ମନୋରଞ୍ଜନ

Firing outside Rohit Shetty Home: ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ଗୁଳିଚାଳନା: ତଦନ୍ତ ଜାରି

ରବିବାର ପ୍ରତ୍ୟୁଷରେ ମୁମ୍ବାଇର ପଶ୍ଚିମ ଉପନଗର ଜୁହୁରେ ଥିବା ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ଅଜ୍ଞାତ ବ୍ୟକ୍ତିମାନେ ଗୁଳି ଚଳାଇବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହି ଘଟଣା ପରେ, ସମଗ୍ର ଚଳଚ୍ଚିତ୍ର ଶିଳ୍ପ ଓ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି

ମୁମ୍ବାଇ: ରବିବାର ପ୍ରତ୍ୟୁଷରେ ମୁମ୍ବାଇର ପଶ୍ଚିମ ଉପନଗର ଜୁହୁରେ ଥିବା ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ଅଜ୍ଞାତ ବ୍ୟକ୍ତିମାନେ ଗୁଳି ଚଳାଇବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହି ଘଟଣା ପରେ, ସମଗ୍ର ଚଳଚ୍ଚିତ୍ର ଶିଳ୍ପ ଓ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ମୁମ୍ବାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଦାୟିତ୍ୱ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ସୌଭାଗ୍ୟବଶତଃ, ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

ରୋହିତ ଶେଟ୍ଟୀ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ପ୍ରାୟ ୪ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ପୁଲିସ କୋଠାର ବାହାର କାନ୍ଥରେ ଗୁଳି ଚିହ୍ନ ପାଇଛି। ଯାହା ଆକ୍ରମଣର ଗମ୍ଭୀରତାକୁ ସୂଚାଉଛି। ଘଟଣା ବିଷୟରେ ସୂଚନା ପାଇବା ପରେ, ଜୁହୁ ପୁଲିସ ଓ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ, ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ, ତଦନ୍ତରେ ନିୟୋଜିତ ୧୨ ଟିମ୍
ଏହି ଚାଞ୍ଚଲ୍ୟକର ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରୋହିତ ଶେଟ୍ଟୀଙ୍କ ବୟାନ ରେକର୍ଡ କରିଛି। ଗତ କିଛି ଦିନ ମଧ୍ୟରେ ସେ କୌଣସି ଧମକପୂର୍ଣ୍ଣ କଲ୍ କିମ୍ବା ମେସେଜ୍ ପାଇଥିଲେ କି ନାହିଁ ତାହା ପୁଲିସ ଜାଣିବାକୁ ଚେଷ୍ଟା କରୁଛି। ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ, ପୁଲିସ ୧୨ ରୁ ଅଧିକ ସ୍ୱତନ୍ତ୍ର ଦଳ ଗଠନ କରିଛି। ସେମାନେ ବିଭିନ୍ନ ଇନପୁଟ୍ ଉପରେ କାମ କରୁଛନ୍ତି। ପୁଲିସ ଅଧିକାରୀମାନେ କହିଛନ୍ତି, ଆକ୍ରମଣକାରୀଙ୍କ ପ୍ରକୃତ ଉଦ୍ଦେଶ୍ୟ ଗାଣିବା ପାଇଁ ସେମାନେ ପ୍ରତ୍ୟେକ ସମ୍ଭାବ୍ୟ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛନ୍ତି।

ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ମୋଟରବାଇକ ଚିହ୍ନଟ
ତଦନ୍ତ ସମୟରେ, ପୁଲିସ ଅଞ୍ଚଳର ସମସ୍ତ ସିସି କ୍ୟାମେରାକୁ ସ୍କାନ୍ କରିଛି। ସୂତ୍ର ଅନୁଯାୟୀ, କ୍ରାଇମ୍ ବ୍ରାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ପାଇଛି। ଫୁଟେଜ୍‌ରେ ଏକ ମୋଟରସାଇକେଲ୍ ଦେଖାଯାଉଛି। ଯେଉଁଥିରେ ଆକ୍ରମଣକାରୀମାନେ ଆସିଥିଲେ। ପୁଲିସ ସନ୍ଦେହ କରୁଛି, ଏହା ଅପରାଧ ଘଟାଇବା ପାଇଁ ବ୍ୟବହୃତ ମୋଟରସାଇକେଲ୍। ଫରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଓ ବାଇକ୍‌ ଯାଇଥିବା ପଥ ଖୋଜିବାକୁ ଚେଷ୍ଟା କରୁଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା
ଜୁହୁ ଭଳି ଏକ ସମ୍ବେଦନଶୀଳ ଓ ଫିଲ୍ମ ସେଲିବ୍ରିଟି ସମୃଦ୍ଧ ଅଞ୍ଚଳରେ ଘଟିଥିବା ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପୁଲିସ ନିକଟସ୍ଥ ବାସିନ୍ଦା ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଆରମ୍ଭ କରିଛି। ମୁମ୍ବାଇ ପୁଲିସ କହିଛି ଯେ, ଆକ୍ରମଣକାରୀମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯିବ। ଏହା ସ୍ପଷ୍ଟ ହୋଇନାହିଁ ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତାର ଫଳାଫଳ ନା କୌଣସି ଗ୍ୟାଙ୍ଗ୍ ଏଥିରେ ସମ୍ପୃକ୍ତ। ଏହି ଘଟଣା ପରେ ସମଗ୍ର ଫିଲ୍ମ ଶିଳ୍ପ ରୋହିତ ଶେଟ୍ଟୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button