ଭୁବନେଶ୍ୱର: ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଆଉ କେହି ହୋଲ୍ଡିଂ ଟିକସ ଫାଙ୍କି ପାରିବେନି। ଘର ଅନୁଯାୟୀ ଟିକସ ଦେବାକୁ ପଡ଼ିବ। ଠକିଲେ, ଧରାପଡ଼ିବେ ଓ ତଣ୍ଡ ଗଣିବେ। ବିଏମ୍ସି ଏଥିପାଇଁ ଜିଆଇଏସ୍(ଜିଓଲୋଜିକାଲ୍ ଇନ୍ଫର୍ମେସନ୍ ସିଷ୍ଟମ) ସର୍ଭେ ଆରମ୍ଭ କରିବାକୁ ଯାଉଛି। ଏହି କାମ ପାଇଁ ଠିକାସଂସ୍ଥା ଚୟନ ସରିଛି। ଆଜି ଏ ଉପରେ କର୍ପୋରେଟର୍ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଜିଆଇଏସ୍ ଭିିତ୍ତିକ ପ୍ରପର୍ଟି ଆସେସମେଣ୍ଟ ସର୍ଭେରେ ପ୍ରକଳ୍ପର ସଂପୂର୍ଣ୍ଣ ରୂପରେଖ ପ୍ରଦର୍ଶିତ ହୋଇଛି।

