ପ୍ରକାଶଯୋଗ୍ୟ, ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇପାରିଛି। ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାର ଆରମ୍ଭ ହୋଇଥିବା ଅଭିନବ ପ୍ରକଳ୍ପର ସଫଳତା ନିମନ୍ତେ ଇଣ୍ଟାକ ଓ କୋରାପୁଟ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମର ଫଳ ସ୍ୱରୂପ ଆଜି ଏହି ଦୁଇ ଆଦିବାସୀ ମହିଳାଙ୍କୁ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଟାକ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି।

ଏହି ଉତ୍ସବରେ ସେବତୀ ସୀସାଙ୍କ ଦ୍ୱାରା କୋରାପୁଟିଆ ଆଦିବାସୀ ଭାଷାରେ ସ୍ୱାଗତ ସଂଗୀତ ସମସ୍ତଙ୍କୁ ମୁଗ୍ଧ କରିଥଲା। ଦିନ ତମାମ ତାଙ୍କ ପାରମ୍ପରିକ ତନ୍ତରେ କେରଙ୍ଗ ବସ୍ତ୍ର ବୁଣା କାର୍ଯ୍ୟ ଦେଖିବା ପାଇଁ କଳା ପ୍ରେମୀଙ୍କ ଭିଡ ଲାଗି ରହିଥିଲା। ଦେଶ ବିଦେଶରୁ ଆସିଥିବା

ବିଶିଷ୍ଟ ବ୍ୟକ୍ତି କୋରାପୁଟ ର ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ରକୁ କିପରି ପୁନରୁଦ୍ଧାର କରିବା ସହିତ କେରେଙ୍ଗ ବୃକ୍ଷ ରୋପଣ ତଥା ପ୍ରାକୃତିକ ରଙ୍ଗ ପ୍ରଦାନ କରିଥିବା ଜାଫରା ଗଛ, ସିନ୍ଦୁର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତିର ପୁନଃ ପ୍ରତିଷ୍ଠା ହୋଇଛି ସେ ସମ୍ପର୍କରେ ଜାଣିବାକୁ ପାଇଁ ଦୁଇ ଆଦିବାସୀ ମହିଳାଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ।