Breaking News

ମହାକୁମ୍ଭ ଦଳାଚକଟା ଘଟଣା: ଆଖପାଖ ଜିଲ୍ଲାର ଡାକ୍ତରଙ୍କୁ ପଠେଇବାକୁ ଯୋଗୀଙ୍କ ନିର୍ଦ୍ଦେଶ । ୩ ଥର ଫୋନ୍ କରି କଥା ହେଲେଣି ମୋଦୀ ।

ପ୍ରାରମ୍ଭିକ ସମୟରେ ପ୍ରୟାଗରାଜକୁ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍ ଚାଲୁରହିଥିବା ସ୍ପଷ୍ଚ ସୂଚନା ଦିଆଯାଇଛି । ସେପଟେ ସ୍ଥିତି ଉପରେ ନଜର ରଖି ଅଧିକ ସୂଚନା ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୩ ଥର ଫୋନ୍ କରି ସାରିଲେଣି ପ୍ରଧାନମନ୍ତ୍ରୀ ମୋଦୀ ।

() ମଙ୍ଗଳବାର ରାତିରେ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆଉ ସମସ୍ତ ଆହତଙ୍କୁ କୁମ୍ଭକ୍ଷେତ୍ର ସେକ୍ଟର-୨ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ କହିଛନ୍ତି ଭିଡ ସମୟର ଲୋମଟାଙ୍କୁରା କାହାଣୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଖି ବିହାରର ସୁରଜ କହିଛନ୍ତି ବୁଡ ପକାଇବା ବେଳେ ହଠାତ୍ ଭିଡ ବଢିଗଲା ଆଉ ମୋ ମାଆ ସେହି ଭିଡ ତଳେ ଚାପି ହୋଇ ଚାଲିଗଲା, ତା ପ୍ରାଣବାୟୁ ଉଡିଗଲା ।

ସେପଟେ ଆହତଙ୍କ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଇଛନ୍ତି ଯୋଗୀ ସରକାର । ମେଳା କ୍ଷେତ୍ରରେ ଥିବା ମେଡିକାଲକୁ ଆଖପାଖ ଜିଲ୍ଲାର ଡାକ୍ତରଙ୍କୁ ଆବଶ୍ୟକ ସ୍ଥଳରେ ସ୍ଥାନାନ୍ତର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରାରମ୍ଭିକ ସମୟରେ ପ୍ରୟାଗରାଜକୁ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍ ଚାଲୁରହିଥିବା ସ୍ପଷ୍ଚ ସୂଚନା ଦିଆଯାଇଛି । ସେପଟେ ସ୍ଥିତି ଉପରେ ନଜର ରଖି ଅଧିକ ସୂଚନା ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୩ ଥର ଫୋନ୍ କରି ସାରିଲେଣି ପ୍ରଧାନମନ୍ତ୍ରୀ ମୋଦୀ

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.