ବାଣିଜ୍ୟ

Trade Agreements: ୫୦୦ ବିଲିଅନ୍‌ ଡଲାର ଆମେରିକୀୟ ସାମଗ୍ରୀ ଆସିବାରେ ଅସୁବିଧା ନାହିଁ: ଗୋୟଲ

ଭାରତ-ଆମେରିକା ବାଣିଜ୍ୟ ରାଜିନାମା ପାଇଁ ଗତକାଲି ମିଳିତ ବିବୃତି ପ୍ରକାଶ ପାଇଛି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆସିବା ଆଶା କରାଯାଉଛି।

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ପାଇଁ ଗତକାଲି ମିଳିତ ବିବୃତି ପ୍ରକାଶ ପାଇଛି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆସିବା ଆଶା କରାଯାଉଛି। ଦୁଇ ଦେଶ ପରସ୍ପରର ସାମଗ୍ରୀ ଉପରୁ ଆମଦାନି ଶୁଳ୍କ ହ୍ରାସ କରିବାକୁ ଯାଉଥିବାରୁ ବାଣିଜ୍ୟ ତ୍ବରାନ୍ବିତ ହେବ। ଏଭଳି ସ୍ଥିତିରେ ଭାରତକୁ ଆମେରିକାରୁ ଆସନ୍ତା ୫ ବର୍ଷ ମଧ୍ୟରେ ୫୦୦ ବିଲିଅନ୍‌ ଡଲାର ମୂଲ୍ୟର ସାମଗ୍ରୀ ଆସିବା ସୁନିଶ୍ଚିତ ହୋଇଛି। ଏହି ମୂଲ୍ୟର ସାମଗ୍ରୀ ଆମଦାନିରେ ଭାରତର ବିଶେଷ କିଛି ଅସୁବିଧା ନାହିଁ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ପ୍ରକାଶ କରିଛନ୍ତି।

ଭାରତରେ ବିଭିନ୍ନ ସାମଗ୍ରୀ ପାଇଁ ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ଏହି ଆମଦାନି ସହଜ ହେବ ବୋଲି ସେ କହିଛନ୍ତି। ଏପରିକି ସଂପ୍ରତି ଭାରତ ବାର୍ଷିକ ୪୦ରୁ ୫୦ ବିଲିଅନ୍‌ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାରୁ ଆମଦାନି କରୁଥିବା ଶ୍ରୀ ଗୋୟଲ କହିଛନ୍ତି। ଏକ ବୃହତ ଅର୍ଥନୈତିକ ଶକ୍ତି ଭାବେ ଭାରତରେ ଉପଭୋକ୍ତାଙ୍କ ଦ୍ବାରା ଚାହିଦା ବୃଦ୍ଧି ପାଉଛି। ଏବେ ବିଭିନ୍ନ ଦେଶରୁ ୩୦୦ ବିଲିଅନ୍‌ ଡଲାର ମୂଲ୍ୟର ସାମଗ୍ରୀ ଭାରତ ଆମଦାନି କରୁଛି। ଭାରତ-ଆମେରିକା ଚୁକ୍ତି ଫଳରେ ଆମେରିକାରୁ ସେହି ସବୁ ସାମଗ୍ରୀ ଆମଦାନି କରିବା ଭାରତ ପାଇଁ ଲାଭଜନକ ହୋଇପାରିବ ବୋଲି ଶ୍ରୀ ଗୋୟଲ କହିଛନ୍ତି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button