ ବାହାରିଥିବା ବଣିକ ଲଜ୍ଜିତ ହେଲେ।

 

 

ସୌଜନ୍ୟ – ସମ୍ବାଦ

Comments are closed.