ଦେଶ ବିଦେଶ

Hindu Businessman Murdered: ନିର୍ବାଚନର ୩ ଦିନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା

ମୟମନସିଂହ ଜିଲ୍ଲାରେ ଦୀପୁ ଚନ୍ଦ୍ର ଦାସ ନାମକ ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ କିଛିଦିନ ତଳେ ପିଟିପିଟି ହତ୍ୟା କରାଯିବା ପରେ ଶବକୁ ଗଛରେ ଟାଙ୍ଗି ଜାଳି ଦିଆଯାଇଥିଲା।ବାଂଲାଦେଶରେ ଆସନ୍ତା ଗୁୁରୁବାର ନିର୍ବାଚନ ଥିବାବେଳେ ଦେଶରେ ଅରାଜକତା ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଢାକା: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ବାଂଲାଦେଶରେ ସଂସଦୀୟ ନିର୍ବାଚନର ୩ ଦିନ ପୂର୍ବରୁ ଗତରାତିରେ କିଛି ଅଜଣା ଦୁର୍ବୃତ୍ତ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୟମନସିଂହ ଜିଲ୍ଲାରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ସୁଶେନ ଚନ୍ଦ୍ର ସରକାର। ସେ ଜଣେ ଚାଉଳ ବ୍ୟବସାୟୀ ଏବଂ ଦକ୍ଷିଣକନ୍ଦ ଗ୍ରାମ ବାସିନ୍ଦା। ‌ସେ ଭାଇ ଭାଇ ଏଣ୍ଟରପ୍ରାଇଜ୍‌ର ମାଲିକ। ପୁଲିସ ଅନୁଯାୟୀ ୯ ତାରିଖ ରାତି ୧୧ଟାରେ ଏହି ହତ୍ୟାକାଣ୍ଡ ହୋଇଛି।

ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା
କିଛି ଦୁର୍ବୃତ୍ତ ସରକାରଙ୍କୁ ଏକ ଧାରୁଣା ଅସ୍ତ୍ରରେ ଆକ୍ରମଣ କରିବାପରେ ତାଙ୍କୁ ତାଙ୍କ ଦୋକାନ ଘରେ ପକାଇ ଦେଇ ସଟର ବନ୍ଦ କରି ପଳାଇଥିଲେ। ସେମାନେ ମଧ୍ୟ ସରକାରଙ୍କୁ ହତ୍ୟା କରିବାପରେ ତାଙ୍କ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି। ସୁ‌ଶେନ ଚନ୍ଦ୍ର ସରକାରଙ୍କ ପୁଅ ସୁଜନ ସରକାର କହିଛନ୍ତି, ହତ୍ୟାକାରୀମାନେ ତାଙ୍କ ବାପାଙ୍କୁ ହତ୍ୟା କରିବାପରେ ଦୋକାନରୁ ଟଙ୍କା ଚୋରି କରିନେଇଛନ୍ତି। ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ତାଙ୍କର ଚାଉଳ ବ୍ୟବସାୟ ଚାଲିଥିଲା। ତାଙ୍କ ବାପାଙ୍କର କାହା ସହ ଶତ୍ରୁତା ନଥିଲା କି କେହି ତାଙ୍କର ଶତ୍ରୁ ନଥିଲେ। ଅପରାଧୀମାନେ ତାଙ୍କ ବାପାଙ୍କୁ ହତ୍ୟା କରିବାପରେ ଷ୍ଟୋର୍‌ରୁ ଲକ୍ଷାଧିକ ଟଙ୍କା ଚୋରି କରିନେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଦଣ୍ଡିତ କରିବାପାଇଁ ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୟମନସିଂହ ଜିଲ୍ଲାରେ ଦୀପୁ ଚନ୍ଦ୍ର ଦାସ ନାମକ ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ କିଛିଦିନ ତଳେ ପିଟିପିଟି ହତ୍ୟା କରାଯିବା ପରେ ଶବକୁ ଗଛରେ ଟାଙ୍ଗି ଜାଳି ଦିଆଯାଇଥିଲା। ବାଂଲାଦେଶରେ ଆସନ୍ତା ଗୁୁରୁବାର ନିର୍ବାଚନ ଥିବାବେଳେ ଦେଶରେ ଅରାଜକତା ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button